ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

02985 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା ଡବଲ୍ ଡେକର୍ ଦୈନିକ ସ୍ୱତନ୍ତ୍ର ୧୦,୦୪.୨୦୨୧ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଜୟପୁରରୁ ସକାଳ ୦୬.୦୦ରେ  ପ୍ରସ୍ଥାନ କରି ସେହି ଦିନ ସକାଳ ୧୦.୨୫ରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । 

ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: Indian Railways: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ (Indian Railways) କ୍ରମାଗତ ଭାବରେ ଏହାର ଟ୍ରେନ୍ (Trains) ସଂଖ୍ୟା ବୃଦ୍ଧି କରୁଛି । ପୁନର୍ବାର ଟ୍ରାକରେ ପୁରୁଣା ସମୟର ଟ୍ରେନ୍ ଚଲାଇବା ପାଇଁ ରେଲୱେ (Indian Railways) କିଛି ଦିନର ବ୍ୟବଧାନର ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରୁଛି । ଏଥର ରେଳବାଇ ୬ ରାଜ୍ୟ ପାଇଁ ଟ୍ରେନ୍ ଘୋଷଣା କରିଛି । ଏହି କାରଣରୁ ରାଜସ୍ଥାନ, ହରିୟାଣା, ଗୁଜୁରାଟ, ୟୁପି, ପଞ୍ଜାବ, ମଧ୍ୟପ୍ରଦେଶର ଲକ୍ଷ ଲକ୍ଷ ଯାତ୍ରୀ ଉପକୃତ ହେବାକୁ ଯାଉଛନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର, ଦିଲ୍ଲୀ ସରାଇ ରୋହିଲ୍ଲା-ସିକର ଏବଂ ଶ୍ରୀଗଙ୍ଗାନଗର-ନାନ୍ଦେଡ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସଞ୍ଚାଳନର ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ:-କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୧ ଲକ୍ଷ ୩୧ରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୭୮୦ ସଂକ୍ରମିତଙ୍କ ମୃତ୍ୟୁ

୧. 02985/02986 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର ଡବଲ୍ ଡେକର୍ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ 

02985 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା ଡବଲ୍ ଡେକର୍ ଦୈନିକ ସ୍ୱତନ୍ତ୍ର ୧୦,୦୪.୨୦୨୧ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଜୟପୁରରୁ ସକାଳ ୦୬.୦୦ରେ  ପ୍ରସ୍ଥାନ କରି ସେହି ଦିନ ସକାଳ ୧୦.୨୫ରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । 

ପ୍ରତ୍ୟାବର୍ତ୍ତନ ଦିଗରେ ୧୦,୦୪.୨୦୨୧ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ 02986 ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର ଡବଲ୍-ଡେକର୍ ଦୈନିକ ସ୍ପେଶାଲ ଜୟପୁରରୁ ସକାଳ ୦୫.୩୫ରେ ପ୍ରସ୍ଥାନ କରି ସେହି ଦିନ ରାତି ୧୦.୦୦ରେ ଜୟପୁରରେ ପହଞ୍ଚିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ଗାନ୍ଧିନଗର ଜୟପୁର, ଅଲୱାର୍, ଗୁରୁଗାଓଁ ଏବଂ ଦିଲ୍ଲୀ କ୍ୟାଣ୍ଟ ଷ୍ଟେସନରେ ଉଭୟ ଦିଗରେ ଅଟକିବ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା, ବକେୟା ମଧ୍ୟ ହେବ ଜମା

୨. 04812/04811 ଦିଲ୍ଲୀ ସରାଇ ରୋହିଲ୍ଲା-ସିକର-ଦିଲ୍ଲୀ ସରାଇ ରୋହିଲ୍ଲା ସ୍ପେଶାଲ ଟ୍ରେନ୍ ସପ୍ତାହରେ ୨ ଦିନ

04812 ଦିଲ୍ଲୀ ସରାଇ ରୋହିଲ୍ଲା-ସିକର୍ ସ୍ୱତନ୍ତ୍ର ଟ୍ରେନ୍ ୧୦.୦୪.୨୦୨୧ରୁ ଅଗ୍ରୀମ ସୂଚନା ଯାଏ ପ୍ରତ୍ୟେକ ବୁଧବାର ଓ ଶୁକ୍ରବାର ସକାଳ ୦୬.୪୦ରେ ପ୍ରସ୍ଥାନ କରି ସେହି ଦିନ ୧୨.୫୫ରେ ସିକରରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ୧୦.୦୪.୨୦୨୧ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ 04811 ସିକର୍-ଦିଲ୍ଲୀ ସରାଇ ରୋହିଲ୍ଲା ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାର ଓ ଶୁକ୍ରବାର ଦିନ ୦୨.୪୦ରେ ସିକରରୁ ପ୍ରସ୍ଥାନ କରି ସେହି ଦିନ ସନ୍ଧ୍ୟା ୦୮.୨୫ରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । ଏହି ଟ୍ରେନ ନୱାଲଗଡ, ଡଣ୍ଡଲୋଦ ମୁକୁନ୍ଦଗଡ, ଝୁଞ୍ଜୁନୁ, ଚିରୱା, ସୁରଜଗଡ, ଲୋହାରୁ, ମହେନ୍ଦ୍ରଗଡ, ଦାହିନା ଜୈନାବାଦ, ରେୱାରୀ, ଗୁରୁଗାଓଁ ଏବଂ ଦିଲ୍ଲୀ କ୍ୟାଣ୍ଟ ଷ୍ଟେସନରେ ଅଟକିବ ।

