ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ ଏହା ଉପରେ ଅନେକ ଦିନ ପାଇଁ ସମୀକ୍ଷା କରାଯାଇଥାଏ। ବଜେଟରେ କିଏ କ’ଣ ପାଇଲା ସେ ବାବଦରେ ଅନେକ ଆଲୋଚନା କରାଯାଇଥାଏ।
Trending Photos
ନୂଆଦିଲ୍ଲୀ: ପ୍ରତି ବର୍ଷ ସଂସଦରେ ଆଗତ ହେଉଥିବା କେନ୍ଦ୍ରୀୟ ବଜେଟ ଉପରେ ରହିଥାଏ ଦେଶବାସୀଙ୍କ ତୀକ୍ଷ୍ଣ ନଜର। ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ ଏହା ଉପରେ ଅନେକ ଦିନ ପାଇଁ ସମୀକ୍ଷା କରାଯାଇଥାଏ। ବଜେଟରେ କିଏ କ’ଣ ପାଇଲା ସେ ବାବଦରେ ଅନେକ ଆଲୋଚନା କରାଯାଇଥାଏ। ଭାରତର ବଜେଟ ଆଗତ ପରମ୍ପରା ପଛରେ ଏକ ସୁଦୀର୍ଘ ଇତିହାସ ରହିଛି।
ବ୍ରିଟିଶ ସରକାରଙ୍କ ଶାସନାଧିନ ଥିବା ସମୟରେ ଭାରତର ପ୍ରଥମ ବଜେଟ ୧୮୬୦ ମସିହା ଫେବୃଆରୀ ୧୮ ତାରିଖରେ ସେତେବେଳର ଭାଇସରାୟ ପରିଷଦରେ ଉପସ୍ଥାପିତ ହୋଇଥିଲା। ଏହାର ପ୍ରତିଷ୍ଠାତା ଥିଲେ ଜେମ୍ସ ୱିଲସନ (James wilson)।
ୱିଲସନ ୧୮୦୫ ମସିହା ଜୁନ ୩ ତାରିଖରେ ଆୟର୍ଲାଣ୍ଡ ସୀମାବର୍ତ୍ତୀ ହାୱିକ୍ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ମୁକ୍ତ ବଜାରର ସମର୍ଥକ ଭାବରେ ଜଣାଶୁଣା ଥିଲେ। ଉନବିଂଶ ଶତାବ୍ଦୀରେ ବ୍ରିଟେନରେ ମକା ଉପରେ ଆମଦାନୀ ଶୁଳ୍କ ଲାଗୁ କରିବାକୁ ସେ ଦୃଢ ବିରୋଧ କରିଥିଲେ। ୧୮୪୭ ମସିହାରେ ସେ ସେତେବେଳର ସଂସଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୮୪୩ ମସିହାରେ ଜଣାଶୁଣା ପତ୍ରିକା 'ଦି ଇକୋନୋମିଷ୍ଟ' (The Econimist) ଏବଂ ୧୮୫୩ ମସିହାରେ ଚାର୍ଟାର୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ଥାପନ କରିଥିଲେ। ଏହି ବ୍ୟାଙ୍କ ୧୯୬୯ ମସିହାରେ ଷ୍ଟାଣ୍ଡାର୍ଡ ବ୍ୟାଙ୍କ (Standard Bank) ସହିତ ମିଶ୍ରିତ ହୋଇ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ (Standard Charted Bank) ନାମରେ ପରିଚିତ ହୋଇଥିଲା।
Also Read: Union Budget 2021: ଚୀନ ସହ ମୁହାଁମୁହଁ ପରେ ବଢିବ ପ୍ରତିରକ୍ଷା ବ୍ୟୟ ଭାର
ୱିଲସନ ଜଣେ ଅର୍ଥନୀତିଜ୍ଞ ହୋଇଥିବାରୁ ସେତେବେଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲର୍ଡ ଜନ୍ ରସେଲ ତାଙ୍କୁ ୧୮୪୮ ମସିହାରେ ବୋର୍ଡ ଅଫ କଣ୍ଟ୍ରୋଲ ସଚିବ ଭାବରେ ନିଯୁକ୍ତ କରିଥିଲେ। ଏହି ବୋର୍ଡ ଭାରତ ସହ ଜଡିତ ବିଷୟ ପରିଚାଳନା କରୁଥିଲା। ୧୮୫୨ ମସିହା ପର୍ଯ୍ୟନ୍ତ ୱିଲସନ ଏହି ପଦବୀରେ ରହିଥିଲେ। ଏହା ପରେ ତାଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତ କରାଗଲା। ଏହା ପରେ ୧୮୫୯ ମସିହାରେ କାଉନସିଲ୍ ଅଫ୍ ଇଣ୍ଡିଆର ଫାଇନାନ୍ସ ମେମ୍ବର ପାଇଁ ସଂସଦ ଏବଂ ଅନ୍ୟାନ୍ୟ ପଦ ଛାଡିଥିଲେ।
