IRCTC Scam: ଜେଲ୍ ଯିବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ? CBI ନେଲେ ଏହି ଆକ୍ସନ
Advertisement

IRCTC Scam: ଜେଲ୍ ଯିବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ? CBI ନେଲେ ଏହି ଆକ୍ସନ

IRCTC scam case: ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟରେ ପାଖରେ ଆବେଦନ କରିଛି । ରାଉସ୍ ଆଭିଏନ୍ସରେ ଥିବା ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି ।

ସୌ: ସୋସିଆଲ ମିଡିଆ

IRCTC Scam: ଆଇଆରସିଟିସି ସ୍କାମ ମାମଲାରେ ତେଜସ୍ୱୀ ଯାଦବ (Tejashwi Yadav) ଜଣେ ଅଭିଯୁକ୍ତ । ଏହି ମାମଲାରେ ସେ ଜାମିନରେ ଅଛନ୍ତି । ସିବିଆଇ ଏହି (CBI) ମାମଲାର ଯାଞ୍ଚ କରୁଛି । ଏବେ ଏହା ଏକ ଗମ୍ଭୀର ବିଷୟ ବୋଲି ସିବିଆଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେଜସ୍ୱୀ ଯାଦବ ମାମଲାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କ ଜାମିନକୁ ବାତିଲ କରାଯିବା ଉଚିତ ଯାହା ଦ୍ୱାରା ଏହି ଘଟଣାରେ ନ୍ୟାୟଯୁକ୍ତ ତଦନ୍ତ ହୋଇପାରିବ ବୋଲି ସିବିଆଇ କହିଛି । ସିବିଆଇ ଆହୁରି ମଧ୍ୟ କହିଛନ୍ତି ଯେ ତେଜସ୍ୱୀ ଯାଦବଙ୍କ ବାହାରେ ରହିବା ଦ୍ୱାରା ଏହି ମାମଲାର ଅନେକ ସାକ୍ଷୀ ପ୍ରଭାବିତ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଯାଦବଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରାଯିବା ଉଚିତ ।

ଆଇଆରସିଟିସି ଘୋଟଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟ ପାଖରେ ପହଞ୍ଚିଛି । ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଛି । ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବଙ୍କୁ ରାଉସ୍ ଆଭିଏନ୍ସରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ କୋର୍ଟ ନୋଟିସ ଜାରି କରିଛନ୍ତି ।

ସିବିଆଇ କହିଛି ଯେ ତେଜସ୍ୱୀ ଯାଦବ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସିବିଆଇର ଆବେଦନକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ କାହିଁକି ବାତିଲ କରାଯିବ ନାହିଁ ବୋଲି କୋର୍ଟ ତେଜସ୍ୱୀ ଯାଦବଙ୍କୁ ପଚାରିଛନ୍ତି । ତେବେ ବର୍ତ୍ତମାନ ଯାଦବଙ୍କୁ ଜବାବ ଦେବାକୁ କୋର୍ଟ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ ତେଜସ୍ୱୀ ଯାଦବ ବର୍ତ୍ତମାନ ଆଇଆରସିଟିସି ସ୍କାମରେ ଜାମିନରେ ଆସି ବିହାରର ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ।

କହିରଖୁଛୁ ଯେ ଏହି ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କ ସମେତ ଅନେକ ଲୋକ ଅଭିଯୁକ୍ତ । ରାଉସ୍ ଆଭେନ୍ୟୁ କୋର୍ଟରେ ଏହି ମାମଲା ଚାଲିଛି । ସିବିଆଇ ସହିତ ଇଡି ମଧ୍ୟ ଏହାର ତଦନ୍ତ କରୁଛି । ଏହି ମାମଲାରେ ଆଇଆରସିଟିସି ହୋଟେଲ ଟେଣ୍ଡରରେ ଏହି ଜାଲିଆତି ପ୍ରକାଶ ପାଇଛି, ଏହା ପରେ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ଜାମିନ ମିଳିଥିଲା, କିନ୍ତୁ ବର୍ତ୍ତମାନ ସିବିଆଇ କହିଛି ଯେ ତେଜସ୍ୱୀ ଯାଦବ ଏକ ପ୍ରଭାବଶାଳୀ ସ୍ଥିତିରେ ଅଛନ୍ତି ଓ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତକୁ ପ୍ରଭାବିତ କରୁଛନ୍ତି ।

ସିବିଆଇ ଏହି ଆବେଦନରେ କହିଛି ଯେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ଭାବେ ସିବିଆଇ ଅଧିକାରୀମାନଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, କାରଣ ବର୍ତ୍ତମାନ ସେ ଏକ ପ୍ରଭାବଶାଳୀ ପଦବୀରେ ଅଛନ୍ତି, ତେଣୁ ତାଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକ ତଦନ୍ତକୁ ପ୍ରଭାବିତ କରିବ । ବିହାରର ଅନେକ ସ୍ଥାନରେ ସିବିଆଇ ରେଡ୍ ସମ୍ପର୍କରେ ଯାଦବ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋଲି ଆବେଦନରେ କୁହାଯାଇଛି ।

ଏହାବି ପଢ଼ନ୍ତୁ: PM Modi Net worth: ପ୍ରଧାନମନ୍ତ୍ରୀ ହେବା ପରେ କେତେ ବୃଦ୍ଧି ପାଇଛି ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି? ଏଠାରେ ଜାଣନ୍ତୁ