୩. 02440/02439 ଶ୍ରୀଗଙ୍ଗାନଗର-ନାନ୍ଦେଡ-ଶ୍ରୀଗଙ୍ଗାନଗର ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ 

02440 ଶ୍ରୀଗଙ୍ଗାନଗର-ନାନ୍ଦେଡ୍ ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୧୬.୦୪.୨୦୨୧ରୁ ଅଗ୍ରୀମ ସୂଚନା ଯାଏ ପ୍ରତ୍ୟେକ ଶୁକ୍ରବାର ଶ୍ରୀଗଙ୍ଗାନଗରରୁ ଦିନ ୦୧.୨୫ରେ ପ୍ରସ୍ଥାନ କରି ଶନିବାର ରାତ୍ରି ୯.୪୦ରେ ନାନ୍ଦେଡରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ 02439 ନାନ୍ଦେଡ-ଶ୍ରୀଗଙ୍ଗାନଗର ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୧୮.୦୪.୨୦୨୧ରୁ ଅଗ୍ରୀମ ସୂଚନା ଯାଏ ନାନ୍ଦେଡରୁ ପ୍ରତି ରବିବାର ସକାଳ ୧୧.୦୫ରେ ପ୍ରସ୍ଥାନ କରି ସୋମବାର ରାତ୍ରି ୦୮.୧୫ରେ ଶ୍ରୀଗଙ୍ଗାନଗରରେ ପହଞ୍ଚିବ । ଏହି ଟ୍ରେନ୍ ହନୁମାନଗଡ, ସାଙ୍ଗେରିଆ, ମାଣ୍ଡି ଡାବୱାଲି, ଭଟିଣ୍ଡା, ରାମପୁରା ଫୁଲ, ବାର୍ନାଲା, ଧୁରୀ ଜନ୍, ସାଙ୍ଗ୍ରୁର, ଜାଖାଲ ଜେନ୍, ଜିନ୍ଦ, ରୋହତକ, ନୂଆଦିଲ୍ଲୀ, ମଥୁରା, ଆଗ୍ରା କ୍ୟାଣ୍ଟ, ଗ୍ୱାଲିଅର୍, ଝାନ୍ସୀ, ବିନା, ଭୋପାଳ, ଇଟାରସି, ଖଣ୍ଡୱା, ମାଲକାପୁର, ଆକୋଲା ଜଙ୍କସନ୍, ୱାଶିମ୍, ହିଙ୍ଗୋଲି ଡେକାନ୍ ଏବଂ ପୁର୍ନା ଷ୍ଟେସନ୍ ଉଭୟ ଦିଗରେ ଅଟକିବ ।

ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ୍ ଗ୍ୟାରେଣ୍ଟିଡ ଟଙ୍କା ଡବଲ ସ୍କିମ୍! ୧୦୦୦ ଟଙ୍କାରୁ କରନ୍ତୁ ଆରମ୍ଭ, ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର

୪. 02486/02485 ଶ୍ରୀଗଙ୍ଗାନଗର-ନାନ୍ଦେଡ-ଶ୍ରୀଗଙ୍ଗାନଗର ସୁପରଫାଷ୍ଟ  ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହରେ ୨ ଦିନ

02486 ଶ୍ରୀଗଙ୍ଗାନଗର-ନାନ୍ଦେଡ୍ ସୁପରଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ଶ୍ରୀଗଙ୍ଗାନଗରରୁ ୧୦.୦୪.୨୦୨୧ରୁ ଅଗ୍ରୀମ ସୂଚନା ଯାଏ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ୨.୩୦ରେ ଶ୍ରୀଗଙ୍ଗାନଗରରୁ ପ୍ରସ୍ଥାନ କରି ଆଗାମୀ ଦିନ ରାତ୍ରି ୯.୪୦ରେ ନାନ୍ଦେଡରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ 02485 ନାନ୍ଦେଡ-ଶ୍ରୀଗଙ୍ଗାନଗର ସୁପରଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ୧୨.୦୪.୨୦୨୧ରୁ ଅଗ୍ରୀମ ସୂଚନା ଯାଏ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ସକାଳ ୧୧.୦୫ରେ ନାନ୍ଦେଡରୁ ପ୍ରସ୍ଥାନ କରି ପରଦିନ ସନ୍ଧ୍ୟା ୦୭.୩୦ରେ ଶ୍ରୀଗଙ୍ଗାନଗରରେ ପହଞ୍ଚିବ ।