)
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଆଫ୍ରିକାରେ ଅବସ୍ଥିତ ଏକ ଦେଶ ମଲାୱୀର ରାଷ୍ଟ୍ରପତି ସୋମବାର ଦିନ କହିଛନ୍ତି ଯେ,ଦେଶର ଉପରାଷ୍ଟ୍ରପତି ସାଉଲୋସ୍ କ୍ଲାଉସ୍ ଚିଲିମା ଏବଂ ଅନ୍ୟ ନଅ ଜଣଙ୍କୁ ନେଇ ଯାଉଥିବା ବିମାନ ନିଖୋଜ ହୋଇଯାଇଛି ବିମାନ ରାଡାରରୁ ଅଦୃଶ୍ୟ ହୋଇଯାଇଛି।ବିମାନ ସହିତ ଯୋଗାଯୋଗ କରିବାକୁ ବିମାନ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ଏପର୍ଯ୍ୟନ୍ତ ବିଫଳ ହୋଇଛି।
ତେବେ ବିବୃତ୍ତିରେ କୁହାଯାଇଛି ଯେ 51 ବର୍ଷିୟ ଚିଲିମା ମଲାୱି ପ୍ରତିରକ୍ଷା ବାହିନୀ ବିମାନରେ ଥିଲେ, ଯାହା ସ୍ଥାନୀୟ ସମୟ ସକାଳ 9.17 ରେ (ଭାରତୀୟ ସମୟ 12.45) ରାଜଧାନୀ ଲିଲୋଙ୍ଗୱେରୁ ଉଡାଣ କରିଥିଲା। ସୂଚନା ଅନୁଯାୟୀ, ବିମାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଚାଲିବା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
ପ୍ରକାଶ ଥାଉ ଯେ,ତାଙ୍କୁ 2022 ମସିହାରେ ଗିରଫ କରାଯାଇଥିଲା।2022 ମସିହାରେ ଚିଲିମା ତାଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ, ଯେତେବେଳେ ସେ ବ୍ରିଟିଶ-ମଲାୱି ବ୍ୟବସାୟୀଙ୍କ ସହ ଲାଞ୍ଚ କାରବାରରେ ଗିରଫ ହୋଇଥିଲେ ଏବଂ ତାଙ୍କୁ ଦୁର୍ନୀତି ଅଭିଯୋଗ କରାଯାଇଥିଲା।