।
ଏ ପ୍ରକଳ୍ପରେ ପାଖାପାଖି ୧୨୦ ଲୋକ କାମ କରୁଥିଲେ। ଗ୍ଲେସିୟର ଅର୍ଥାତ ହିମଖଣ୍ଡ ବିସ୍ଫୋରଣ ପରେ ସେମାନେ ପ୍ରଖର ଜଳସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି।
Trending Photos
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ଗ୍ଲେସିୟର ବିସ୍ଫୋରଣ ଘଟଣାରେ ୧୦ ଶବ ଉଦ୍ଧାର ଉଦ୍ଧାର କରାଯାଇଥିବା ବେଳେ ୧୫୦ ଲୋକ ନିଖୋଜ ଅଛନ୍ତି। ରାଜ୍ୟର ନନ୍ଦାଦେବୀ ଜାତୀୟ ଉଦ୍ୟାନ ନିକଟରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ରୈଣୀଗାଓଁସ୍ଥିତ ଋଷି ଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ବନ୍ଧ ମଧ୍ୟ ଭାଙ୍ଗଯାଇଛି।
ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଇଣ୍ଡୋ ତିବ୍ଦେତାନ ବର୍ଡର ପୋଲିସ-ଆଇଟିବିପି (Indo Tibetan Border Police-ITBP) ଡିଜି ସୁରଜିତ ସିଂହ ଦେସୱାଲ କହିଛନ୍ତି (DG Surjeet Singh Deswal) ଏ ଘଟଣାରେ ୧୫୦ ଲୋକ ନିଖୋଜ ଅଛନ୍ତି। ଋଷି ଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ (Rishi Ganga Tapovan Hydro Power Project) ୧୫-୨୦ ଲୋକ ଫସି ରହିଥିବା ଆଶଙ୍କ କରାଯାଉଛି।
ଏ ପ୍ରକଳ୍ପରେ ପାଖାପାଖି ୧୨୦ ଲୋକ କାମ କରୁଥିଲେ। ଗ୍ଲେସିୟର ଅର୍ଥାତ ହିମଖଣ୍ଡ (Glacier) ବିସ୍ଫୋରଣ ପରେ ସେମାନେ ପ୍ରଖର ଜଳସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି। ବରଫଖଣ୍ଡ ବିସ୍ଫୋରଣ ପରେ ଧୌଲିଗଙ୍ଗ ନଦୀରେ (Dhauliganga River) ବନ୍ୟା ଆସିଯାଇଛି। ଉଦ୍ଧାର ଅଭିଯାନ ଜାରି ରହିଛି।
Also Read: ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା
ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ୨୦୦ ଯବାନ ଉତ୍ତରାଖଣ୍ଡ ଅଭିମୁଖେ ଅଗ୍ରସର ହୋଇଛନ୍ତି। ଉଦ୍ଧାର ଅଭିଯାନରେ ଏନଡିଆରଏଫ, ଆଇଟିବିପି ବ୍ୟତୀତ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏସଡିଆରଏଫ (State Disaster Response Force-SDRF) ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି।
ଚମୋଲି ଜିଲ୍ଲା ପ୍ରଶାସନ (Chamoli District Administration) ପକ୍ଷରୁ ଅଳକାନନ୍ଦା ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରଖାଯିବା ସହ ଏନେଇ ହୋଇଥିବା କ୍ଷୟକ୍ଷତି ବାବଦରେ ଆକଳନ କରାଯାଉଥିବା ନେଇ ପ୍ରଶାସନ ଜଣାଇଛି।
Also Read: ପ୍ରବଳ ବର୍ଷାରେ ଜଳବନ୍ଦୀ ମୁମ୍ବାଇ; ଟ୍ରେନରେ ଫସି ରହିଥବା ଲୋକ ଏନଡିଆରଏଫ-ଆରପିଏଏଫ ଦ୍ୱାରା ଉଦ୍ଧାର
ରୈଣୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଆଲାକାନନ୍ଦ କୂଳରେ ରହୁଥିବା ଲୋକଙ୍କ ପାଇଁ ଚେତାବନୀ ଦିଆଯାଇଛି। ରୈଣୀ ସୀମାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ବନ୍ୟା ଦ୍ୱାରା ଧୋଇ ହୋଇଯାଇଛି। ଅନ୍ୟପକ୍ଷର ବର୍ଷା ଠାରୁ ଜୋଶିମଠ ମଧ୍ୟରେ ଧୌଲିଗଙ୍ଗା ନଦୀ ଉପରେ ଥିବା ବିଦ୍ୟୁତ୍ ପ୍ରକଳ୍ପ ଅଧିନସ୍ଥ ବ୍ୟାରେଜ୍ ସ୍ଥାନ ପରିସରରେ କିଛି ଆବାସିକ ଘର ଜଳବନ୍ଦୀ ହୋଇପଡିଛି।
ଉତ୍ତରାଖଣ୍ଡ ବିପର୍ଯ୍ୟୟ (Uttrakhand Calamity) ପରେ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରେ (Uttar Pradesh) ସତର୍କତା ଜାରି କରାଯାଇଛି। ଗଙ୍ଗା କୂଳରେ ଥିବା ଅବସ୍ଥିତ ବିଭିନ୍ମ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ୟୁପିର ବିଜନୌର, କନ୍ନୌଜ, ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ୱର, ଗାଜିପୁର, ବାରାଣାସୀ ଠାରେ ହାଇ ଆର୍ଲଟ (High Alert) ଜାରି କରାଯାଇଛି।