Saral Pension Plan: LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ୪୦ ବର୍ଷ ବୟସରୁ ମିଳିବ ପେନସନ୍; ଜାଣନ୍ତୁ ଏହାର ବିଶେଷତା
Advertisement

Saral Pension Plan: LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ୪୦ ବର୍ଷ ବୟସରୁ ମିଳିବ ପେନସନ୍; ଜାଣନ୍ତୁ ଏହାର ବିଶେଷତା

Saral Pension Plan:  ଯଦି ଆପଣଙ୍କୁ ଅର୍ଥର ବହୁତ ଆବଶ୍ୟକତା ଅଛି, ପ୍ଲାନ୍ ନେବାର ଏକ ବର୍ଷ ପରେ ଆପଣ ଯେକୌଣସି ସମୟରେ ଆପଣଙ୍କର ଜମା ରାଶି ପ୍ରତ୍ୟାହାର କରିପାରିବେ । ଯଦି ପଲିସି ଧାରକ ଜ୍ୱାଏଣ୍ଟ ଲାଇଫ ବିକଳ୍ପକୁ ବାଛିଛନ୍ତି ଏବଂ ମରିଯାଆନ୍ତି, ତେବେ ତାଙ୍କ ପତ୍ନୀଙ୍କୁ ଆଜୀବନ ପେନସନ୍ ରାଶି ମିଳିବ ।

Saral Pension Plan: LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ୪୦ ବର୍ଷ ବୟସରୁ ମିଳିବ ପେନସନ୍; ଜାଣନ୍ତୁ ଏହାର ବିଶେଷତା

Saral Pension Plan: ଯେତେବେଳେ ଆମେ ପେନସନ୍ (Pension) ପ୍ଲାନ ବିଷୟରେ କଥା ହେଉ ତ ସମସ୍ତେ ଏହା ଭାବନ୍ତି ଯେ ଯୁବାବସ୍ଥାରେ ଟଙ୍କା ଜମା କରନ୍ତୁ ଓ ୬୦ ବର୍ଷ ବୟସ ପରେ ପେନସନ୍ ମିଳିବ । କିନ୍ତୁ ଭାରତୀୟ ଜୀବନ ବୀମା ନିଗମ (LIC) ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅନୁଯାୟୀ, ଥରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା ହେବା ମାତ୍ରେ ପେନସନ୍ ଆରମ୍ଭ ହୁଏ । ଯଦି ଆପଣଙ୍କୁ ଅର୍ଥର ବହୁତ ଆବଶ୍ୟକତା ଅଛି, ପ୍ଲାନ୍ ନେବାର ଏକ ବର୍ଷ ପରେ ଆପଣ ଯେକୌଣସି ସମୟରେ ଆପଣଙ୍କର ଜମା ରାଶି ପ୍ରତ୍ୟାହାର କରିପାରିବେ । ଯଦି ପଲିସି ଧାରକ ଜ୍ୱାଏଣ୍ଟ ଲାଇଫ ବିକଳ୍ପକୁ ବାଛିଛନ୍ତି ଏବଂ ମରିଯାଆନ୍ତି, ତେବେ ତାଙ୍କ ପତ୍ନୀଙ୍କୁ ଆଜୀବନ ପେନସନ୍ ରାଶି ମିଳିବ ।

LIC ସରଲ ପେନସନ୍ ଯୋଜନା  (Saral Pension Plan) ଆରମ୍ଭ କରିଛି । ଏଥିରେ ସେହି ସମସ୍ତ ବିଶେଷତା ଅଛି ଯାହା ପୂର୍ବ ଯୋଜନାରେ ନଥିଲା । ତାହା ହେଉଛି, ଆପଣ ୪୦ରୁ ୮୦ ବର୍ଷ ବୟସରେ ଯେକୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଜମା କରି ପ୍ରତ୍ୟେକ ମାସ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ପେନସନ୍ ନେଇପାରିବେ । ଏହି ପେନସନ୍ ସାରା ଜୀବନ ପାଇଁ ଉପଲବ୍ଧ ହେବ । ପ୍ରଥମଟି ଲାଇଫ୍ ଏନ୍ୟୁଟି ୱିଦ୍ 100% ରିଟର୍ନ ଅଫ୍ ପରଚେଜ୍ ପ୍ରାଇସ୍ ସିଙ୍ଗଲ ଲାଇଫ ପାଇଁ ରହିଛି । 

