ମସଜିଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା PFI
Advertisement
Article Detail0/zeeodisha/odisha1201279

ମସଜିଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା PFI

ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ରାଜ୍ୟରେ ମୁସଲମାନଙ୍କୁ ଅତ୍ୟାଚାର କରାଯିବା ସହ ସେମାନଙ୍କୁ ଟାର୍ଗେଟ କରାଯାଉଛି। 

 

 ମସଜିଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା PFI

PFI Oppose Action Taken On Mosques: ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଜ୍ଞାନବ୍ୟାପୀ ସମେତ ମସଜିଦ ଉପରେ ଅଦାଲତରେ ଦାଖଲ କରାଯାଇଥିବା ଯାଚିକା ବିରୋଧରେ ବର୍ଷିଛି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ। ମସଜିଦ ବିବାଦ ପ୍ରସଙ୍ଗରେ ଅଦାଲତରେ ଦାଖଲ କରାଯାଇଥିବା ଯାଚିକାକୁ ଭୁଲ ବୋଲି କହିଛି ସଙ୍ଗଠନ। ଏନେଇ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି କୋର୍ଟ ଏପରି ଆବେଦନକୁ ଅନୁମତି ଦେବା ଠିକ ନୁହେଁ। 

ଗତ ମେ ୨୩-୨୪ ତାରିଖରେ କେରଳସ୍ଥିତ ପୁତ୍ତନଥାନୀ ଠାରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା ଜ୍ଞାନବ୍ୟାପୀ-ମଥୁରା ମସଜିଦ ବିରୋଧରେ ଦାଖଲ କରାଯାଇଥିବା ଯାଚିବା ହେଉଛି ଭୁଲ। କୋର୍ଟ ଏହାକୁ ମଞ୍ଜୁରୀ ଦେବାରେ ଆବଶ୍ୟକତା ନ ଥିଲା। ବୈଠକରେ ସୁପ୍ରିମକୋର୍ଟ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା ସଙ୍ଗଠନ। ଏନେଇ ପିଏଫଆଇ ପକ୍ଷରୁ କୁହାଯାଇଥିଲା Worship Act 1991 ଆଧାରରେ କୋର୍ଟ ଏହି ଯାଚିକାକୁ ସ୍ୱୀକାର ନ କରୁ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ରାଜ୍ୟରେ ମୁସଲମାନଙ୍କୁ ଅତ୍ୟାଚାର କରାଯିବା ସହ ସେମାନଙ୍କୁ ଟାର୍ଗେଟ କରାଯାଉଛି। 

ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ଅନେକ ବିବାଦ ସହ ଜଡ଼ିତ ରହିଥିବାର ଅଭିଯୋଗ ହୋଇଛି। ଦିଲ୍ଲୀ ଦଙ୍ଗା ବେଳେ ହିଂସାକାଣ୍ଡ ଭିଆଇବା, ଉତ୍ତର ପ୍ରଦେଶ ଏବଂ ଆସାମ ଆଦି ରାଜ୍ୟ ଦ୍ୱୟରେ ହୋଇଥିବା CAA-NRC ଆନ୍ଦୋଳନ ବେଳେ ହିଂସକାଣ୍ଡ ଉସାକାଇଥିବା ନେଇ ପିଏଫଆଇ ବିରୋଧରେ ରହିଛି ଅଭିଯୋଗ। ଏଭଳି ଏକ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ପିଏଫଆଇ ସଙ୍ଗଠନ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ସତର୍କ ନଜର ରଖୁଛି ଭାରତୀୟ ଗୁଇନ୍ଦା ଏଜେନ୍ସି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମି (SIMI) ସହ ଜଡ଼ିତ ରହିବାକୁ ନେଇ ବିଭିନ୍ନ ସମୟରେ ସନ୍ଦେହଘେରରେ ରହିଛି ପିଏଫଆଇ। ଏହି ସଙ୍ଗଠନ ୨୦୦୬ ରେ ଗଠିତ ହୋଇଥିଲା।

Also Read: RSS ବିରୋଧରେ ରାଲି ବାହାର କଲା PFI;ଲାଗିଲା ହିନ୍ଦୁ-ଖ୍ରୀଷ୍ଟିଆନ ବିରୋଧି ନାରା