UNGA ବୈଠକରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ Pakistan-China ବିରୁଦ୍ଧରେ ବର୍ଷିଲେ PM Modi
Advertisement
Article Detail0/zeeodisha/odisha993954

UNGA ବୈଠକରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ Pakistan-China ବିରୁଦ୍ଧରେ ବର୍ଷିଲେ PM Modi

ଯେଉଁ ଦେଶ ଆତଙ୍କବାଦକୁ ରାଜନୈତିକ ସାଧନ ଭାବରେ ବ୍ୟବହାର କରୁଛନ୍ତି ସେମାନେ ଏବା ବୁଝିବା ଦରକାର ଯେ ଆତଙ୍କବାଦ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ।

UNGA ବୈଠକରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ Pakistan-China ବିରୁଦ୍ଧରେ ବର୍ଷିଲେ PM Modi

ନ୍ୟୁୟର୍କ: ୪ ଦିନିଆ ଆମେରିକା ଗସ୍ତ ଅବସରରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିସ୍ତାରବାଦ-ଆତଙ୍କବାଦ ପ୍ରସଙ୍ଗରେ ଭାଇତର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ-ପାକିସ୍ତାନ ଭଳି ଦେଶର ନାଁ ନନେଇ ସେମାନଙ୍କୁ ଟାର୍ଗେଟ କରିଛନ୍ତି।
    
ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ (UN General Assembly) ସମ୍ବୋଧିତ କରି ଆତଙ୍କବାଦ (Terrorism) ପ୍ରସଙ୍ଗରେ ଏହାର ପୃଷ୍ଠପୋଷକ ପାକିସ୍ତାନକୁ (Pakistan) ଟାର୍ଗେଟ କରି ପିଏମ ମୋଦି (PM Modi) କହିଛନ୍ତି କିଛି ଦେଶ ଆତଙ୍କବାଦ ଭଳି ବିଷାକ୍ତ ସାପକୁ ପାଳୁଛନ୍ତି। ହେଲେ ସେମାନେ ହେଲେ ବୁଝି ପାରୁନାହାଁନ୍ତି ଏହ ସେମାନଙ୍କ ପାଇଁ ମହଙ୍ଗା ପଡିପାରେ। ଆଫଗାନିସ୍ତାନ ମାଟିକୁ ଅନ୍ୟ ଦେଶ ବିରୁଦ୍ଧରେ ଆତଙ୍କବାଦକୁ ବ୍ୟବହାର କରିବା ଲାଗି ବ୍ୟବହାର କରାନଯାଉ।   

ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବା ପୂର୍ବରୁ ପିଏମ ମୋଦି ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅବଦୁଲ୍ଲା ଶାହିଦଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଗତ ଦେଢ ବର୍ଷ ଧରି ସାରା ବିଶ୍ୱ ବିଗତ ୧୦୦ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ବଡ ମହାମାରୀର ସାମ୍ନା କରୁଛି। ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି। ମୁଁ ସେହି ଦେଶରୁ ପ୍ରତିନିଧିତ୍ୱ କରୁଛି ଯାହାକୁ 'ଗଣତନ୍ତ୍ରର ଜନନୀ' (Mother of Democracy) ଆଖ୍ୟା ମିଳିଛି। ଗଣତନ୍ତ୍ରକୁ ନେଇ ଆମର ହଜାର ବର୍ଷର ମହାନ ପରମ୍ପରା ରହିଛି। ଆମର ସଶକ୍ତ ଗଣତନ୍ତ୍ରର ପରିଚୟ ହେଉଛି ଆମର ବିବିଧତା। ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ବିଭିନ୍ନ ଭାଷାଭାଷୀ, ଭିନ୍ନ ଭିନ୍ନ ଜୀବନ ଅଭ୍ୟାସ, ଖାଦ୍ୟ ପାନୀୟ ରହିଛି। ଏହା ଜୀବନ୍ତ ଗଣତନ୍ତ୍ରର ଏକ ଉଦାହରଣ। ବିଗତ ୨୦ ବର୍ଷ ଧରି ମୁଁ ନିଜକୁ ଜନତାଙ୍କ ସେବାରେ ନିୟୋଜିତ କରିରଖିଛି। ଏହି ଅବସରରେ ସେ କହିଥିଲେ "Yes, Democracy Can Deliver. Democracy Has Delivered"। 

