ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର
Advertisement
Article Detail0/zeeodisha/odisha1033320

ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ନଭେମ୍ବର ୧ ଠାରୁ ଅନେକ ନିୟମ ବଦଳିଛି । ଏହି କ୍ରମରେ, LPG ସହିତ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି । ନୂତନ ନିୟମ ଅନୁଯାୟୀ, ଗ୍ୟାସ୍ ବୁକିଂ (LPG Gas Cylinder Booking) ଉପରେ ଆପଣଙ୍କ ମୋବାଇଲରେ OTP ଆସିବ, ଯାହାକୁ ଗ୍ୟାସ୍ ବିତରଣ କରିବାକୁ ଆସୁଥିବା ଡେଲିଭରି ବୟକୁ ଦେବାକୁ ପଡିବ । 

ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: LPG Gas Cylinder Booking Process: ଯଦି ଆପଣଙ୍କର LPG ଗ୍ୟାସ୍ କନେକ୍ସନ (LPG Gas Connection) ରେ ମୋବାଇଲ୍ ନମ୍ବର ଅପଡେଟ୍ (Mobile Number Update) ହୋଇନାହିଁ, ତେବେ ଏହାକୁ ତୁରନ୍ତ କରି ନିଅନ୍ତୁ, ନଚେତ୍ ପରବର୍ତ୍ତୀ ସମୟରୁ ଗ୍ୟାସ୍ ସିଲିଣ୍ଡର (LPG Gas Cylinder) ମିଳିବ ନାହିଁ । ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡନେ ଗ୍ୟାସର ମ୍ୟାନେଜର ଗ୍ୟାସ ହୋମ୍ ଡେଲିଭରୀ କରୁଥିବା କର୍ମଚାରୀଙ୍କୁ ବୁକିଂ ନକରି ଗ୍ୟାସ ସିଲିଣ୍ଡର ଦେବାକୁ ବାରଣ କରିଛନ୍ତି । ଗ୍ୟାସର କଳା ମାର୍କେଟିଂ ବନ୍ଦ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାନେଜର ରବି ମେହେରା କହିଛନ୍ତି ଯେ ହଲଦୱାନି ଓ କାଠଗୋଡାମ ଗ୍ୟାସ ଏଜେନ୍ସିରେ ପ୍ରାୟ ୫୫ ହଜାର ଉପଭୋକ୍ତା ଅଛନ୍ତି ।

ସେଥିମଧ୍ୟରୁ ୫୦ ହଜାର ଉପଭୋକ୍ତା ନିୟମିତ ଭାବେ ଗ୍ୟାସ ନେଉଥିବାବେଳେ ପ୍ରାୟ ୫ ହଜାର ଉପଭୋକ୍ତା ସେମାନଙ୍କ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିନାହାଁନ୍ତି । ଯେଉଁଥିପାଇଁ ସେମାନଙ୍କର ଗ୍ୟାସ୍ ବୁକିଂ କରାଯାଉନାହିଁ । ଏପରି ଲୋକମାନେ ବୁକିଂ ନକରି ଗ୍ୟାସ ଭର୍ତ୍ତି କରୁଛନ୍ତି । ଯଦି ଗ୍ୟାସ୍ ବୁକ୍ ଅପଡେଟ୍ ହୋଇନାହିଁ, ତେବେ ସେମାନଙ୍କର ସଂଯୋଗ ମଧ୍ୟ ବନ୍ଦ ହୋଇପାରେ । ତେଣୁ, ଏହିପରି ଗ୍ରାହକମାନେ ସେମାନଙ୍କ ଗ୍ୟାସ ଏଜେନ୍ସିକୁ ଯାଇ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଉଚିତ୍ ।

