ପୁଅର ଭୁଲ ପାଇଁ ବାପାଙ୍କୁ ମିଳିଲା ଏପରି ଦଣ୍ଡ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!
Advertisement

ପୁଅର ଭୁଲ ପାଇଁ ବାପାଙ୍କୁ ମିଳିଲା ଏପରି ଦଣ୍ଡ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!

ପ୍ରକାଶ ଥାଉକି, ପରେ ସାମ୍ନାକୁ ଆସିଥିବା ସିସିଟିଭି ପୁଟେଜରେ ଅନ୍ୟ କିଛି ଦେଖିବାକୁ ମିଳିଛି । ସିସିଟିଭ ଫୁଟେଜ ଅନୁସାରେ, ଦୋକାନରେ ଭିଡ଼ରୁ ରକ୍ଷା ପାଇବା ପାଇଁ ଭୁଲବଶତଃ  ପିଲାଟିର ପିଠିଟି ହଠାତ୍ ମୂର୍ତ୍ତିରେ ଆଘାତ କରିଥିଲା ଓ ମୂର୍ତ୍ତିଟି ଖସି ଯାଇଥିଲା । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଏହି ଘଟଣାରେ ପିଲାଟି ମଧ୍ୟ ମୂର୍ତ୍ତିକୁ ଧରିବାକୁ ଚେଷ୍ଟା କରେ କିନ୍ତୁ ତା ହାତରୁ ଏତେ ବଡ଼ ମୂର୍ତ୍ତି ଖସି ଯାଇଥାଏ ।

ପୁଅର ଭୁଲ ପାଇଁ ବାପାଙ୍କୁ ମିଳିଲା ଏପରି ଦଣ୍ଡ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!

ନୂଆଦିଲ୍ଲୀ: Teletubby Toy: ପୁଅ କରିଥିବା ଭୁଲ ଯୋଗୁଁ ବାପାଙ୍କୁ ଦେବାକୁ ପଡ଼ିଲା ଆର୍ଥିକ କ୍ଷତି ପୂରଣ । ତାହା ପୁଣି ହଜାରେ କିମ୍ୱା ଲକ୍ଷେ ନୁହେଁ ୩ ଲକ୍ଷରୁ ଅଧିକ ଟଙ୍କା ଦୋକାନୀ ଦେବାକୁ ପଡ଼ିଛି । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି,  ଯେଉଁଥିରେ ଜଣେ ଛୋଟ ପିଲା ୫୦,୦୦୦ ହଂକଂ ଡଲାରରୁ ଅଧିକ ମୂଲ୍ୟର ଏକ ଟେଲିଟୁବି (Teletubby) ପ୍ରତିମୂର୍ତ୍ତିକୁ ତଳକୁ ପକାଇ ଦେଇଥିଲା, ଯାହା ଫଳରେ ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଛି । ଏହି ଘଟଣା ହଂକଂ (Hong Kong) ର ମୋଙ୍ଗ କୋକ୍ (Mong kok) ସ୍ଥିତ ଲାଙ୍ଗହମ୍ ଖେଳନା ଦୋକାନ (Langham Toy Shop) ରେ ଘଟିଛି । ଯେଉଁଠାରେ ପିଲାଟି ଖେଳନା ଦୋକାନରେ ତାଙ୍କ ବାପାମା'ଙ୍କ ସହ ବୁଲୁଥିଲା, କିନ୍ତୁ ହଠାତ୍ ଖେଳୁଥିବା ସମୟରେ ତାଙ୍କ ଶରୀର ସେହି Teletubby ର ମୂର୍ତ୍ତି ସହିତ ଧକ୍କା ହୋଇଥିଲା । ଯାହା ଫଳରେ ମୂର୍ତ୍ତିଟି ତଳକୁ ଖସିଯିବା ପରେ ଭାଙ୍ଗିଗଲା । ଏକ ଦୀର୍ଘ ଯୁକ୍ତିତର୍କ ପରେ ଶିଶୁର ବାପାଙ୍କୁ 30,000 ହଂକଂ ଡଲାରରୁ ଅଧିକ ବା ପ୍ରାୟ ୩.୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡିଛି ।

ଏହି ଫଟୋରେ ଦେଖାଯାଉଛି ଯେ, ଛୋଟ ପିଲାଟିକୁ କୌଣସି ଆଘାତ ଲାଗି ନାହିଁ । କିନ୍ତୁ ଏହି ମୂଲ୍ୟବାନ ମୂର୍ତ୍ତି ଭାଙ୍ଗିକୁ ରୋକି ପାରି ନାହାଁନ୍ତି । ଏହି ମୂର୍ତ୍ତି ଉପରେ HK$ 52,800 ର ମୂଲ୍ୟ ଟ୍ୟାଗ୍ ଲାଗି ଥିଲା । କୁହାଯାଉଛି ଯେ ଖେଳନା ଦୋକାନର କର୍ମଚାରୀମାନେ ମୂର୍ତ୍ତି ଭାଙ୍ଗିବାର ଅଭିଯୋଗ ଛୋଟ ପିଲାଟି ଉପରେ ଲଗାଇଛନ୍ତି । ଯଦିଓ ଶିଶୁର ବାପାମା' ଏହି ଘଟଣା ବିଷୟରେ ସଂପୂର୍ଣ୍ଣ ଅବଗତ ନଥିଲେ, ହଠାତ୍ ଦୋକାନରେ ହଇଚଇ ସୃଷ୍ଟି ହୋଇଥିଲା । କର୍ମଚାରୀଙ୍କ ସହ ଦୀର୍ଘ ସମୟ ଧରି ବିତର୍କ ପରେ ଶିଶୁର ବାପାମା' HK$ 33,600 କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ । ଯାହାକୁ ଦୋକାନର କର୍ମଚାରୀମାନେ ମଧ୍ୟ ଗ୍ରହଣ କରିଥିଲେ ।