Also Read: ପୂର୍ବ ଅପେକ୍ଷା ଆମର ସମ୍ପର୍କ ହେବ ଆହୁରି ମଜବୁତ: PM Modi

ଭାରତରେ ଚାଲିଥିବା କୋରୋନା ଟିକାକାରଣ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି CoWIN ଜରିଆରେ କୋଟି କୋଟି ଲୋକଙ୍କ ନିକଟରେ କୋଭିଡ୧୯ ଟିକା ପହଞ୍ଚାଯାଇଛି। ବିଶ୍ୱରେ ଭାରତ ହେଉଛି ପ୍ରଥମ ଦେଶ ଯିଏ ଡିଏନ୍ଏ DNA Vaccine ପ୍ରସ୍ତୁତ କରିଛି। ଯାହାକୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ପ୍ରଦାନ କରାଯାଇପାରିବ। ଭାରତୀୟ ବୈଜ୍ଞାନିକ ମଧ୍ୟ Nasal Vaccine ବିକଶି କରିବାରେ ନିୟୋଜିତ ରହିଛି। ମାନବିକତା ପ୍ରତି ନିଜର କର୍ତ୍ତବ୍ୟ ହୃଦୟଙ୍ଗମ କରି ଭାରତ ପୁଣି ଥରେ ଦୁନିଆର ବିଭିନ୍ନ ଦେଶକୁ କୋରୋନା ଟିକା ଯୋଗାଇବା ଆରମ୍ଭ କରିଛି। ମୁଁ ସାରା ବିଶ୍ୱରୁ ଟିକା ଉତ୍ପାଦନକାରୀଙ୍କୁ ଆମନ୍ତ୍ରଣ କରୁଛି ସେମାନେ ଭାରତକୁ ଆସି ଟିକା ନିର୍ମାଣ କରନ୍ତୁ।  

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେଉଁ ଦେଶ ଆତଙ୍କବାଦକୁ ରାଜନୈତିକ ସାଧନ ଭାବରେ ବ୍ୟବହାର କରୁଛନ୍ତି ସେମାନେ ଏବା ବୁଝିବା ଦରକାର ଯେ ଆତଙ୍କବାଦ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ। ଆତଙ୍କବାଦ ଏବଂ ଆତଙ୍କବାଦୀ ଆକ୍ରମଣର ପ୍ରସାର ପାଇଁ ଆଫଗାନିସ୍ତାନ ମାଟିକୁ ଯେପରି ବ୍ୟବହାର କରିଯିବ ନାହିଁ ସୁନିଶ୍ଚିତ କରିବା ଆବଶ୍ୟକ। 

Also Read: PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ଆମର ସମୁଦ୍ର ମଧ୍ୟ ଆମର ଐତିହ୍ୟ। ଆମକୁ ମନେ ରଖିବାକୁ ହେବ ଯେ ଆମେ ସମୁଦ୍ରକୁ ଏକ ସମ୍ବଳ ଭାବେ ବ୍ୟବହାର କରିବାକୁ ହେବ ଏବଂ ଅପବ୍ୟବହାର ଯେପରି ହେବନାହୁଁ ତାହା ଉପରେ ଧ୍ୟାନ ଦିଆଯିବ ଆବଶ୍ୟକ। ଆମର ସମୁଦ୍ର ମଧ୍ୟ ଆନ୍ତର୍ଜାତୀୟ ବାଣିଜ୍ୟର ହେଉଛି ଜୀବନ ରେଖା। ଏହାକୁ ବିସ୍ତାର ଏବଂ ବହିଷ୍କାର କବଳରୁ ରକ୍ଷା କରିବାକୁ ହେବ। ଯଦି ମିଳିତ ଜାତିସଂଘକୁ ନିଜକୁ ପ୍ରାସଙ୍ଗିକ ରଖିବାକୁ ଚାହେଁ ତାହେଲେ ଏହାର କାର୍ଯ୍ୟକାରିତାକୁ ସୁଦୃଢ କରିବାକୁ ହେବ, ବିଶ୍ୱସନୀୟତା ବୃଦ୍ଧି କରିବାକୁ ପଡ଼ିବ। ଜାତିସଂଘ ଉପରେ ଆଜି ଅନେକ ପ୍ରକାରର ପ୍ରଶ୍ନ ଉଠିଛି।