ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମା', ଓଡ଼ିଆ ସମେତ ୧୧ଟି ଭାଷାରେ ଲେଖିଲେ ବ୍ଲଗ୍
Advertisement
Article Detail0/zeeodisha/odisha1223889

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମା', ଓଡ଼ିଆ ସମେତ ୧୧ଟି ଭାଷାରେ ଲେଖିଲେ ବ୍ଲଗ୍

ପ୍ରାୟ ତିନି ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନିଜ ମାଆ ହିରାବେନଙ୍କୁ ଭେଟିଛନ୍ତି। ଶେଷ ଥର ମାର୍ଚ୍ଚରେ ସେ ଦୁଇ ଦିନିଆ ଗୁଜରାଟ ଗସ୍ତ ବେଳେ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ହୀରାବେନଙ୍କୁ ଶହେ ବର୍ଷ ପୁରିଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଶହେ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ମାଆଙ୍କ ନିକଟକୁ ଯାଇଛନ୍ତି। ଗୁଜରାଟର ଗନ୍ଧୀନଗରସ୍ଥିତ ବାସଭବନରେ ସେ ହୀରାବେନଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କ ପାଦଧୂଆ ଜଳକୁ ଆଖିରେ ଲଗାଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ବ୍ଲଗ ଲେଖିଛନ୍ତି। ଓଡିଆ ସମେତ ମୋଟ ୧୧ଟି ଭାଷାରେ କାହାଣୀଟି ପବ୍ଲିସ ହୋଇଛି।

ପ୍ରାୟ ତିନି ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନିଜ ମାଆ ହିରାବେନଙ୍କୁ ଭେଟିଛନ୍ତି। ଶେଷ ଥର ମାର୍ଚ୍ଚରେ ସେ ଦୁଇ ଦିନିଆ ଗୁଜରାଟ ଗସ୍ତ ବେଳେ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ହୀରାବେନଙ୍କୁ ଶହେ ବର୍ଷ ପୁରିଛି। ମାଆଙ୍କ ଜନ୍ମ ଦିନରେ ସାମିଲ ହେବାପାଇଁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳେ ଗାନ୍ଧୀନଗର ପହଞ୍ଚିଥିଲେ। ସେ ଘରେ ପହଞ୍ଚିବା ପରେ ମାଆ ହୀରାବେନଙ୍କ ଆଶୀର୍ବାଦ ନେଇଥିଲେ। ଏହା ସହ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ ତାଙ୍କ ପାଦୁକାକୁ ନିଜ ଆଖିରେ ଲଗାଇଥିଲେ। 

Also Read: Naveen Patnaik Foreign Tour: ଭୁବନେଶ୍ୱର ଠାରୁ ଇଟାଲି ଭାୟା ଦିଲ୍ଲୀ

ସେପଟେ ଶତାୟୁ ହୀରାବେନଙ୍କ ସମ୍ମାନରେ ଗାନ୍ଧୀନଗର (Gandhinagar) ର ଏକ ରାସ୍ତାର ନାମକରଣ କରାଯାଇଛି। ଗାନ୍ଧୀନଗରର ପୌରପାଳିକାର ମେୟର ହିତେଶ ମାକୱାନା କହିଛନ୍ତି, 'ପିଏ ମୋଦିଙ୍କ ମାଆ ଶହେ ବର୍ଷ ବୟସରେ ପାଦ ଦେଇଛନ୍ତି। ରାଜଧାନୀବାସୀଙ୍କ ଦାବି ଓ ଭାବାବେଗକୁ ଦୃଷ୍ଟିରେ ରଖି ୮୦ ମିଟର ଲମ୍ବ ରାସ୍ତାକୁ ହୀରାବେନ (Heeraben Modi) ଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ରାୟସେନ ପେଟ୍ରୋଲ ପମ୍ପ ରାସ୍ତା ପୂଜ୍ୟ ହୀରାବା ମାର୍ଗରେ ପରିଚିତ ହେବ।'

ଅନ୍ୟପଟେ ମାଆ ହୀରାବେନଙ୍କ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ଲଗ ସାଇଟ https://www.narendramodi.in/ କୁ ଉତ୍ସର୍ଗ କରିଛନ୍ତି। 'ମା' ଶୀର୍ଷକରେ ପ୍ରଧାନମନ୍ତ୍ରୀ ମୋଦି, ଓଡିଆ ସମେତ ୧୧ଟି ଭାଷାରେ ବ୍ଲଗ ଲେଖିଛନ୍ତି। ସେ ଲେଖିଛନ୍ତି, 'ମା’, ଏହା କେବଳ ଏକ ଶବ୍ଦ ନୁହେଁ । ଏହା ଜୀବନର ଏମିତି ଏକ ଭାବନା ଯେଉଁଥିରେ ସ୍ନେହ, ଧୈର୍ଯ୍ୟ, ବିଶ୍ୱାସ, ଏମିତି କେତେ କ’ଣ ସମାହିତ ହୋଇ ରହିଛି । ଦୁନିଆର ଯେକୌଣସି ପ୍ରାନ୍ତ ହେଉ, ଯେକୌଣସି ଦେଶ ହେଉ, ପ୍ରତ୍ୟେକ ସନ୍ତାନର ମନରେ ସବୁଠୁ ଅମୂଲ୍ୟ ସ୍ନେହ ମା’ ପାଇଁ ଲୁଚି ରହିଥାଏ । ମା’, କେବଳ ଆମ ଶରୀରକୁ ରୂପ ଦିଏ ନାହିଁ, ବରଂ ଆମ ମନ, ଆମ ବ୍ୟକ୍ତିତ୍ୱ, ଆମ ଆତ୍ମବିଶ୍ୱାସର ମଧ୍ୟ ନିର୍ମାଣ କରିଥାଏ । ଆଉ ନିଜ ସନ୍ତାନ ପାଇଁ ଏତିକି କରିବା ଲାଗି ସେ ନିଜକୁ ସମର୍ପି ଦେଇଥାଏ, ନିଜକୁ ଭୁଲି ଯାଇଥାଏ ।

Also Read: Agneepath Scheme: 'ଅଗ୍ନିବୀର'ଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କଲେ ଏହି ବଡ଼ ଘୋଷଣା

ଆଜି ମୁଁ ନିଜର ଖୁସି, ନିଜର ସୌଭାଗ୍ୟ, ଆପଣମାନଙ୍କ ସହିତ ବାଣ୍ଟିବା ଲାଗି ଚାହୁଁଛି। ମୋ ମା’, ହୀରାବା ଆଜି ଜୁନ୍ ୧୮ ତାରିଖରେ ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି । ଅର୍ଥାତ୍ ତାଙ୍କର ଜନ୍ମ ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି। ବାପା ଆଜି ବଞ୍ଚିଥିଲେ, ଗତ ସପ୍ତାହରେ ତାଙ୍କୁ ମଧ୍ୟ ୧୦୦ ବର୍ଷ ପୂରଣ ହୋଇଥାନ୍ତା। ଅର୍ଥାତ୍ ୨୦୨୨ ଏମିତି ଏକ ବର୍ଷ, ଯେଉଁଥିରେ ମୋ ମା’ଙ୍କ ଜନ୍ମ ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି ଏବଂ ଚଳିତ ବର୍ଷ ହିଁ ମୋ ବାପାଙ୍କ ଜନ୍ମ ଶତାବ୍ଦୀ ବର୍ଷ ପୂରଣ ହୋଇଛି।'

ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଓଡିଆ କାହାଣୀ ପଢିବାକୁ କ୍ଲିକ କରନ୍ତୁ- 'ମା'