ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗେଇଲା ଭାରତ; ସଫଳ ହେଲା Anti Ship Missile ପରୀକ୍ଷଣ
Advertisement
Article Detail0/zeeodisha/odisha1188902

ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗେଇଲା ଭାରତ; ସଫଳ ହେଲା Anti Ship Missile ପରୀକ୍ଷଣ

 ଏହି ଅଭିଯାନ  ଦ୍ୱାରା ଆତ୍ମନିର୍ଭରଶୀଳ ହେବା ଲାଗି  ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ପ୍ରୟାସର ପ୍ରତିବଦ୍ଧତାକୁ ଦର୍ଶାଉଛି। 

ଫଟୋ ସୌଜନ୍ୟ:Twitter@SpokespersonMoD

Indian  Navy:  ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି  ପ୍ରୟାସ ଜାରି ରଖିଛି ପ୍ରତିରକ୍ଷା ମନ୍ତ୍ରଣାଳୟ।  ଏହି କ୍ରମରେ ବିଭିନ୍ନ ସରକାରୀ ସଙ୍ଗଠନ ଅନେକ ଅସ୍ତ୍ରଶସ୍ତ୍ର ନିର୍ମାଣ କରି  ଏହା  ଉପରେ ଗବେଷଣା କରୁଛନ୍ତି।  ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ  (DRDO)  ଏହି  ଦିଗରେ ସର୍ବାଧିକ କାର୍ଯ୍ୟ କରୁଛି।  DRDO  ପକ୍ଷରୁ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ବିକଶିତ କରାଯିବା ସହ ଏହା ଉପରେ କାମ ଜାରି ରହିଛି।  ମେ ୧୮ ତାରିଖ ବୁଧବାର ଅନ୍ୟ ଏକ  ସଫଳତ ଅର୍ଜନ   କରିଛି  DRDO। 

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (Defence  Research  &  Development  Organisation)  ଡିଆରଡିଓ (DRDO)  ସହଯୋଗରେ ଭାରତୀୟ ନୌସେନା (Indian  Navy)  ବାଲେଶ୍ୱର  ଠାରେ  ସି କିଙ୍ଗ ୪୨ ବି ହେଲିକ୍ୟାପ୍ଟର (Seaking  42B  Helicopter) ଯୋଗେ  ସ୍ୱଦେଶୀ ଉପାୟରେ ବିକଶିତ ନୌସେନା ଆଣ୍ଟିସିପ୍  ମିସାଇଲ (Navy  Anti  Ship Missile)   କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି।  ଏହାର  ଫାୟାରିଂ ସଫଳ ହୋଇଛି।  ଏହି ଅଭିଯାନ  ଦ୍ୱାରା ଆତ୍ମନିର୍ଭରଶୀଳ ହେବା ଲାଗି  ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ପ୍ରୟାସର ପ୍ରତିବଦ୍ଧତାକୁ ଦର୍ଶାଉଛି। 

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି କ୍ରମାଗତ ଭାବେ ପ୍ରୟାସ  ଜାରି ରଖିଛି  ଭାରତ। ସରକାର ବିଦେଶରୁ ଆସିବାକୁ  ଥିବା ପ୍ରତିରକ୍ଷା କ୍ରୟ ଯୋଜନା ବାବଦରେ ସମୀକ୍ଷା କରିଛନ୍ତି।  ଗତ ବର୍ଷ ସରକାର ନିଷ୍ପତ୍ତି ନେଇଥିଲେ ଯେ କେବଳ ସେହି ପ୍ରତିରକ୍ଷା ଯନ୍ତ୍ରପାତି କ୍ରୟ କରାଯିବ ଯାହା ଅତ୍ୟନ୍ତ ଜରୁରୀ।  ଅନ୍ୟ ସମସ୍ତ ବିଚାରାଧୀନ କ୍ରୟକୁ ବାତିଲ୍  କରାଯିଯିବ କିମ୍ବା କଟାଯିବ।  ସରକାର ମଧ୍ୟ ଏକ ନିୟମ କରିଛନ୍ତି ଯେ କୌଣସି ଦେଶରୁ ପ୍ରତିରକ୍ଷା ଉପକରଣ କ୍ରୟ କରାଯିବ ନାହିଁ। କେବଳ ଜରୁରୀକାଳୀନ ପରିସ୍ଥିତିରେ ବିଦେଶରୁ ପ୍ରତିରକ୍ଷା ଉପକରଣ ଆମଦାନୀ କରାଯିବ।

Also Read: କୋରୋନା ମହାମାରୀ ସତ୍ତ୍ୱେ ବଢୁଛି ପ୍ରତିରକ୍ଷା ଖର୍ଚ୍ଚ; କେଉଁଠି ଅଛି ଭାରତ?

ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ ବୈଠକରେ ସହମତି ହୋଇଥିଲା ଯେ ଭବିଷ୍ୟତରେ ଭାରତ ପ୍ରତିରକ୍ଷା ଉପକରଣ ଆମଦାନୀ କରିବ  ନାହିଁ।  ଏହା ପରେ ମଧ୍ୟ ଏହି ପ୍ରସଙ୍ଗରେ ଅନେକ ବୈଠକ ହୋଇଥିଲା।