Nepal Bus Accident: ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ସମସ୍ତ ୪୦ ଯାତ୍ରୀ ଭାରତୀୟ ସୂଚନା...ଏବେସୁଦ୍ଧା ୧୪ ମୃତ
Advertisement
Article Detail0/zeeodisha/odisha2396521

Nepal Bus Accident: ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ସମସ୍ତ ୪୦ ଯାତ୍ରୀ ଭାରତୀୟ ସୂଚନା...ଏବେସୁଦ୍ଧା ୧୪ ମୃତ

Nepal Bus Accident: ତନହୁନ ଏସପି ବୀରେନ୍ଦ୍ର ସାହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ କାର୍ଯ୍ୟାଳୟର ଇନ୍ସପେକ୍ଟର ଅବୁ ଖରେଣୀ ରହିଛନ୍ତି। ସେନା ଓ ସଶସ୍ତ୍ର ବାହିନୀକୁ ଏ ନେଇ ସୂଚନା ଦିଆଯାଇଛି। ବସ୍ ନମ୍ବର ୟୁପି FT ୭୬୨୩ ବୋଲି କୁହାଯାଉଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Nepal Bus Accident: ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ସମସ୍ତ ୪୦ ଯାତ୍ରୀ ଭାରତୀୟ ସୂଚନା...ଏବେସୁଦ୍ଧା ୧୪ ମୃତ
Nepal Bus Accident: ମଧ୍ୟ ନେପାଳର ମୁର୍ସିୟୋଙ୍ଗଡି ନଦୀରେ ଶୁକ୍ରବାର ଏକ ଭାରତୀୟ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ତନାହୁନ୍ ଜିଲ୍ଲାର ଆଇନା ପହଡ଼ାରେ ଏହି ଦୁର୍ଘଟଣା ଘଟିଛି। ସଶସ୍ତ୍ର ପୋଲିସ ବାହିନୀ ନେପାଳ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ବିଦ୍ୟାଳୟର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସ୍ପି) ମାଧବ ପୁଡେଲଙ୍କ ନେତୃତ୍ୱରେ ୪୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ପ୍ରାୟ ୧୩ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ଏହିବସ୍ ରେ ୪୦ ଭାରତୀୟ ଯାତ୍ରୀ ରହିଥିଲେ।
 
ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳିନ ନମ୍ବର ଜାରି କରାଯାଇଛି।
 
 
 

 

ବସ୍ ଟି ଗୋରଖପୁରରୁ ଯାତ୍ରୀଙ୍କୁ ନେଇ ଯାଉଥିଲା
ସୂଚନା ଅନୁଯାୟୀ, ଗୋରଖପୁର ରୁ ନେପାଳକୁ ଯାତ୍ରୀଙ୍କୁ(Uttar Pradesh Gorakhpur) ନେଇ ଯାଉଥିବା ଏକ ଭାରତୀୟ ବସ୍ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଛି। ବସ୍ ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ତନହୁନ ଏସପି ବୀରେନ୍ଦ୍ର ସାହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ କାର୍ଯ୍ୟାଳୟର ଇନ୍ସପେକ୍ଟର ଅବୁ ଖରେଣୀ ରହିଛନ୍ତି। ସେନା ଓ ସଶସ୍ତ୍ର ବାହିନୀକୁ ଏ ନେଇ ସୂଚନା ଦିଆଯାଇଛି। ବସ୍ ନମ୍ବର ୟୁପି FT ୭୬୨୩ ବୋଲି କୁହାଯାଉଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
 
 
ଉତ୍ତରପ୍ରଦେଶ ରିଲିଫ୍ କମିଶନର ଙ୍କ ପକ୍ଷରୁ ଜାରି ବିବୃତି
ଅନ୍ୟପକ୍ଷରେ ୟୁପି ରିଲିଫ୍ କମିଶନର କହିଛନ୍ତି, ନେପାଳ ଘଟଣା(Nepal Bus Accident) ସମ୍ପର୍କରେ ଉତ୍ତରପ୍ରଦେଶର କେହି ବସ୍ ରେ ଥିଲେ କି ନାହିଁ ଜାଣିବା ପାଇଁ ଆମେ ଯୋଗାଯୋଗ କରୁଛୁ। ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। 
 
ଜୁଲାଇ ମାସରେ ଦୁଇଟି ବସ୍ ନଦୀରେ ଭାସି ଯାଇଥିଲା
ଚଳିତ ବର୍ଷ ଜୁଲାଇ ମାସରେ ନେପାଳର ତ୍ରିଶୁଲି ନଦୀରେ ୨ଟି ବସରେ ଯାତ୍ରା କରୁଥିବା ୬୫ ଜଣ ଭାସି ଯାଇଥିଲେ। ଏହାପରେ କାଠମାଣ୍ଡୁ ଯାଉଥିବା ଆଞ୍ଜେଲ ବସ୍ ଓ ଗଣପତି ଡିଲକ୍ସ ବସ୍ ଦୁର୍ଘଟଣାର ଶିକାର ହୋଇଥିଲେ। ବସ୍ଗୁଡ଼ିକ କାଠମାଣ୍ଡୁରୁ ରାଉତହାଟ ଜିଲ୍ଲାର ଗୌର ଅଭିମୁଖେ ଯାଉଥିଲା। ଏହି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା ଘଟିଥିବା କୁହାଯାଇଛି।