Monkey Pox: ହାଡ଼ଫୁଟି ଭ୍ୟାକସିନ ନେଇଥିଲେ ହେବନି କି ମଙ୍କିପକ୍ସ ଭାଇରସ? ଜାଣନ୍ତୁ ଏହାର ସତ୍ୟତା
Advertisement
Article Detail0/zeeodisha/odisha2389617

Monkey Pox: ହାଡ଼ଫୁଟି ଭ୍ୟାକସିନ ନେଇଥିଲେ ହେବନି କି ମଙ୍କିପକ୍ସ ଭାଇରସ? ଜାଣନ୍ତୁ ଏହାର ସତ୍ୟତା

Monkey Pox: ଚର୍ମରୁ ଚର୍ମ ସଂସ୍ପର୍ଶରେ ଆସିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଅତି ନିକଟରେ କଥାବାର୍ତ୍ତା କିମ୍ବା ନିଶ୍ୱାସ ନେବା ଦ୍ୱାରା ମଧ୍ୟ ଏହା ବ୍ୟାପିପାରେ । ଖାଲି ସେତିକି ନୁହେଁ, ଦୂଷିତ ଜିନିଷ ଯଥା ପୃଷ୍ଠ, ବିଛଣା, ପୋଷାକ ଓ ଗାମୁଛା ଜରିଆରେ ମଧ୍ୟ ଏହା ବ୍ୟାପିପାରେ। ବାସ୍ତବରେ ଏହି ଭୂତାଣୁ ଫଟା ଚର୍ମ, ଶ୍ୱାସ କ୍ରିୟା କିମ୍ବା ଆଖି, ନାକ ଓ ପାଟି ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ ।

Monkey Pox: ହାଡ଼ଫୁଟି ଭ୍ୟାକସିନ ନେଇଥିଲେ ହେବନି କି ମଙ୍କିପକ୍ସ ଭାଇରସ? ଜାଣନ୍ତୁ ଏହାର ସତ୍ୟତା

Monkey Pox: ମଙ୍କିପକ୍ସ ଭୂତାଣୁ ଏବେ ଲୋକଙ୍କ ପାଇଁ ନୂଆ ଟେନସନ ପାଲଟିଛି । ଏହି ଗମ୍ଭୀର ରୋଗର ପ୍ରକୋପ ବଢୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସତର୍କ ସୂଚନା ଜାରି କରିବା ସହ ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ତେବେ ଭାରତରେ ଏପର୍ଯ୍ୟନ୍ତ ଏହାର ମାମଲା ଚିହ୍ନଟ ହୋଇନାହିଁ। କିନ୍ତୁ ଏହି ରୋଗ (Mpox) ଆଖପାଖ ଦେଶରେ ପହଞ୍ଚି ସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ପ୍ରାୟ ୧୧୬ଟି ଦେଶକୁ ପ୍ରଭାବିତ କରିସାରିଲାଣି। ମିଡିଆ ରିପୋର୍ଟ ଅନୁଯାୟୀ ପଡୋଶୀ ଦେଶ ପାକିସ୍ତାନରେ ୩ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଏଭଳି ସ୍ଥିତିରେ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ିଛି, ଯାହା ଉପରେ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମଙ୍କିପକ୍ସ ବା ଏମପକ୍ସ (Mpox) କ'ଣ?
ମଙ୍କିପକ୍ସ, ଯାହାକୁ ଏମପକ୍ସ ମଧ୍ୟ କୁହାଯାଏ, ଏକ ବିରଳ ଭୂତାଣୁ ଜନିତ ରୋଗ ଯାହା ପ୍ରଥମେ ମାଙ୍କଡ଼ ପରି ପ୍ରାଇମେଟ୍ସ ମାନଙ୍କ ଠାରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହା ମଣିଷକୁ ବ୍ୟାପିବାରେ ଲାଗିଛି ।  ବିଶେଷଜ୍ଞଙ୍କ କହିବାନୁସାରେ, ଏହି ରୋଗ ଏକ ପ୍ରକାର ପକ୍ସ ଭାଇରସ ଦ୍ୱାରା ହୋଇଥାଏ, ଯେଉଁଥିରେ ଅଧିକାଂଶ ଲକ୍ଷଣ ସ୍ମଲପକ୍ସ ସହିତ ସମାନ, କିନ୍ତୁ ସାମାନ୍ୟ ଅଟେ । ସୂଚନାଯୋଗ୍ୟ ଯେ ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତି କିମ୍ବା ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ । 