ପ୍ରକାଶ ଥାଉକି, ପରେ ସାମ୍ନାକୁ ଆସିଥିବା ସିସିଟିଭି ପୁଟେଜରେ ଅନ୍ୟ କିଛି ଦେଖିବାକୁ ମିଳିଛି । ସିସିଟିଭ ଫୁଟେଜ ଅନୁସାରେ, ଦୋକାନରେ ଭିଡ଼ରୁ ରକ୍ଷା ପାଇବା ପାଇଁ ଭୁଲବଶତଃ  ପିଲାଟିର ପିଠିଟି ହଠାତ୍ ମୂର୍ତ୍ତିରେ ଆଘାତ କରିଥିଲା ଓ ମୂର୍ତ୍ତିଟି ଖସି ଯାଇଥିଲା । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଏହି ଘଟଣାରେ ପିଲାଟି ମଧ୍ୟ ମୂର୍ତ୍ତିକୁ ଧରିବାକୁ ଚେଷ୍ଟା କରେ କିନ୍ତୁ ତା ହାତରୁ ଏତେ ବଡ଼ ମୂର୍ତ୍ତି ଖସି ଯାଇଥାଏ ।

ଏହା ବି ପଢ଼ନ୍ତୁ:-ଦେଶକୁ ମିଳିବାକୁ ଯାଉଛି ପ୍ରଥମ ଆଦିବାସୀ ରାଷ୍ଟ୍ରପତି? ଚର୍ଚ୍ଚାରେ ଏସବୁ ନାମ

ଏହା ବି ପଢ଼ନ୍ତୁ:-DL ପାଇଁ ଯେଉଁମାନଙ୍କ ପାଖରେ ନାହିଁ ଡ୍ରାଇଭିଂ ଟେଷ୍ଟ ଦେବାର ସମୟ, ସେମାନଙ୍କୁ ସରକାର ପ୍ରଦାନ କଲେ ଏହି ସୁବିଧା

ଏହା ବି ପଢ଼ନ୍ତୁ:-ମଣିଷରୁ ଏବେ 'କୁକୁର' ପରିଣତ ହେଲେ ଏହି ବ୍ୟକ୍ତି, ଅଜବ ସ୍ୱପ୍ନକୁ ପୂରଣ କରିବା ପାଇଁ ଦେବାକୁ ପଡ଼ିଲା ଏତେ ବଡ଼ ମୂଲ୍ୟ

 

ଏହି ଘଟଣା ପରେ ସୋସିଆଲ ମିଡିଆରେ ଏକ ଲଢ଼େଇ ଆରମ୍ଭ ହୋଇଛି । ଲୋକେ ପ୍ରଶ୍ନ କରୁଛନ୍ତି କି କ'ଣ ଶିଶୁର ବାପାମା'ଙ୍କୁ ପ୍ରକୃତରେ କ୍ଷତିପୂରଣ ଦିଆଯିବା ଉଚିତ କି? ଏକ ରେଡିଓ କାର୍ଯ୍ୟକ୍ରମରେ ଶିଶୁର ବାପା କହିଛନ୍ତି ଯେ ସିସିଟିଭି ଫୁଟେଜ ଦେଖିବା ପରେ ହିଁ ସେ ଏହାର ବାସ୍ତବତାକୁ ଜାଣିପାରିଛନ୍ତି ଯେ ତାଙ୍କ ପୁଅ ଉଦ୍ଦେଶ୍ୟମୂଳକ ଭାବରେ ଭାଙ୍ଗି ନାହାଁନ୍ତି । ଶିଶୁର ପିତା ମଧ୍ୟ ଦୋକାନୀମାନଙ୍କୁ ନିନ୍ଦା କରିଛନ୍ତି । କାରଣ ସେମାନେ ଜାଣିଶୁଣି ଏହି ଘଟଣା ପାଇଁ ତାଙ୍କ ସନ୍ତାନକୁ ଦାୟୀ କରିଥିଲେ ଓ କହିଥିଲେ ଯେ ଏହି ଘଟଣା ପାଇଁ ତାଙ୍କ ପୁଅ କିଛି ମାତ୍ରାରେ ଦାୟୀ କିନ୍ତୁ ଜନତାଙ୍କ ମଧ୍ୟରେ ଏପରି ଛୋଟ ବିଷୟ ରଖିବା ଠିକ୍ କ'ଣ? ଶିଶୁର ବାପା ଦୋକାନୀଙ୍କୁ କ୍ଷତିପୂରଣ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି ।