ଟଳିନି Uttarakhand ବିପଦ; ଆଗୁଆ ସତର୍କ ହୋଇଉଠିଲା Uttar Pradesh
Advertisement
Article Detail0/zeeodisha/odisha844092

ଟଳିନି Uttarakhand ବିପଦ; ଆଗୁଆ ସତର୍କ ହୋଇଉଠିଲା Uttar Pradesh

ଜଳସ୍ରୋତ ବଢିବା କାରଣରୁ ଏହା ତଳିଆ ଅଞ୍ଚଳକୁ ଦ୍ରୁତ ଗତିରେ ମାଡିଚାଲିଛି।

ଟଳିନି Uttarakhand ବିପଦ; ଆଗୁଆ ସତର୍କ ହୋଇଉଠିଲା Uttar Pradesh

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗ୍ଲେସିୟର ବିସ୍ଫୋରଣ ଘଟଣାରେ ୧୦ ଶବ ଉଦ୍ଧାର ଉଦ୍ଧାର କରାଯାଇଥିବା ବେଳେ ୧୫୦ ଲୋକ ନିଖୋଜ ଅଛନ୍ତି। ରାଜ୍ୟର ନନ୍ଦାଦେବୀ ଜାତୀୟ ଉଦ୍ୟାନ ନିକଟରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ରୈଣୀଗାଓଁସ୍ଥିତ ଋଷି ଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ବନ୍ଧ ମଧ୍ୟ ଭାଙ୍ଗଯାଇଛି।     

ଯାହା ଫଳରେ ଜଳସ୍ରୋତ ବଢିବା କାରଣରୁ ଏହା ତଳିଆ ଅଞ୍ଚଳକୁ ଦ୍ରୁତ ଗତିରେ ମାଡିଚାଲିଛି। ଏହାକୁ ନଜରରେ ରଖି ଉତ୍ତରାଖଣ୍ଡ ସହିତ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଆଗୁଆ ସତର୍କତା ଜାରି କରାଯାଇଛି। ଗଙ୍ଗା କୂଳରେ ଅବସ୍ଥିତ ବିଜନୌର, କନ୍ନୌଜ, ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ୱର, ଗାଜିପୁର, ବାରାଣାସୀ ଆଦି ଜିଲ୍ଲାରେ ହାଇ ଆର୍ଲଟ (High Alert) ଜାରି କରାଯାଇଛି। 

ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ନଦୀ ନିକଟକୁ ନଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି। ଋଷିକେଶ (Rishikesh), ହରିଦ୍ୱାର (Haridwar) ଆଦି ଗଙ୍ଗା ନଦୀ କୂଳରେ ଅବସ୍ଥିତ ସ୍ଥାନରେ ହେବାକୁ ଥିବା ଜନ ସମାଗମ ଉପରେ ସତର୍କ ନଜର ରଖାଯାଇଛି। କାରଣ କୁମ୍ଭ ମେଳା (Kumbh Mela) ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜନଗହଳି ହେବାର ସମ୍ଭାବନା ରହିଛି।

ଜିଲ୍ଲାରେ ହୋଇଥିବା ଗ୍ଲେସିୟର (Glacier) ବିସ୍ଫୋରଣ ପରେ ଗଙ୍ଗାନଦୀ କୂଳରେ ଅବସ୍ଥିତ ପ୍ରାୟ ୩୫୦ଟି ଗ୍ରାମ ପାଇଁ ସତର୍କ ସୂଚନା ଜାରି କରିଛି ଚମୋଲି ପ୍ରଶାସନ।  

Also Read: Uttarakhand Glacier Burst: ୧୦ ଶବ ଉଦ୍ଧାର, ୧୫୦ ନିଖୋଜ

କେବଳ ଉତ୍ତରାଖଣ୍ଡର ନୁହେଁ ଉତ୍ତର ପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଫାରୁଖାବାଦ (Farrukhabad) ଜିଲ୍ଲାର ଯେଉଁ ଅଞ୍ଚଳରେ ଗଙ୍ଗା ନଦୀ ପ୍ରବାହିତ ହୋଇଛି ସେହି ସ୍ଥାନ ଉପରେ ସ୍ୱତନ୍ତ୍ର ନଜର ରଖିଛି ଜିଲ୍ଲା ପ୍ରଶାସନ।    

ବିଜନୌର (Bijnor) ଜିଲ୍ଲାରେ ନଦୀ କୂଳକୁ ନଯିବା ଲାଗି ଲୋକଙ୍କୁ ଜଣାଇ ଦିଆଯାଇଛି। ଜିଲ୍ଲାର ଯେଉଁ ଅଞ୍ଚଳ  ଗ୍ଲେସିୟର ବିସ୍ଫୋରଣ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ସେଠାରେ ପୋଲିସ ବାହିନୀ ମୁତୟନ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  

ସେହିପରି ହାପୁଡ (Hapur) ଜିଲ୍ଲାର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଗ୍ରାମ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରିଛି ପ୍ରଶାସନ। ସେପରି ଗ୍ରାମକୁ ଖାଲି କରାଯିବା ସହ ସେଠାକାର ଲୋକଙ୍କୁ ସୁରକ୍ଷିଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

Also Read: ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା

 

ବନ୍ଦାଁୟୁ (Badaun) ଜିଲ୍ଲାରେ ସତର୍କ  ସୂଚନା ଜାରି କରିଛି ପ୍ରଶାସନ। କାରଣ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଜଳସ୍ତର ବଢିବାର ସମ୍ଭାବନା ରହିଥିବାରୁ ଗଙ୍ଗା ନଦୀ ପ୍ରବାହିତ ଅଞ୍ଚଳ ଉପରେ ସତର୍କ ନଜର ରଖିଛି ପ୍ରଶାସନ। 

ଅନ୍ୟପଟେ ଅମରୋହା (Amroha) ଜିଲ୍ଲାର ଗଙ୍ଗାନଦୀ କୂଳରେ ଅବସ୍ଥିତ ୫୧ ଗ୍ରାମକୁ ସତର୍କ କରାଯାଇଛି। ମୀରଟ (Meerut) ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ କୂଳିଆ ଗ୍ରାମ ପାଇଁ ଆଲର୍ଟ ଜାରି କରିଛି ପ୍ରଶାସନ।