Save Water Campaign: ଏହି ସହରରେ ଜଳ ନଷ୍ଟ ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶନାମା ଜାରି କଲା ନଗର ନିଗମ
Advertisement
Article Detail0/zeeodisha/odisha1436490

Save Water Campaign: ଏହି ସହରରେ ଜଳ ନଷ୍ଟ ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶନାମା ଜାରି କଲା ନଗର ନିଗମ

Pune Jalmitra: ସହରରେ ଜଳ ଅପଚୟକୁ ରୋକିବା ପାଇଁ 'ପାଣି ମିତ୍ର' ନିଯୁକ୍ତ କରିଛି ନଗର ନିଗମ। ଏନେଇ କୁହାଯାଉଛି ଯେ ଏହି 'ପାଣି ମିତ୍ର' ସାମାଜିକ ସହଯୋଗୀ ହେବେ। ଯେଉଁମାନେ ସ୍ୱେଚ୍ଛାସେବୀଙ୍କ ଭଳି ସହରର ପ୍ରତ୍ୟେକ ବୁନ୍ଦା ଜଳକୁ ବଞ୍ଚାଇବା ଅଭିଯାନରେ ସହଯୋଗ କରିବେ।

Save Water Campaign: ଏହି ସହରରେ ଜଳ ନଷ୍ଟ ହେଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶନାମା ଜାରି କଲା ନଗର ନିଗମ

Pune Municipal Corporation: ସଦ୍ୟ ଏକ  ଅଜବ ନିର୍ଦ୍ଦେଶନାମା ଜାରି କରି ଚର୍ଚ୍ଚାକୁ ଆସିଛି ପୁଣେ ନଗର ନିଗମ। ଏନେଇ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଭବିଷ୍ୟତରେ ଅଧିକ ଜଳ ବ୍ୟବହାର କରୁଥିବା ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶକୁ ସହରର  ଅଧିବାସୀଙ୍କ ନିକଟକୁ ନେବା ପାଇଁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ପୁଣେ ମ୍ୟୁନିସପାଲ କର୍ପୋରେସନ୍ ଏହାର ନୂତନ ନିୟମ ବିଷୟରେ ଲୋକଙ୍କୁ ଅବଗତ କରିଛି।

ପୁଣେ ନଗର ନିଗମ ଏହାର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଯାଇ 'ପାଣି ମିତ୍ର' ନିଯୁକ୍ତ କରିଛି। ଏଥି ସହିତ ସହରର ସାଢେ ଚାରି ହଜାର ଲୋକଙ୍କୁ ଏ ସମ୍ପର୍କରେ ନୋଟିସ୍ ପଠାଯାଇଛି। ଏନେଇ କୁହାଯାଉଛି ଯେ ଏହି 'ପାଣି ମିତ୍ର' ସାମାଜିକ ସହଯୋଗୀ ହେବେ। ଯେଉଁମାନେ ସ୍ୱେଚ୍ଛାସେବୀଙ୍କ ଭଳି ସହରର ପ୍ରତ୍ୟେକ ବୁନ୍ଦା ଜଳକୁ ବଞ୍ଚାଇବା ଅଭିଯାନରେ ସହଯୋଗ କରିବେ।

ଜଳ ସଂରକ୍ଷଣକୁ ନେଇ ନଗର ନିଗମ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ବିରୋଧରେ ତାତି ଉଠିଛନ୍ତି ପୁଣେ ସହରର ବାସିନ୍ଦା। ଲୋକ ଏହି ପ୍ରଶାସନିକ ଆଦେଶ ବିରୋଧରେ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କର  ପ୍ରତିକ୍ରିୟା ଦେଉଛନ୍ତି। ଅନ୍ୟପଟେ ଏହି ଆଦେଶକୁ ନେଇ କିଛି ଲୋକଙ୍କର କୌଣସି ଅସୁବିଧା ନାହିଁ।

ଆପଣଙ୍କୁ କହି ରଖୁଛୁ ଯେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜଳର ତୀବ୍ର ଅଭାବ ରହିଛି। ବିଶେଷକରି ଗ୍ରୀଷ୍ମ ଋତୁରେ ଲୋକେ ପାନୀୟ ଜଳ ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି। ମହାରାଷ୍ଟ୍ର ଭୂତଳ ଜଳ ସର୍ବେକ୍ଷଣ ଏବଂ ବିକାଶ ଏଜେନ୍ସି ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ପୁଣେ, ନାସିକ୍, ଧୁଲେ, ଜଲଗାଓଁ, ନନ୍ଦୁରବାର ଏବଂ ଅମରାବତୀ ଜିଲ୍ଲାର ୧୫ ବ୍ଲକର ୨୧୩ ଗ୍ରାମରେ ପାନୀୟ ଜଳ ସୃଷ୍ଟି ହେବାର ଆଶଙ୍କା ରହିଛି।

Also Read: ପାଣି ସମସ୍ୟା ବଢାଇଛି ଚିନ୍ତା; ଆଲାର୍ମ ଲଗାଇ ଶୋଉଛନ୍ତି ଲୋକେ

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେ-ଜୁନ୍ ମାସରେ ଜଳ ସଙ୍କଟ ଏତେ ଗଭୀର ହୋଇଯାଏ ଯେ ଲୋକେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇବାକୁ ପଛଇନଥାନ୍ତି। ଅନେକ ଜିଲ୍ଲାରେ ମହିଳା ଜଳ କୂଅରୁ ପାଣି ସଂଗ୍ରହ କରି ସେମାନଙ୍କ ପରିବାର ପାଇଁ ପାନୀୟ ଜଳର ବ୍ୟବସ୍ଥା କରିଥାନ୍ତି।

ଏଭଳି ସ୍ଥିତି କେବଳ ପୁଣେ ସହରରେ ଦେଖିବାକୁ ମିଳିନାହିଁ। ଗତ ମେ ମାସରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ଏଭଳି ପରିସ୍ଥିତ। ଯେଉଁଠି ଖରା ଦିନେ ଜଳ ସଙ୍କଟ ଗୁରୁତର ହେବାରେ ଲାଗିଥିଲା। କେଉଁଠାରେ ପାଣି ଆସୁ ନଥିଲା ଆଉ କେଉଁଠାରେ ରାତି ଅଧରେ ପାଣି ଆସୁଥିଲା। ଯଦି କେହି ଏଠାରେ ପାଣି ପାଇବା ପାଇଁ ଚାହୁଁଥିଲା ତାହେଲେ ତାଙ୍କୁ ଆଲାର୍ମ ଲଗାଇବାକୁ ପଡୁଥିଲା। କାରଣ ସେହି ସମୟରେ ପାଣି କେତେ ବେଳେ ଆସୁଥିଲା ତାହ ଜଣାପଡୁନଥିଲା। କ୍ଲଷ୍ଟର ଠାରୁ ଆରମ୍ଭ କରି ଆବାସିକ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି ସମସ୍ୟା।