ଅର୍ଥାତ୍ ଏହି ପେନସନ୍ ସ୍କିମ୍ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ଯୋଡ଼ି ହେବ । ଯେପର୍ଯ୍ୟନ୍ତ ପେନସନଧାରୀ ଜୀବିତ ଅଛନ୍ତି, ତାଙ୍କୁ ପେନସନ୍ ମିଳିବା ଜାରି ରହିବ । ଏହା ପରେ ନୋମିନି ବା ମନୋନୀତ ବ୍ୟକ୍ତିଙ୍କୁ ବେସ୍ ପ୍ରିମିୟମ୍ ମିଳିଯିବ । ଦ୍ୱିତୀୟ ପେନସନ୍ ଯୋଜନା ଜ୍ୱଏଣ୍ଟ ଲାଇଫ୍ ପାଇଁ ଦିଆଯାଉଛି । ଏଥିରେ ପତି ବା ପତ୍ନୀ ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିଥିବେ, ତାଙ୍କୁ ପେନସନ ମିଳୁଥିବ । ଯେତେବେଳେ ଉଭୟ ହିଁ ଜୀବିତ ରହିବେ ନାହିଁ, ସେତେବେଳେ ନୋମିନିଙ୍କୁ ବେସ୍ ପ୍ରାଇସ୍ ମିଳିବ । ଏହି ଯୋଜନାରେ ପଲିସି ଆରମ୍ଭ ହେବାର ୬ ମାସ ପରେ ଯେକୌଣସି ସମୟରେ ଋଣ ନେଇ ହେବ ।

ଅଧିକ ପଢ଼ନ୍ତୁ:-'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ'ଣ ହୋଇଥାଏ ସୂତକ

 

ଏପରି ମିଳିବ ପେନସନ୍

ଯଦି ଆପଣଙ୍କ ବୟସ ୪୦ ବର୍ଷ ହୋଇଛି ଏବଂ ଆପଣ ୧୦ ଲକ୍ଷ ଟଙ୍କାର ସିଙ୍ଗଲ ପ୍ରିମିୟମ ଜମା କରିଛନ୍ତି, ତେବେ ଆପଣଙ୍କୁ ବାର୍ଷିକ ୫୦,୨୫୦ ଟଙ୍କା ମିଳିବ ଆରମ୍ଭ ହୋଇଯିବ, ଯାହା ଜୀବନ ପାଇଁ ଉପଲବ୍ଧ ହେବ । ଏହା ବ୍ୟତୀତ ଯଦି ଆପଣ ମଝିରେ ଆପଣଙ୍କ ଜମା ରାଶି ଫେରାଇ ନେବାକୁ ଚାହୁଁଛନ୍ତି କାରଣ ଆପଣଙ୍କୁ ଟଙ୍କା ଦରକାର । ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ୫ ପ୍ରତିଶତ ଛାଡ଼ି ଜମା ହୋଇଥିବା ଟଙ୍କା ଫେରସ୍ତ ମିଳିଯିବ । ଯଦି ଆପଣ ଏହି ପ୍ଲାନ୍ ନେବାକୁ ଚାହୁଁଛନ୍ତି, ତେବେ LIC ର ୱେବସାଇଟ୍ କିମ୍ବା କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀ ନିଅନ୍ତୁ । ଏହି ପେନସନ୍ ପ୍ଲାନ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ନିଆଯାଇପାରେ ।