ଭାରତ ବ୍ରିଟିଶ ଶାସନାଧିନ ଥିବା ସମୟର ୧୮୫୭ ମସିହାରେ ହୋଇଥିବା ବିଦ୍ରୋହକୁ ଦୃଷ୍ଟିରେ ରଖି ତତ୍କାଳୀନ ବ୍ରିଟେନର ରାଣୀ ଭିକ୍ଟୋରିଆ ତାଙ୍କୁ ଭାରତରେ କର ସଂଗ୍ରହ ଢାଞ୍ଚା ଏବଂ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ପଠାଇଥିଲେ। ୧୮୫୯ ମସିହା ନଭେମ୍ବର ୨୮ ତାରିଖରେ ସେ ଭାରତ ଗସ୍ତରେ ଆସିଥିଲେ। ୧୮୬୦ ମସିହା ଅଗଷ୍ଟ ୧୧ ତାରିଖରେ ତାଙ୍କର କୋଲକାତାରେ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ସେ ଭାରତୀୟ ବଜେଟ ପରମ୍ପରାର ମୂଳଦୁଆ ପକାଇଥିଲେ।
Also Read: Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC
ସ୍ୱାଧିନ ଭାରତର ପ୍ରଥମ ବଜେଟ୍ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ତତ୍କାଳୀନ ଅର୍ଥମନ୍ତ୍ରୀ ଆର.କେ ଷଣମୁଗମ୍ ଶେଟ୍ଟିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ପୂର୍ବରୁ କେନ୍ଦ୍ରୀୟ ବିଧାନସଭାରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହୋଇଥିବାବେଳେ ସେ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଲିଆକତ ଅଲୀଙ୍କୁ ଦେଇଥିଲେ। ସେତେବେଳର ଅର୍ଥମନ୍ତ୍ରୀ ଲିଆକତ ଅଲ୍ଲୀ ଫେବୃଆରୀ ୨ ତାରିଖ ୧୯୪୬ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ। ପରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ।
ବ୍ରିଟେନରେ ଭାରତୀୟ ବଜେଟର ମୂଳଦୂଆ ରହିଛି। ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟେନରେ ବାର୍ଷିକ ବଜେଟ୍ କାର୍ଯ୍ୟକାରୀ ହୋଇଥିଲା। ୧୭୩୩ ମସିହାରେ ପ୍ରଧାନମନ୍ତ୍ରୀ ରବର୍ଟ ୱାଲପୋଲ ଆର୍ଥିକ ଘୋଷଣାରେ ପ୍ରଥମ ଥର ପାଇଁ ବଜେଟ ବିଷୟରେ ଉଲ୍ଲେଖ କରିଥିଲେ। ବ୍ରିଟେନ ଏହି ସମୟରେ ଏକ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିଲା। ସେତେବେଳେ ଚର୍ଚ୍ଚା ହେଉଥିଲା ପ୍ରଧାନମନତ୍ରୀ ୱାଲପୋଲ ବିଭିନ୍ନ ଉତ୍ପାଦ ଉପରେ କର ଲଗାଇ ପାରନ୍ତି। ବ୍ରିଟେନରେ ଆମଦାନୀ କରକୁ ଗ୍ରହଣ କରାଯାଇନଥିଲା। କାରଣ ଏହାକୁ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ଉପରେ ସରକାରୀ ହସ୍ତକ୍ଷେପ ଭାବେ ଦେଖାଯାଉଥିଲା।
Also Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ?
ଭାରତୀୟ ବଜେଟ୍ ଇତିହାସ