ମନୁଷ୍ୟ ମାନଙ୍କଠାରେ ଚର୍ମ କ୍ଷତ ସଂସ୍ପର୍ଶରେ ଆସିବା, ଚର୍ମରୁ ଚର୍ମ ସଂସ୍ପର୍ଶରେ ଆସିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଅତି ନିକଟରେ କଥାବାର୍ତ୍ତା କିମ୍ବା ନିଶ୍ୱାସ ନେବା ଦ୍ୱାରା ମଧ୍ୟ ଏହା ବ୍ୟାପିପାରେ । ଖାଲି ସେତିକି ନୁହେଁ, ଦୂଷିତ ଜିନିଷ ଯଥା ପୃଷ୍ଠ, ବିଛଣା, ପୋଷାକ ଓ ଗାମୁଛା ଜରିଆରେ ମଧ୍ୟ ଏହା ବ୍ୟାପିପାରେ। ବାସ୍ତବରେ ଏହି ଭୂତାଣୁ ଫଟା ଚର୍ମ, ଶ୍ୱାସ କ୍ରିୟା କିମ୍ବା ଆଖି, ନାକ ଓ ପାଟି ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ ।

ଅନେକ ଗଣମାଧ୍ୟମ ରିପୋର୍ଟ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଯେଉଁମାନେ ସ୍ମଲ ପକ୍ସ କିମ୍ବା ଚିକେନପକ୍ସ  ଭ୍ୟାକସିନ ନେଇଛନ୍ତି କିମ୍ବା ଏହା ସହ ଜଡିତ ଟିକା ନେଇଛନ୍ତି, ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ନଗଣ୍ୟ । ବାସ୍ତବରେ, ବିସିଜି ଟିକା ସ୍ମଲପକ୍ସ ପାଇଁ ଦିଆଯାଏ, ଏହି ଭୂତାଣୁ ସ୍ମଲପକ୍ସ ସହିତ ସମାନ । ଏଭଳି ପରିସ୍ଥିତିରେ ଚିକେନ୍ ପକ୍ସ ଟିକା ନେଇଥିବା ଲୋକମାନେ ମଙ୍କିପକ୍ସରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରନ୍ତି। 

ମଙ୍କିପକ୍ସର ଲକ୍ଷଣ କ'ଣ? (Monkeypox Symptoms)
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ନୁସାରେ, ସାଧାରଣତଃ ଭୂତାଣୁ ସଂସ୍ପର୍ଶରେ ଆସିବାର ୫ରୁ ୨୧ ଦିନ ମଧ୍ୟରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଏ, ଏହି କ୍ଷେତ୍ରରେ ଏସବୁ ଲକ୍ଷଣ ଦେଖାଯାଇପାରେ । 

ପ୍ରବଳ ଜ୍ୱର
ଥଣ୍ଡା ଲାଗିବା, ଝାଳ ବୋହିବା
ମୁଣ୍ଡବିନ୍ଧା
ମାଂସପେଶୀ ଓ ପିଠି ଯନ୍ତ୍ରଣା
ଥକ୍କାପଣ ସମସ୍ୟା
ଫୁଲିଯାଇଥିବା ଲିମ୍ଫ ନୋଡ୍
ଏହା ବ୍ୟତୀତ ଚର୍ମରେ ଦାଗ ଭଳି ଲକ୍ଷଣ ଦେଖାଯାଏ ଯାହା ଧୀରେ ଧୀରେ ମାଂସପେଶୀ ଫାଟିବା ଏବଂ ପରେ ସ୍କାବ୍ ରେ ପରିଣତ ହୁଏ । 

ଏହି ରୋଗ କେତେ ବିପଜ୍ଜନକ? 
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଙ୍କିପକ୍ସର ତୀବ୍ରତା ଭୂତାଣୁର ଷ୍ଟ୍ରେନ୍ ଏବଂ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ସାମାନ୍ୟ ହୋଇଥାଏ, ଯେଉଁଥିରେ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତି ।  ତେବେ କେତେକ କ୍ଷେତ୍ରରେ ଏହି ରୋଗ ଗମ୍ଭୀର ହୋଇପାରେ ଏବଂ ଏଥିରେ ଶିଶୁ, ଗର୍ଭବତୀ ମହିଳା କିମ୍ବା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ ମାନେ ଅନ୍ତର୍ଭୁକ୍ତ । 

Also Read:  Kolkata Horror Case: ମହିଳା ଡାକ୍ତରଙ୍କ ମୃତଦେହ ପାଖରୁ ମିଳିଥିବା ଡାଏରୀ ଖୋଲିବ ରହସ୍ୟ

Also Read: Mukesh Ambani: ହେବ ୪୨ ହଜାର ଛଟେଇ! କେଉଁ ସେକ୍ଟରରୁ କେତେ ଜାଣିଲେ ପଶିବ ଛନକା...