ଋଷ ବିରୋଧରେ ନିଜେ ବନ୍ଧୁକ ଧରି ଯୁଦ୍ଧ କରୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି? ଜାଣନ୍ତୁ ସତ୍ୟତା
Advertisement
Article Detail0/zeeodisha/odisha1109415

ଋଷ ବିରୋଧରେ ନିଜେ ବନ୍ଧୁକ ଧରି ଯୁଦ୍ଧ କରୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି? ଜାଣନ୍ତୁ ସତ୍ୟତା

Russia Ukraine Tension: ଋଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭିର ଅତି ନିକଟତର ହୋଇଛନ୍ତି । ବର୍ତ୍ତମାନ ୟୁକ୍ରେନ ରାଜଧାନୀ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି । ୟୁକ୍ରେନ ଏବଂ ଋଷ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି ।

ଋଷ ବିରୋଧରେ ନିଜେ ବନ୍ଧୁକ ଧରି ଯୁଦ୍ଧ କରୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି? ଜାଣନ୍ତୁ ସତ୍ୟତା

Ukraine Russia War: ଋଷ ଏବଂ ୟୁକ୍ରେନର ସୈନିକମାନଙ୍କ ମଧ୍ୟରେ ତିନି ଦିନ ଧରି ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଏପର୍ଯ୍ୟନ୍ତ ଋଷର ଶକ୍ତିଶାଳୀ ସୈନ୍ୟବାହିନୀ ଆଗରେ ସମର୍ପଣ କରି ନାହିଁ । ଯୁଦ୍ଧର ଏହି କଷ୍ଟଦାୟକ ଅବସ୍ଥାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଗୁଡ଼ିକ ମାଧ୍ୟମରେ ଦାବି କରାଯାଉଛି ଯେ ଜେଲେନସ୍କି ନିଜେ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ଏଣ୍ଟ୍ରି ମାରିଛନ୍ତି ଏବଂ ଋଷର ସୈନିକମାନଙ୍କ ବିରୁଦ୍ଧରେ ନିଜ ସୈନିକମାନଙ୍କ ସହ ମିଶି ଯୁଦ୍ଧ କରୁଛନ୍ତି । ଜାଣନ୍ତୁ ଏହି ଫଟୋଗୁଡ଼ିକର ସତ୍ୟତା କ’ଣ ରହିଛି...

ଋଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭିର ଅତି ନିକଟତର ହୋଇଛନ୍ତି । ବର୍ତ୍ତମାନ ୟୁକ୍ରେନ ରାଜଧାନୀ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି । ୟୁକ୍ରେନ ଏବଂ ଋଷ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଏବଂ କୁହାଯାଉଛି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜେ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଛନ୍ତି । ଦାବି ହେଉଛି ଯେ ଜେଲେନସ୍କି ଯେଉଁଠାରେ ଋଷର ସୈନ୍ୟମାନେ ଆକ୍ରମଣ କରିଛନ୍ତି ସେହି ଅଞ୍ଚଳ ଭିଜିଟ କରୁଛନ୍ତି । ଫଟୋଗୁଡ଼ିକରେ, ଜେଲେନସ୍କି ଜଣେ ସୈନିକ ପରି ଦେଖାଯାଉଛନ୍ତି ।

ଜେଲେନସ୍କି ସେନା ୟୁନିଫର୍ମ ପିନ୍ଧି ସୈନିକମାନଙ୍କ ମଧ୍ୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଦେଖାଯାଉଛି । ଶନିବାର ଦିନ ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି ସୈନିକମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ରାଜଧାନୀ କିଭିରୁ ପଳାୟନ କରିଥିବା ଋଷିଆ ଗଣମାଧ୍ୟମର ଦାବିକୁ ଖାରଜ କରିଦେଇଥିଲେ ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କଙ୍କ ସୈନିକଙ୍କ ୟୁନିଫର୍ମ ଫଟୋ ୬ ଡିସେମ୍ବର ୨୦୨୧ ତାରିଖର ଅଟେ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ମଧ୍ୟ ଏହି ଫଟୋଗୁଡ଼ିକର ସତ୍ୟତାକୁ ଅସ୍ୱୀକାର କରିଛି ଯେ ଏହା ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଫଟୋ ନୁହେଁ । ବାସ୍ତବରେ, ଏହି ଫଟୋ ଗୁଡି଼କ ୟୁକ୍ରେନର ସଶସ୍ତ୍ର ବାହିନୀ ଦିବସରେ ଥିଲା । ଏହାକୁ ଦୃଷ୍ଟିରେ ରଖି ଜେଲେନସ୍କି ଡୋନେଟସ୍କ ଅଞ୍ଚଳର ସୈନିକର ୟୁନିଫର୍ମରେ ସେମାନଙ୍କର ସୈନ୍ୟଙ୍କୁ ଭେଟିଥିଲେ । 

ଏହା ବି ପଢ଼ନ୍ତୁ: ୟୁକ୍ରେନରେ ଯୁଦ୍ଧ ମଧ୍ୟରେ ଭାରତ-ଋଷ ସମ୍ପର୍କକୁ ନେଇ ଆମେରିକା ଦେଲା ଏକ ବଡ଼ ବୟାନ

ଏହା ବି ପଢ଼ନ୍ତୁ: ଦେଶ ଛାଡିବାକୁ ମନା କଲେ ଜେଲେନସ୍କି, ଆମେରିକାକୁ କହିଲେ- ମୋତେ ହତିଆର ଦରକାର