Covid19 Guidelines Violation: ବିଧାୟକଙ୍କ ସମେତ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର
Advertisement
Article Detail0/zeeodisha/odisha961351

Covid19 Guidelines Violation: ବିଧାୟକଙ୍କ ସମେତ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର

ଭିଡି଼ଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ମହାମାରୀ ନିୟନ୍ତ୍ରଣ ଆଇନ ଆଧାରରେ ଆବୁ ଆଜମୀଙ୍କ ସମେତ ମୋଟ ୧୮ ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି।  

Covid19 Guidelines Violation: ବିଧାୟକଙ୍କ ସମେତ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର

ମୁମ୍ବାଇ: କୋରୋନା ମହାମାରୀର ଦ୍ୱୀତିୟ ଲହର କବଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତ ହୋଇ ପାରିନାହିଁ ମହାରାଷ୍ଟ୍ର। ହେଲେ ଲୋକାଲ ଟ୍ରେନ ସେବା ଆରମ୍ଭ କରିବା ଠାରୁ ଆରହମ୍ଭ କରି ଲୋକଙ୍କ ଅନ୍ୟାନ୍ୟ ଦାବି ପୂରଣ କରିବ ପାଇଁ ଆନ୍ଦୋଳନକୁ ଓହ୍ଲାଉଛନ୍ତି ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା। କେବଳ ଏତିକି ନୁହେଁ ଲୋକଙ୍କୁ ଏକାଠି କରି ଜନ୍ମଦିନ ପାଳନ କରିବାକୁ ମଧ୍ୟ ପଛାଉନାହାଁନ୍ତି ରାଜନେତା।

ସଦ୍ୟ ମୁମ୍ବାଇ ସହରର ଗାବଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଯେଉଁଠି ସମାଜବାଦ ପାର୍ଟି (Samajwadi Party) ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ (SP Maharashtra Unit President) ତଥା ରାଜ୍ୟର ଶିବାଜୀ ନଗର ବିଧାନସଭା ଆସନର (Shivaji Nagar Assembly Constituency) ବିଧାୟକ ଆବୁ ଆଜମୀ (MLA Abu Azmi) ଲୋକଙ୍କୁ ଏକାଠି କରି ନିଜ ଜନ୍ମଦିନ ପାଳନ କରିଛନ୍ତି।

Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena

କୋରୋନା ମହାମାରୀ ସମୟରେ ଜାରି ହୋଇଥିବା ଗାଇଡଲାଇନ୍ସ ଉଲଂଘନ (Covid19 Guidelines Violation) କରି ନିଜର ସମର୍ଥକଙ୍କୁ ଏକାଠି କରି ଜନ୍ମଦିନ ପାଳନ କରିବା ଅଭିଯୋଗରେ ବିଧାୟକ ଆବୁ ଆଜମୀଙ୍କ ସମେତ ମୋଟ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି। ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିବା ଲୋକ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ରକ୍ଷା କରିଥିଲେ।        

ଶିବାଜୀ ନଗର ବିଧାୟକଙ୍କ ଜନ୍ମଦିନ ପାଳନ ଭିଡି଼ଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ମହାମାରୀ ନିୟନ୍ତ୍ରଣ ଆଇନ ଆଧାରରେ ଆବୁ ଆଜମୀଙ୍କ ସମେତ ମୋଟ ୧୮ ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି। ହେଲେ ଏ ଘଟଣାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। 

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ଏ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଗତ ରବିବାର (୮ ଅଗଷ୍ଟ ୨୦୨୧) ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶିବାଜୀ ନଗର ନିର୍ବାଚନମଣ୍ଡଳୀ ଅଧିନସ୍ଥ ବିଭିନ୍ନ ସ୍ଥାନରେ ନିଜ ସମର୍ଥକଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନମ କରିଥିଲେ ବିଧାୟକ ଆବୁ ଆଜମୀ। ହେଲେ ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ୧୯ ଗାଇଡଲାଇନ୍ସ ଉଲଂଘନ କରାଯିବା ଅଭିଯୋଗରେ ବିଧାୟକଙ୍କୁ ମିଶାଇ ତାଙ୍କର ୧୮ ଜଣ ସମର୍ଥକଙ୍କ ବିରୁଦ୍ଧରେ ପ୍ରାଥମିକ ମାମଲା ଦାଏର କରାଯାଇଛି।