India: ISRO ପାଇଲା ଆଉ ଏକ ସଫଳତା, ଗଗନଯାନ୍ ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ ପ୍ରକଳ୍ପ ପରୀକ୍ଷଣ ସଫଳ
Advertisement
Article Detail0/zeeodisha/odisha1600007

India: ISRO ପାଇଲା ଆଉ ଏକ ସଫଳତା, ଗଗନଯାନ୍ ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ ପ୍ରକଳ୍ପ ପରୀକ୍ଷଣ ସଫଳ

ISRO Gaganyaan Mission: ମାର୍ଚ୍ଚ ୧ ଏବଂ ୩ ତାରିଖରେ କ୍ଲଷ୍ଟର କନଫ୍ୟୁଗିରେସନ୍ ଗଗନାଯାନ୍ ପାଇଲଟ୍ ଏବଂ ଆପେକ୍ସ କଭର ସେପେରେସନ ପାରାଚ୍ୟୁଟ, ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ ପରୀକ୍ଷଣ ସଫଳତାର ସହିତ ସମାପ୍ତ କରିଛି ଇସ୍ରୋ।

India: ISRO ପାଇଲା ଆଉ ଏକ ସଫଳତା, ଗଗନଯାନ୍ ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ ପ୍ରକଳ୍ପ ପରୀକ୍ଷଣ ସଫଳ

Indian Space Research Organisation: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଏହାର ନାମରେ ଆଉ ଏକ ସଫଳତା ହାସଲ କରିଛି। ମାର୍ଚ୍ଚ ୧ ଏବଂ ୩ ତାରିଖରେ କ୍ଲଷ୍ଟର କନଫ୍ୟୁଗିରେସନ୍ ଗଗନାଯାନ୍ ପାଇଲଟ୍ ଏବଂ ଆପେକ୍ସ କଭର ସେପେରେସନ ପାରାଚ୍ୟୁଟ, ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ ପରୀକ୍ଷଣ ସଫଳତାର ସହିତ ସମାପ୍ତ କରିଛି ଇସ୍ରୋ।

ଏହି ପରୀକ୍ଷଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (Indian Space Research Organisation) ଇସ୍ରୋ (ISRO)। ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଏହି ପରୀକ୍ଷଣରେ ଦୁଇଟି ପାଇଲଟ୍ ପାରାଚ୍ୟୁଟ୍ ଅବତରଣ କରାଯାଇଥିଲା। ଏହି ପାରାଚ୍ୟୁଟ ମଧ୍ୟରୁ ଗୋଟିଏ ପ୍ରବାହ ଦିଗରେ ସର୍ବନିମ୍ନ କୋଣରେ ଆପତ୍ତି କଲାବେଳେ ଅନ୍ୟ ପାରାଚ୍ୟୁଟ୍ ପ୍ରବାହର ସର୍ବାଧିକ କୋଣରେ ପ୍ରବାହକୁ ପରିଚାଳନା କରିବାକୁ ଚେଷ୍ଟା କରିଥିଲା। ଯାହା ଦ୍ୱାରା ବସ୍ତୁକୁ ସଠିକ୍ ସ୍ଥିତିରେ ଅଟକା ଯାଇପାରିବ। ଏହି ପରୀକ୍ଷଣ ଗଗନଯାନ ଅଭିଯାନରେ ସ୍ୱାଧୀନ ଭାବରେ ମୁଖ୍ୟ ପାରାଚ୍ୟୁଟ୍ ବାହାର ଏବଂ ସ୍ଥାନିତ କରିବା ପାଇଁ ବ୍ୟବହୃତ ହେବ। ଗଗନଯାନ ପାରାଚ୍ୟୁଟ୍ ସିଷ୍ଟମ୍, ବିଏସଏସସି ଥିରୁବନନ୍ତପୁରମ୍ ଏବଂ ଏରିୟଲ୍ ଡେଲିଭର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ, ଆଗ୍ରା ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି।

ଇସ୍ରୋ, ନିଜର ଜୀବନ କାଳ ପୂରଣ କରିଥିବା ମେଗା ଟ୍ରପିକ୍ସ-୧ (MT-1) ଉପଗ୍ରହକୁ ପୁନର୍ବାର ପୃଥିବୀ କକ୍ଷପଥରେ ପ୍ରବେଶ କରିବ ଏବଂ ପରେ ଏହାକୁ ପ୍ରଶାନ୍ତ ମହାସାଗରରେ ପକାଇବ। ଜଳବାୟୁ ଉପରେ ଅଧ୍ୟୟନ ପାଇଁ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଏବଂ ଫ୍ରାନ୍ସ ସ୍ପେସ୍ ଏଜେନ୍ସି ସିଏନଇଏସ (French Space Agency CNES) ମିଳିତ ଭାବରେ ୨୦୧୧, ଅକ୍ଟୋବର ୧୨ ତାରିଖରେ ମେଗା ଟ୍ରପିକ୍ସ-୧ ଉତକ୍ଷେପଣ କରିଥିଲା। ବେଙ୍ଗାଲୁରୁ ସ୍ଥିତ ମହାକାଶ ଏଜେନ୍ସି ରବିବାର ଏକ ବିବୃତ୍ତିରେ କହିଛି ଯେ ଉପଗ୍ରହର ମୂଳ ଜୀବନ ୩ ବର୍ଷ ରହିଥିଲା। ହେଲେ ଏହାକୁ ୨୦୨୧ ପର୍ଯ୍ୟନ୍ତ ଆଞ୍ଚଳିକ ତଥା ବିଶ୍ୱ ଜଳବାୟୁ ମଡେଲ ସହିତ ଏକ ଦଶନ୍ଧିରୁ ଅଧିକ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେବା ଜାରି ରଖିଛି।

ଇସ୍ରୋ ଦ୍ୱାରା ଜାରି ବିବୃତ୍ତି (ISRO Statement) ଅନୁଯାୟୀ ଏହା ପୃଥିବୀର ବାୟୁମଣ୍ଡଳର ଏକ ନିରାପଦ ଅଞ୍ଚଳରେ ପୁନଃନିୟନ୍ତ୍ରିତ ହେବ। ପ୍ରାୟ ୧ ହଜାର କିଲୋଗ୍ରାମର ଏହି ଉପଗ୍ରହରେ ପ୍ରାୟ ୧୨୫ କିଲୋଗ୍ରାମ ଇନ୍ଧନ ବାକି ରହିଛି। ଯାହା ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି କରିପାରେ।ବୃହତ ଉପଗ୍ରହ/ରକେଟ ସାଧାରଣତ ଏକ ନିୟନ୍ତ୍ରିତ ପଦ୍ଧତିରେ ପୁନ ପ୍ରବେଶ କରାଯାଇଥାଏ। ଯାହ ଦ୍ୱାରା ଭୂପୃଷ୍ଠରେ କୌଣସି ପ୍ରକାର କ୍ଷୟକ୍ଷତି ଘଟିବାର ଆଶଙ୍କା ସୀମିତ ରହିଥାଏ। ଏହି ଉପଗ୍ରହକୁ ପକାଇବା ପାଇଁ ପ୍ରଶାନ୍ତ ମହାସାଗରରେ ଏକ ନିର୍ଜନ ସ୍ଥାନ ଚୟନ କରାଯାଇଛି।