ସବସିଡି ବନ୍ଦ ହେବା ମଧ୍ୟ କାରଣ 

ମନେ କରାଯାଉଛି ଯେବେଠାରୁ ଗ୍ୟାସ ସବସିଡି ବନ୍ଦ ହୋଇଗଲାଣି, ଲୋକମାନେ ବୁକିଂ ବନ୍ଦ କରିଦେଇଛନ୍ତି । ଲୋକମାନେ ବୁକିଂ ନକରି ରାସ୍ତାରେ ଆସୁଥିବା ଗ୍ୟାସ ଗାଡିରୁ ସିଲିଣ୍ଡର ନେଉଛନ୍ତି । ମନେ କରାଯାଉଛି ଯେ ଏଥିପାଇଁ ସହରରେ କଳା ବଜାରର ଖେଳ ଚାଲିଛି ।

ନଭେମ୍ବର ୧ରୁ ବଦଳି ଯାଇଛି ନିୟମ

ନଭେମ୍ବର ୧ ଠାରୁ ଅନେକ ନିୟମ ବଦଳିଛି । ଏହି କ୍ରମରେ, LPG ସହିତ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି । ନୂତନ ନିୟମ ଅନୁଯାୟୀ, ଗ୍ୟାସ୍ ବୁକିଂ (LPG Gas Cylinder Booking) ଉପରେ ଆପଣଙ୍କ ମୋବାଇଲରେ OTP ଆସିବ, ଯାହାକୁ ଗ୍ୟାସ୍ ବିତରଣ କରିବାକୁ ଆସୁଥିବା ଡେଲିଭରି ବୟକୁ ଦେବାକୁ ପଡିବ । ଏହି OTP କେବଳ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ । ଅର୍ଥାତ ଯଦି ଆପଣଙ୍କର ମୋବାଇଲ୍ ନମ୍ବର ଆପଣଙ୍କ ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ ହୋଇନାହିଁ, ତେବେ OTP ଆପଣଙ୍କ ଫୋନ୍ ନମ୍ବରରେ ଆସିବ ନାହିଁ ଏବଂ ଆପଣ LPG ସିଲିଣ୍ଡର ବୁକ୍ କରିପାରିବେ ନାହିଁ ।

ଆପଣ OTP ବିନା ସିଲିଣ୍ଡର ବୁକ୍ କରିବାକୁ ସମର୍ଥ ହେବେ ନାହିଁ 

କେବଳ ଏତିକି ନୁହେଁ, ଯଦି ଆପଣ ଆପଣଙ୍କ ଡେଲିଭରି ବୟକୁ OTP ନ କହିବେ, ତେବେ ସେ ଗ୍ୟାସ୍ ସିଲିଣ୍ଡର (LPG Gas Cylinder) ଡେଲିଭରି କରିବେ ନାହିଁ । ଏହାର ଅର୍ଥ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏପରି ପରିସ୍ଥିତିରେ, କୌଣସି ଅସୁବିଧାକୁ ଏଡାଇବା ପାଇଁ ଆପଣ ବିନା ବିଲମ୍ୱ କରି ତୁରନ୍ତ ଆପଣ LPG ଗ୍ୟାସ୍ ଏଜେନ୍ସିରେ ନିଜ ନମ୍ୱର ପଞ୍ଜୀକୃତ କରନ୍ତୁ । ଆପଣଙ୍କୁ କହିରଖୁଛୁ ଯେ ଏହି ନିୟମ କେବଳ ଘରୋଇ ସିଲିଣ୍ଡର ଉପରେ ପ୍ରଯୁଜ୍ୟ ହେବ ।

ଏହା ବି ପଢ଼ନ୍ତୁ:-ସକାଳୁ ଉଠି ପ୍ରଥମେ ଆଇନା ଦେଖୁଛନ୍ତି କି? ଜାଣନ୍ତୁ କ'ଣ କହୁଛି ବାସ୍ତୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ କ'ଣ ପାଇଁ ଡରନ୍ତି ଚୀନ ଓ ପାକ୍, ସ୍ପିଡରେ F-16 କୁ ଦେଇଥାଏ ମାତ୍, ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା