ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡା ହଟହଟା
Advertisement

ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡା ହଟହଟା

ଭାରତର ଘରୋଇ ମାମଲାରେ ବିଦେଶୀ ରାଷ୍ଟ୍ରମୁଖ୍ୟ ପ୍ରତିକ୍ରିୟା ରଖିବା ପରେ ନାରାଜ ହୋଇଉଠିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।

ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡା ହଟହଟା

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ (Farmers Bill 2020) ବିରୋଧ କରି ପ୍ରାୟ ୬ ଦିନ ଧରି ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଚଳାଇ ଆସୁଛନ୍ତି ଚାଷୀ। କୃଷକଙ୍କ ସମସ୍ୟାର ସମାଧାନ ଲାଗି ମଙ୍ଗଳବାର କେନ୍ଦ୍ର ସରକାର ପ୍ରାୟ ୩୨ଟି କୃଷକ ସଙ୍ଗଠନ ସହ ଆଲୋଚନା କରିଛନ୍ତି। ଏନେଇ ଅନୁଷ୍ଠିତ ହୋଇଥିବା ବୈଠକରେ କେନ୍ଦ୍ର ସରକାର କୃଷକ ସଙ୍ଗଠନ ନେତାଙ୍କ ସାମ୍ନାରେ ରଖି ପ୍ରସ୍ତାବ ଅନୁସାରେ କୃଷି ଦ୍ରବ୍ୟର ବିକ୍ରୟ ଲାଗି ଚାଷୀଙ୍କୁ ମିଳୁଥିବା ସହାୟକ ମୂଲ୍ୟ-ଏମଏସପି (MSP-Minimum Support Price) ଉପରେ ଏକ କମିଟି (MSP Committee) ଗଠନ କରିବେ। 

Also Read: ଆଲୋଚନା ପରେ ନରମିଲେ ସରକାର; କୃଷକଙ୍କ ପାଇଁ ଗଠନ କରିବେ ଏମଏସପି କମିଟି

ସରକାର ପ୍ରାୟ ୬ ଦିନ ଧରି ଲଗାତାର ଭାବେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ମୁଖ୍ୟ ଦାବି ଏମଏସପି ଉପରେ ରହିଛି। ଚାଷୀ ଆନ୍ଦୋଳନ ପଛର ଏକ ମୁଖ୍ୟ କାରଣ ହେଉଛି ସରକାର ଏମଏସପିକୁ ନେଇ କୃଷକଙ୍କ ମନରେ ଉଠିଥିବା ସନ୍ଦେହକୁ ଦୂର କରନ୍ତୁ। ଏହି ଦାବିକୁ ବିଗତ କିଛି ଦିନ ଧରି ଦୋହରାଇ ଆସୁଛନ୍ତି ଆନ୍ଦୋଳନରତ କୃଷକ।

Also Read: ବର୍ବରତାକୁ ଭୁଲି ଅନ୍ନଦାତା ଧର୍ମ ପାଳନ କଲେ କୃଷକ!

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ (Canada Prime Minister) ଜଷ୍ଟିନ ଟ୍ରୁଡୋ (Justin Trudeau) । ଏନେଇ ଟ୍ୱିଟ କରି ସେ କହିଛନ୍ତି, " ଅବସ୍ଥା ବହୁତ ଚିନ୍ତାଜନକ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାର ସୁରକ୍ଷା ପାଇଁ କାନାଡା ସବୁବେଳେ ଛିଡା ହେବ।"  

ଭାରତର ଘରୋଇ ମାମଲାରେ ବିଦେଶୀ ରାଷ୍ଟ୍ରମୁଖ୍ୟ ପ୍ରତିକ୍ରିୟା ରଖିବା ପରେ ନାରାଜ ହୋଇଉଠିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (Ministry of External Affairs) । ଏନେଇ ମନ୍ତ୍ରଣାଳୟର ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି, " ଆମେ କାନାଡାର ନେତାଙ୍କ ଦ୍ୱାରା ଭାରତର ଚାଷୀଙ୍କ ବିଷୟରେ କିଛି ମନ୍ତବ୍ୟ ଦେଖିଛୁ। ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏପରି ମନ୍ତବ୍ୟ ଏବଂ ବିବୃତ୍ତି ଅତ୍ୟନ୍ତ ଅନାବଶ୍ୟକ। ଆମେ ବିଶ୍ୱାସ କରୁ ରାଜନୈତିକ କଥାବାର୍ତ୍ତା ରାଜନୈତିକ ଉଦ୍ଦେଶ୍ୟ ପାଇଁ ଭୁଲ ଭାବରେ ଉପସ୍ଥାପିତ ହେବା ଉଚିତ୍ ନୁହେଁ। "

 

Also Read:ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି,"ପରିସ୍ଥିତି ଚିନ୍ତାଜନକ। ଆମେ ପରିବାର ଏବଂ ସାଙ୍ଗଙ୍କ ପାଇଁ ଚିନ୍ତିତ। ଆମେ ଜାଣୁ ଏହା ଅନେକ ଲୋକଙ୍କ ପାଇଁ ସତ୍ୟ। ଶାନ୍ତିପୂର୍ଣ୍ଣ  ଉପାୟରେ ଚାଲୁଥିବା ପ୍ରଦର୍ଶନ ସପକ୍ଷରେ କାନାଡା ସବୁବେଳେ ଛିଡା ହୋଇଛି। ଆମେ ପାରସ୍ପରିକ ଆଲୋଚନାରେ ବିଶ୍ୱାସ କରୁ। ଆମେ ଆମର ଚିନ୍ତାଧାରାକୁ ଭାରତ ଆଗରେ ରଖିଛୁ। ସମସ୍ତେ ଏକାଠି ହେବାର ସମୟ ଆସିଛି। "

ଏହା ପୂର୍ବରୁ କାନାଡି ପ୍ରଧାନମନ୍ତ୍ରୀ ଟ୍ରୁଡୋ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ପ୍ରତିରକ୍ଷା ମନ୍ତ୍ରୀ ହରଜିତ ସିଂ ଟ୍ୱିଟରରେ ଲେଖିଛନ୍ତି, "କ୍ରୁରତା ଭାରତରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ଅସୁବିଧାରେ ପକାଉଛି। ମୋ ଅଞ୍ଚଳର ଅନେକ ଲୋକଙ୍କ ପରିବାର ସେଠାରେ ଅଛନ୍ତି ଏବଂ ସେମାନେ ନିଜ ଲୋକଙ୍କ ବିଷୟରେ ଚିନ୍ତିତ। ଏହି ମୌଳିକ ଅଧିକାରର ସୁରକ୍ଷା ପାଇଁ ମୁଁ ନିବେଦନ କରୁଛି। "