Advertisement
Article Detail0/zeeodisha/odisha868779

ବାଟକୁ ଆସୁଛି ପାକିସ୍ତାନ; ବାଇଡେନଙ୍କ ଭରସାରେ ବାଜୱା

୨୦୧୯ ପୁଲୱାମା ଆତଙ୍କୀ ହମଲା (Pulwama Attack) ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅହି ନକୂଳ ସମ୍ପର୍କରେ ଆହୁରି ତିକ୍ତତା ଆସିଛି। ଫଳରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ରେଳ, ବିମାନ ସେବା ବାଧାପ୍ରାପ୍ତ ହୋଇଛି। କ୍ରୀଡା ଓ କୂଟନୈତିକ କ୍ଷତ୍ରରେ ପୁଲୱାମାର ପ୍ରଭାବ ଦେଖିବାକୁ ମିଳିଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଏବେ ବାଟକୁ ଆସୁଛି ପାକିସ୍ତାନ। ବିଳମ୍ବରେ ହେଉ ପଛେ ନିଜ ଦେଶ ସ୍ଥିତି ବୁଝିଛନ୍ତି ସେନାମୁଖ୍ୟ ଜେନେରାଲ କ୍ୱାମର ଜାଭେଦ୍ ବାଜୱା। ଗୁରୁବାର ଇସଲାମାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତ ଓ ପାକିସ୍ତାନ ପୂର୍ବ କଥାକୁ ଭୁଲି ଶାନ୍ତି ଫେରାଇ ଆଣିବା ଉଚିତ ବୋଲି ସେ କହିଛନ୍ତି।

୨୦୧୯ ପୁଲୱାମା ଆତଙ୍କୀ ହମଲା (Pulwama Attack) ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅହି ନକୂଳ ସମ୍ପର୍କରେ ଆହୁରି ତିକ୍ତତା ଆସିଛି। ଫଳରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ରେଳ, ବିମାନ ସେବା ବାଧାପ୍ରାପ୍ତ ହୋଇଛି। କ୍ରୀଡା ଓ କୂଟନୈତିକ କ୍ଷତ୍ରରେ ପୁଲୱାମାର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ଭାରତ ମଧ୍ୟ ତାର କଡା ଜବାବ ଦେଉଛି।

Also Read: Massage parlor ରେ ଆଖିବୁଜା ଗୁଳିମାଡ଼, ୮ ମହିଳାଙ୍କ ମୃତ୍ୟୁ

Add Zee News as a Preferred Source

ଏହାରି ମଧ୍ୟରେ ପାକିସ୍ତାନ ସେନାମୁଖ୍ୟ (Pak Army Chief) ଜେନେରାଲ କ୍ୱାମର ଜାଭେଦ୍ ବାଜୱା (Qamar Javed Bajwa) ଗୁରୁବାର ଇସ୍ଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି। ଯାହା ଭାରତ (India) ଓ ପାକିସ୍ତାନ (Pakistan) ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିପାରେ। ତେବେ ଏଥିପାଇଁ ବାଜୱା ପୁଣି ଥରେ ଆମେରିକାର (America) ଶରଣ ପଶିବାକୁ ଚାହୁଁଛି। 

ଜେନେରାଲ ବାଜୱା କହିଛନ୍ତି ଯେ, ଉଭୟ ପାକିସ୍ତାନ ଓ ଭାରତ ପୁରୁଣା କଥାକୁ ଭୁଲି ଆଗକୁ ବଢିବା ଉଚିତ। ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମ ଶାନ୍ତି ଫେରାଇ ଅଣାଯାଇପାରିବ। ପଡୋଶୀ ଭାବେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିବା ନିହାତି ଆଶ୍ୟକ। ବିଶେଷ କରି କାଶ୍ମୀର ପ୍ରସଙ୍ଗରେ। ଉଭୟ ଦେଶ ମଧ୍ୟରେ ଲାଗିରହିଥିବା ବିବାଦ ପାଇଁ ମଧ୍ୟ ଓ ଦକ୍ଷିଣ ଏସିଆ ଏକ ପ୍ରକାରର ଅର୍ଥନୈତିକ ବନ୍ଦୀ ହୋଇଛି। ତେବେ ଏହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନ (Joe Biden) ମଧ୍ୟସ୍ଥି ପାଲଟିବେ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।

Also Read: MiG-21 ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ପାକିସ୍ତାନ ସ୍ୱାଧିନ ହେବା ପରଠାରୁ ଅର୍ଥାତ ଗତ ୭୩ ବର୍ଷ ମଧ୍ୟରେ ଅଧାରୁ ଅଧିକ ସମୟ ସେନାର କବଜାରେ ରହିଛି। ବିଦେଶୀ ରାଷ୍ଟ୍ରର ପ୍ରରୋଚନାରେ ଆସି ସେଠାକାର ସେନା ନିଜ ସରକାରକୁ ଗାଦିଚ୍ୟୁତ କରିଛି। ଜେନେରାଲ ବାଜୱା ଏକାଧିକ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ବାର୍ତ୍ତା କଥା କହିଛନ୍ତି। କିନ୍ତୁ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ରୋକୁ ନାହାନ୍ତି। ଗତ ଫେବୃଆରୀ ୨୫ରେ ଭାରତ-ପାକିସ୍ତାନ ମିଳିତଭାବେ ଏକ ବିବୃତ୍ତି ଜାରି କରିଥିଲେ। ତଥାପି ଗତ କିଛି ମାସରେ ଶତାଧିକ ଥର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ (Ceasefire) କରିଛି।

 

 

 

About the Author