'ହିନ୍ଦୁ ହେଉଛନ୍ତି ଦଙ୍ଗାକାରୀ'
Advertisement
Article Detail0/zeeodisha/odisha1158024

'ହିନ୍ଦୁ ହେଉଛନ୍ତି ଦଙ୍ଗାକାରୀ'

ଭାରତର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ସହରରେ ମୁସଲମାନଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଛି। 

'ହିନ୍ଦୁ  ହେଉଛନ୍ତି ଦଙ୍ଗାକାରୀ'

ନୂଆଦିଲ୍ଲୀ:  ଗତ ଅପ୍ରେଲ ୧୬ ତାରିଖ ଶନିବାର  ପାଳିତ  ହୋଇଥିବା ହନୁମାନ ଜୟନ୍ତୀ ଅବସରରେ ଉତ୍ତର-ପଶ୍ଚିମ ଦିଲ୍ଲୀ ସ୍ଥିତ ଜାହାଙ୍ଗୀରପୁର ଅଞ୍ଚଳରେ  କୁଶଲ ଚୌକ  ଠାରେ  ହୋଇଥିବା ଆୟୋଜିତ ହୋଇଥିବା ଶୋଭାଯାତ୍ରା  ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଆସିଛି ପାକିସ୍ତାନ ପ୍ରତିକ୍ରିୟା।  ଦେଶରେ  ସରକାର ବଦଳି ଯାଇଥିଲେ ମଧ୍ୟ  ଭାରତ  ବିରୋଧି ବୟାନବାଜି କରିବାରୁ ଦୂରେଇ ରହିପାରି ନାହାଁନ୍ତି ପାକିସ୍ତାନୀ ରାଜନେତା।  

 ପାକିସ୍ତାନ ଶାସନ ଗାଦିରେ ବସିଥିବା ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ନେତୃତ୍ୱାଧିନ ସରକାରରେ  ଦିଲ୍ଲୀ ଦଙ୍ଗା ଘଟଣାରେ  ପ୍ରତିକ୍ରିୟା ରଖିଛି।  ଏନେଇ କୁହାଯାଇଛି ଭାରତର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ସହରରେ ମୁସଲମାନଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଏହି ଆକ୍ରମଣ କଟ୍ଟର  ହିନ୍ଦୁଙ୍କ ଦ୍ୱାରା କରାଯାଇଛିୱ।

Also Read: Jahangirpuri Violence: କ'ଣ ରହିଛି ୨୦୨୦ ଦିଲ୍ଲୀ ଦଙ୍ଗା ସହ ସମ୍ପର୍କ?

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ମୁତାବକ ଶାହୱାଜ ସରିଫଙ୍କ ସରକାର ମାନବାଧିକାର ଉଲ୍ଲଂଘନ ପାଇଁ ଭାରତକୁ ଉତ୍ତରଦାୟୀ କରିବାକୁ ଦାବି କରିଛି। ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସା ଘଟଣାରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମିଥ୍ୟା ଦାବି କରିଛି ଯେ ମସଜିଦ ଠାରେ ଭଗୱା ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରାଯାଇଛି ଏବଂ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଛି।  ଏହା ବ୍ୟତୀତ ଉତ୍ତେଜନାମୂଳକ ସଙ୍ଗୀତ ମଧ୍ୟ ବଜାଯାଉଥିଲା।

ଜାହାଙ୍ଗୀରପୁରୀ ଅଞ୍ଚଳରେ ରମଜାନ ଲାଗି ରୋଜା ରଖିଥିବା  ମୁସଲମାନ ଇଫତାର ପାଇଁ  ଯାଉଥିବା ବେଳେ ସେଠାରେ  ହିନ୍ଦୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲେ। ଯାହା ସିଧାସଳଖ ରାଜ୍ୟ ଅନୁମୋଦିତ  ଉନ୍ମାଦୀଙ୍କୁ  ଭାରତୀୟ  ମୁସଲମାନଙ୍କ ପ୍ରତି ଘୃଣାଭାବକୁ ପ୍ରକାଶ କରୁଛି।  ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ଶାହାବାଜ ସରିଫଙ୍କ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦିଲ୍ଲୀ ହିଂସା ୨୦୨୦  ଫେବୃଆରୀ ଘଟଣାକୁ ମନେ ପକାଇ ଦେଉଛି ଯାହା ମୁସଲମାନ ସମ୍ପ୍ରଦାୟକୁ ପୃଥକ କରିବା ଏବଂ ବିତାଡିତ କରିବା ପାଇଁ ପରିକଳ୍ପନା କରାଯାଇଛି।
  
ରାମ ନବମୀ ଅବସରରେ  ପାକିସ୍ତାନ  ରାମ ନବମୀ  ଅବସରରେ  ହୋଇଥିବା ହିଂସାକାଣ୍ଡ  ଘଟଣାରେ  ଭାରତ  ବିରୋଧରେ ବର୍ଷିଛି।  ଯାହା ଦର୍ଶାଉଛି ଭାରତ ହିନ୍ଦୁରାଷ୍ଟ୍ର  ଗଠନ ରାସ୍ତାରେ ଅଗ୍ରସର ହେଉଛି।  ଏନେଇ  ଅଭିଯୋଗ ଆଣି ପାକିସ୍ତାନ ପକ୍ଷରୁ  କୁହାଯାଇଛି  ମଧ୍ୟ ପ୍ରଦେଶ ଏବଂ ଗୁଜୁରାଟ ଠାରେ   ମୁସଲମାନଙ୍କ ଘର ଦ୍ୱାରକୁ ଜାଣିଶୁଣି କ୍ଷତି ପହଞ୍ଚାଯାଇଛି। 

Also Read: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ

ହିଂସାକାଣ୍ଡ ଘଟଣାରେ ଜଡ଼ିତ  ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପାକିସ୍ତାନ  ଧର୍ମ ସହ  ଯୋଡିଦେଖୁଛି।  ଏନେଇ  ପାକିସ୍ତାନ ପକ୍ଷରୁ କୁହାଯାଇଛି  ଭାରତରେ  ଦଙ୍ଗାକାରୀଙ୍କ  ନାମରେ  ମୁସଲମାନଙ୍କ  ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରସଙ୍ଗରେ  ମିଳିତ ଜାତିସଂଘ  ଏବଂ ବିଭିନ୍ନ ଆନ୍ତର୍ଜାତୀୟ  ମାନବାଧିକାର ସଙ୍ଗଠନ ହସ୍ତକ୍ଷେପ କରିବା ସହ ଭାରତକୁ  ଉତ୍ତରଦାୟୀ କରିବାକୁ ଦାବି ରଖିଛି।