ଖୁବ ଶୀଘ୍ର ପରସ୍ପରକୁ ସାକ୍ଷାତ କରିବେ ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1156704

ଖୁବ ଶୀଘ୍ର ପରସ୍ପରକୁ ସାକ୍ଷାତ କରିବେ ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀ

ସୂତ୍ରରୁ ମିଳିଥିବା ଖବର  ଅନୁଯାୟୀ ଖୁବ୍ ଶୀଘ୍ର ଉଭୟ ଦେଶର ପ୍ରଧାନମନ୍ତ୍ରୀ ପରସ୍ପରକୁ  ସାକ୍ଷାତ କରିବେ।

ଖୁବ ଶୀଘ୍ର ପରସ୍ପରକୁ  ସାକ୍ଷାତ କରିବେ  ଭାରତ-ପାକିସ୍ତାନ  ପ୍ରଧାନମନ୍ତ୍ରୀ

 ନୂଆଦିଲ୍ଲୀ:  ଦେଶର ରାଜନୀତିରେ ବେଶ କିଛି  ଦିନ  ଧରି  ରାଜନୈତିକ  ହଟଚମଟ ଜାରି  ରହିବା ପରେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦଭାର  ଗ୍ରହଣ କରିଛନ୍ତି  ଶାହୱାଜ  ସରିଫ।  ଦାୟିତ୍ୱ ଗ୍ରହଣ କରିବା ପରେ ସେ  ପଡୋଶୀ  ଭାରତ  ସହ  ସମ୍ପର୍କକୁ  ସୁଧାରିବାକୁ  ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।  ପଦଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ପରେ ସୀମା ପାର ହୋଇ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ  କରିବାର ବାର୍ତ୍ତା ଆସିଛି। ସୂତ୍ରରୁ ମିଳିଥିବା ଖବର  ଅନୁଯାୟୀ ଖୁବ୍ ଶୀଘ୍ର ଉଭୟ ଦେଶର ପ୍ରଧାନମନ୍ତ୍ରୀ ପରସ୍ପରକୁ  ସାକ୍ଷାତ କରିବେ।

ଉଜବେକିସ୍ତାନ  ରାଜଧାନୀ  ତାସକେଣ୍ଟ ଠାରେ  ଆୟୋଜିତ ସଂଘାଇ ସହଯୋଗୀ ସଙ୍ଗଠନ  (Shanghai  Cooperation  Organisation)  ବୈଠକରେ ପରସ୍ପରକୁ  ସାକ୍ଷାତ  କରି ପାରନ୍ତି ଭାରତ-ପାକିସ୍ତାନ  ପ୍ରଧାନମନ୍ତ୍ରୀ।   ଚଳିତ  ବର୍ଷ  ଜୁଲାଇ  ୧୭  ତାରିଖରେ  ପ୍ରଧାନମନ୍ତ୍ରୀ ମୋଦି  ଏବଂ  ଶହାୱାଜ  ସରିଫ୍   ତାସକେଣ୍ଟ ଯାତ୍ରା କରିବେ।   ଯଦି ଏହି ବୈଠକ  ସଫଳ ହୁଏ  ତାହେଲେ ପ୍ରଧାନମନ୍ତ୍ରୀ ମୋଦି  ପାକିସ୍ତାନ ସ୍ଥିତ  କଟାସ ରାଜ ମନ୍ଦିର  ପରିଦର୍ଶନ କରିପାରନ୍ତି।    

Also Read: ସୋମବାର ନୂତନ କ୍ୟାବିନେଟ ଗଠନ କରିପାରନ୍ତି ୱଜିର-ଏ-ଆଜମ୍ ଶାହୱାଜ ସରିଫ୍

 

ଯଦି  ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରନ୍ତି  ତାହେଲେ ତାଙ୍କୁ ଇସଲାମବାଦ ଠାରେ ସ୍ୱାଗତ କରିବେ ଶାହୱାଜ ସରିଫ୍।  ଉଭୟ  ଦେଶର  ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସୀମା ସୁରକ୍ଷା ଏବଂ ପାକିସ୍ତାନ ମାଟିରେ ସେନା ସ୍ଥିରତା ଉପରେ ମଧ୍ୟ ନିର୍ଭର କରେ।  ଆସନ୍ତା  ନଭେମ୍ବର ମାସରେ ପାକିସ୍ତାନୀ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।  ତାଙ୍କ ବିରୋଧରେ କୌଣସି ଅବିଶ୍ୱାସ ନଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେନା ମୁଖ୍ୟ ବାଜୱାଙ୍କୁ ଏହି ପଦରୁ ହଟାଇବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମ  ରିପୋର୍ଟ ଜରିଆରେ ଦର୍ଶାଯାଇଛି।
 
ଗତ ୨୦୧୫ ବର୍ଷରେ ପ୍ରଧାନମନ୍ତ୍ରୀ  ମୋଦି  ଅଚାନକ ଲାହୋର ଯାତ୍ରା କରି  ସମସ୍ତଙ୍କୁ  ଚକିତ କରି ଦେଇଥିଲେ।  ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ୍  ଙ୍କ  ବଡ଼ ଭାଇ ତଥା  ପୂର୍ବତନ  ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଙ୍କ  ଆମନ୍ତ୍ରଣକ୍ରମେ ପାକିସ୍ତାନ ଗସ୍ତ କରିଥିଲେ।  ଏହା ପୂର୍ବରୁ ୨୦୧୪ ରେ ପ୍ରଧାନମନ୍ତ୍ରୀ  ମୋଦିଙ୍କ ଶପତ ଗ୍ରହଣ  ସମାରୋହରେ ଯୋଗ ଦେବା ଲାଗି ଭାରତ ଆସିଥିଲେ ତତ୍କାଳୀନ  ପାକିସ୍ତାନ  ପ୍ରଧାନମନ୍ତ୍ରୀ ନୱାଜ ସରିଫ୍।  ୨୦୧୬  ଉରୀ  ସୈନ୍ୟ ଶିବିର  ଏବଂ ୨୦୧୯ ପୁଲୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ  ସମ୍ପର୍କ ତିକ୍ତ ହୋଇ ଉଠିଥିଲା। 

Also Read: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଚୀନ

 

ଏହା ପରେ ଉଭୟ ଦେଶ ସେମାନଙ୍କ  କୂଟନୀତିଜ୍ଞଙ୍କୁ ସ୍ୱଦେଶ  ଫେରାଇ ଆଣିଥିଲେ।  ଏହା ପରେ ଭାରତ ଭାରତ ସୀମିତ  ସଂଖ୍ୟକ  କର୍ମଚାରୀଙ୍କ ସହ ପାକିସ୍ତାନସ୍ଥିତ  ଦୂତାବାସ ପରିଚାଳନା କରିଥିଲା।  ଉଭୟ ଦେଶର  ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ପାଇଁ ପ୍ରଥମ ପଦକ୍ଷେପ ହୋଇପାରେ ବୋଲି  କୁହାଯାଉଛି।