ବେଙ୍ଗଲରେ BJP କୁ ବଡ ଝଟକା, ମମତାଙ୍କ ଉପସ୍ଥିତିରେ TMC କୁ ଫେରିଲେ ମୁକୁଲ ରୟ
Advertisement

ବେଙ୍ଗଲରେ BJP କୁ ବଡ ଝଟକା, ମମତାଙ୍କ ଉପସ୍ଥିତିରେ TMC କୁ ଫେରିଲେ ମୁକୁଲ ରୟ

West Bengal Politics: ମୁକୁଲ ରୟ ଦୀର୍ଘ ସମୟ ଧରି ବିଜେପି ସହିତ ଦୂରତା ବଜାୟ ରଖିଥିଲେ । ଯେଉଁ କାରଣରୁ ଗତ କିଛି ଦିନ ହେବ ମୁକୁଲ ରୟ ତୃଣମୂଳ କଂଗ୍ରେସରେ ଯୋଗଦେବା ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା ।

ମମତାଙ୍କ ଉପସ୍ଥିତିରେ TMC କୁ ଫେରିଲେ ମୁକୁଲ ରୟ

କୋଲକାତା: ଚାରି ବର୍ଷ ପୂର୍ବେ ମମତା ବାନାର୍ଜୀଙ୍କ (Mamata Banerjee) ଦଳ ତୃଣମୂଳ କଂଗ୍ରେସ (Trinamool Congress) ଛାଡି ବିଜେପିରେ (BJP) ଯୋଗ ଦେଇଥିବା ମୁକୁଲ ରୟ ଘରବାହୁଡା କରିଛନ୍ତି । କୋଲକାତାରେ ଟିଏମସିର ପାର୍ଟି ଅଫିସରେ (TMC's party office) ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ରୟ (Mukul Roy) ଟିଏମସିରେ (TMC) ପୁର୍ନବାର ସାମିଲ ହୋଇଛନ୍ତି । ଏହାପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୁକୁଲ ରୟ ଟିଏମସି କାର୍ଯ୍ୟାଳୟରେ ପହଞ୍ଚି ମମତା ବାନାର୍ଜୀଙ୍କ ସମେତ ଅନେକ ବରିଷ୍ଠ ଟିଏମସି ନେତାଙ୍କୁ ଭେଟିଥିଲେ । ଘରୁ ବାହାରିବାବେଳେ ମୁକୁଲ ରୟ ସ୍ପଷ୍ଟ କରିଥିଲେ ଯେ ସେ ଟିଏମସି କାର୍ଯ୍ୟାଳୟକୁ ଯାଉଛନ୍ତି । ଏହି ସମୟରେ ମମତା ବାନାର୍ଜୀ ପାର୍ଟି ଅଫିସରେ ଟିଏମସିର (TMC) ଏକ ବଡ ବୈଠକ ଡାକିଥିଲେ ଓ ମୁକୁଲ ରୟ ଆନୁଷ୍ଠାନିକ ଭାବେ ଯୋଗଦେବା ପୂର୍ବରୁ ପାର୍ଟି ତରଫରୁ ଏକ ବୈଠକ ହୋଇଥିଲା । ମୁକୁଲ ରୟଙ୍କ ସହ ତାଙ୍କ ପୁଅ ଶୁଭ୍ରାନ୍ସୁ ରଏ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି ।

ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ ଅଭିଷେକ ବାନାର୍ଜୀ 
ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଜୁନ ୨ରେ ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ସେବେଠାରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା ।

ପଶ୍ଚିମବଙ୍ଗ ବିଜେପି ବୈଠକରେ ସାମିଲ ହୋଇ ନଥିଲେ ମୁକୁଲ ରାୟ 
ନିକଟ ଅତୀତରେ କୋଲକାତାରେ ପଶ୍ଚିମବଙ୍ଗ ବିଜେପି ଦ୍ୱାରା ଡକାଯାଇଥିବା ବୈଠକରେ ମୁକୁଲ ରାୟ ମଧ୍ୟ ଯୋଗ ଦେଇନଥିଲେ । ତେବେ ବିଗତ ଦିନରେ ମୁକୁଲ ରାଏ ଟିଏମସି ଯିବାର କଳ୍ପନାକୁ ଖାରଜ କରି ନିଜକୁ ବିଜେପିର ସିପାହୀ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ: Covaxin କୁ ଝଟକା! ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲା ନାହିଁ ଆମେରିକା

ବିଜେପିରେ ଯୋଗଦେବା ପୂର୍ବରୁ ଟିଏମସି ସାଧାରଣ ସମ୍ପାଦକ ଥିଲେ ମୁକୁଲ ରାୟ
ଏଠାରେ କହି ରଖୁଛୁ ଯେ ମୁକୁଲ ରାୟ ବିଜେପିରେ ଯୋଗଦେବା ପୂର୍ବରୁ ଟିଏମସିର ସାଧାରଣ ସମ୍ପାଦକ ଥିଲେ । ମୁକୁଲ ରାୟ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ବିଜେପିର ରାଜ୍ୟସଭା ସଦସ୍ୟ ଅଛନ୍ତି । ନିକଟ ଅତୀତରେ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଛି ।

ଅଧିକ ପଢ଼ନ୍ତୁ: ନାଶିକର ବୃଦ୍ଧଙ୍କ ଦାବି, କରୋନା ଭ୍ୟାକ୍ସିନ୍ ନେବା ପରେ ଚୁମ୍ବକ ହୋଇଗଲା ଶରୀର

ଅନେକ ନେତା ମମତାଙ୍କ କ୍ୟାମ୍ପକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି
ଟିଏମସିର ବହୁ ପୂର୍ବତନ ନେତା ଗତ କିଛି ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶିବିରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୋନାଲି ଗୁହା ଏବଂ ପ୍ରଦୀପ ବିଶ୍ୱାସଙ୍କ ସମେତ ବହୁ ବିଶିଷ୍ଟ ନେତା ଅଛନ୍ତି । ଅନ୍ୟ କେତେକ ନେତା ମଧ୍ୟ ଟିଏମସି ନେତୃତ୍ୱକୁ ସଙ୍କେତ ଦେଉଛନ୍ତି ଯେ ସେମାନେ ତୃଣମୂଳକୁ ଫେରିବାକୁ ଚାହୁଁଛନ୍ତି ।