ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ
Advertisement
Article Detail0/zeeodisha/odisha981722

ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ

ପଞ୍ଜଶୀର (Panjshir) ରେ ତାଲିବାନ (Taliban) ସହ ଲଢୁଥିବା ଏନଆରଏଫଏର ବୈଦେଶିକ ବ୍ୟାପାର ମୁଖ୍ୟ ଅଲି ମୈସମ ନାଜରୀ କହିଛନ୍ତି ଯେ ତାଲିବାନର ବିଜୟ ଦାବି ମିଛ ଓ NIFA ବାହିନୀ ଲଢେଇ ଜାରି ରଖିଛନ୍ତି । ଅନ୍ୟପଟେ ଅହମ୍ମଦ ମାସୁଦ (Ahmed Masood) ଏକ ଟ୍ୱିଟର ବାର୍ତ୍ତାରେ କହିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି ।

ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ

ତେହେରାନ: Panjshir Attack: ପଞ୍ଜଶୀର ମାମଲା  ରେ ପାକିସ୍ତାନର ହସ୍ତକ୍ଷେପ ଇମ୍ରାନ ସରକାର (Imran Khan government) ଙ୍କୁ ଭାରି ପଡ଼ିପାରେ । କାରଣ ଏହି ମାମଲାରେ ଇରାନ (Iran) ତଦନ୍ତ କରୁଛି । ଏହାସହ ଇମ୍ରାନ ସରକାରଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛି । ସୋମବାର ଇରାନ (Iran) କହିଛି ଯେ ପଞ୍ଜଶୀର ଆକ୍ରମଣରେ ପାକିସ୍ତାନ (Pakistan) ର ହସ୍ତକ୍ଷେପ ଯାଞ୍ଚ କରାଯାଉଛି । ସେ ଏହା ମଧ୍ୟ କହିଛି ଯେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ହସ୍ତକ୍ଷେପରୁ କେବଳ ଆକ୍ରମଣକାରୀଙ୍କ ପରାଜୟ ହେବ । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ପଞ୍ଜଶୀର (Panjshir) ର ରାଜନୈତିକ ସମାଧାନ ବାହାର କରିବା ଆବଶ୍ୟକ । ଆଫଗାନିସ୍ତାନର ଏହି ପ୍ରଦେଶର ତାଲିବାନ ଦଖଲ ଆନ୍ତର୍ଜାତୀୟ ତଥା ମାନବିକ ନିୟମ ଅନୁଯାୟୀ ଗ୍ରହଣୀୟ ନୁହେଁ ।

ଗତକାଲି ରାତିରେ ପଞ୍ଜଶୀର ଉପତ୍ୟକା (Panjshir Valley) ରେ ହୋଇଥିବା ଆକ୍ରମଣକୁ ତେହେରାନ (Tehran) ନିନ୍ଦା କରିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୟଦ ଖତିବଜାଦେହ କହିଛନ୍ତି ଯେ, ପଞ୍ଜଶୀର ଆକ୍ରମଣରେ ପାକିସ୍ତାନ (Pakistan) ର ହସ୍ତକ୍ଷେପର ଯାଞ୍ଚ ଚାଲିଛି । ଇରାନ ଆନ୍ତଃ- ଆଫଗାନିସ୍ତାନ ବାର୍ତ୍ତାକୁ ଆଫଗାନିସ୍ତାନ ସମସ୍ୟାର ଏକମାତ୍ର ସମାଧାନ ମନେ କରିଥାଏ ।" ସଇଦ ଖତିବଜାଦେହ ଇମ୍ରାନ ଖାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ସମସ୍ତ ଦାୟିତ୍ୱର ପାଳନ କରାଯିବା ଆବଶ୍ୟକ । ଇରାନ ଆଫଗାନିସ୍ତାନର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି ।

ଆଫଗାନିସ୍ତାନର 'କାମା ନ୍ୟୁଜ୍' ଅନୁଯାୟୀ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ (Taliban spokesman Zabiullah Mujahid) କହିଛି ଯେ, "ପାକିସ୍ତାନ ସମେତ କୌଣସି ଦେଶକୁ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଅନୁମତି ଦିଆଯିବ ନାହିଁ ।" ମୁଜାହିଦ୍ ଏହା ମଧ୍ୟ କହିଛି ଯେ, "ପୁରା ପଞ୍ଜଶୀର ତାଲିବାନ ଆତଙ୍କୀଙ୍କ ଅଧୀନରେ ଆସିଛି । ଏହି ବିଜୟ ସହିତ ଆମ ଦେଶ ଯୁଦ୍ଧରୁ ବାହାରି ଆସିଛି । ଆମେ ନିଶ୍ଚିତ କରୁଛୁ ଯେ ପଞ୍ଜଶୀର ଲୋକଙ୍କ ପ୍ରତି କୌଣସି ଭେଦଭାବ ହେବ ନାହିଁ । ସେମାନେ ଆମର ଭାଇ।" ତାଲିବାନ ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ଏନଆରଏଫଏ ମୁଖ୍ୟ ଅହମ୍ମଦ ମାସୁଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଡୋଶୀ ତାଜିକିସ୍ତାନକୁ ପଳାଇଛନ୍ତି।

ମାସୁଦ ନିଜକୁ ସୁରକ୍ଷିତ ବୋଲି କହିଛନ୍ତି

ପଞ୍ଜଶୀରରେ ତାଲିବାନ ସହ ଲଢୁଥିବା ଏନଆରଏଫଏର ବୈଦେଶିକ ବ୍ୟାପାର ମୁଖ୍ୟ ଅଲି ମୈସମ ନାଜରୀ କହିଛନ୍ତି ଯେ ତାଲିବାନର ବିଜୟ ଦାବି ମିଛ ଓ NIFA ବାହିନୀ ଲଢେଇ ଜାରି ରଖିଛନ୍ତି । ଅନ୍ୟପଟେ ଅହମ୍ମଦ ମାସୁଦ (Ahmed Masood) ଏକ ଟ୍ୱିଟର ବାର୍ତ୍ତାରେ କହିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି । ତାଲିବାନ ବିରୋଧରେ ଦେଶବ୍ୟାପୀ ବିଦ୍ରୋହ ଆରମ୍ଭ କରିବାକୁ ସେ ଆଫଗାନିସ୍ତାନର ଲୋକଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୩୬୯ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଏହିପରି ରାସନ କାର୍ଡରେ ଯୋଡ଼ନ୍ତୁ ନିଜ ପରିବାର ସଦସ୍ୟଙ୍କ ନାମ, ମାଗଣାରେ ମିଳିବ ଏସବୁ ସୁବିଧା