Russia Ukraine war: ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ନିଜ ଦେଶରେ ମିଶାଇବ ଋଷ, ସର୍ଭେରେ ସହମତ ଏତିକି ପ୍ରିତଶତ ଲୋକ
Advertisement
Article Detail0/zeeodisha/odisha1372118

Russia Ukraine war: ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ନିଜ ଦେଶରେ ମିଶାଇବ ଋଷ, ସର୍ଭେରେ ସହମତ ଏତିକି ପ୍ରିତଶତ ଲୋକ

Russia Ukraine war: ଋଷ ନିଜ ପଡୋଶୀ ୟୁକ୍ରେନର ସେହି ଅଂଶକୁ ନିଜ ଅଞ୍ଚଳରେ ଯୋଡିବାକୁ ଚାହୁଁଛି, ଯେଉଁଠାରେ ଏହାର ସାମରିକ ନିୟନ୍ତ୍ରଣ ରହିଛି । ରିପୋର୍ଟ ଅନୁସାରେ ସର୍ଭେରେ ୯୯ ପ୍ରତିଶତ ଲୋକ ମଧ୍ୟ ଏଥିରେ ସହମତ ଅଟନ୍ତି ।

ସୌ: ସୋସିଆଲ ମିଡିଆ

Russia Ukraine war: ଋଷ ନିଜ ପଡୋଶୀ ୟୁକ୍ରେନର ସେହି ଅଂଶକୁ ନିଜ ଅଞ୍ଚଳରେ ଯୋଡିବାକୁ ଚାହୁଁଛି, ଯେଉଁଠାରେ ଔପଚାରିକ ଭାବରେ ଏହାର ସାମରିକ ନିୟନ୍ତ୍ରଣ ରହିଛି । ଖବର ଅନୁଯାୟୀ, ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଜନମତ ସଂଗ୍ରହରେ ​​ମସ୍କୋର (Moscow) ନିୟମକୁ ସମର୍ଥନ କରିଛନ୍ତି । ତେବେ ଏହି ଜନମତକୁ ବ୍ୟାପକ ଭାବେ ସମାଲୋଚନା କରାଯାଇଛି ଓ ପଡୋଶୀ ଦେଶ ଉପରେ ଆକ୍ରମଣ କରିବା ଯୋଗୁଁ ଋଷ (Russia) ଉପରେ ଆନ୍ତର୍ଜାତୀୟ ଚାପ (International Pressure) ମଧ୍ୟ ଜାରି ରହିଛି ।

ଦକ୍ଷିଣ ଓ ପୂର୍ବ ୟୁକ୍ରେନର ଋଷ ଦ୍ୱାରା ଅଧିକୃତ ଥିବା ଚାରିଟି ଅଞ୍ଚଳରେ ମସ୍କୋ ସମର୍ଥକ ପ୍ରଶାସନ ମଙ୍ଗଳବାର ଦିନ ରାତିରେ କହିଛି ଯେ ତାଙ୍କ ନାଗରିକ ପାଞ୍ଚ ଦିନିଆ ଜନମତ ସଂଗ୍ରହରେ ​​ଋଷରେ ସାମିଲ ହେବାକୁ ମତଦାନ କରିଛନ୍ତି । ଋଷ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଜାପୋରିଜିଆରେ ୯୩ ପ୍ରତିଶତ ଭୋଟ୍ ଏହି ମିଶ୍ରଣକୁ ସମର୍ଥନ କରିଥିବାବେଳେ ଖେରସନରେ ୮୭ ପ୍ରତିଶତ, ଲୁହାନସ୍କରେ ୯୮ ପ୍ରତିଶତ ଓ ଡୋନେଟସ୍କରେ ୯୯ ପ୍ରତିଶତ ଭୋଟ୍ ଏହି ଅଂଶଗୁଡ଼ିକର ଋଷ ସହିତ ବିଲୟକୁ ହେବାକୁ ସମର୍ଥନ କରିଛନ୍ତି ।

ଅଧିକୃତ ଅଞ୍ଚଳର ଋଷର ଅଧିକାରୀମାନେ ବୁଧବାର କହିଛନ୍ତି ଯେ ସେମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଋଷ ସହିତ ଏହି ଅଞ୍ଚଳ ଯୋଡିବାକୁ କହିବେ । ପ୍ରଶାସନିକ ପ୍ରକ୍ରିୟା କେଉଁ ଦିଗକୁ ଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପାଶ୍ଚାତ୍ୟ ଦେଶମାନେ ଏହି ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ କହିଛନ୍ତି ଯେ ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଆଇନଗତ କରିବାକୁ ମସ୍କୋ ଏହି ନିରର୍ଥକ ଅଭ୍ୟାସ କରୁଛି । ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଜୋସେଫ ବୋରେଲ ବୁଧବାର ଦିନ ଏହି ଜନମତକୁ ବେଆଇନ ବୋଲି କହିଛନ୍ତି ।

କିୱିରେ ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଏହି ଜନମତକୁ ଏକ ଦୁଃସପ୍ରଚାର ଓ ନାଟକ ବୋଲି କହିଛି । ତେବେ ଏହାର ବିପରୀତ ସମାଲୋଚନା ମଧ୍ୟରେ କ୍ରେମଲିନଙ୍କୁ କୌଣସି ପ୍ରଭାବ ପକାଇ ନ ଥିବା ଜଣାପଡିଛି । ତେବେ ଏହାର ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ ଋଷ ଖୁବ କମ ସମୟ ମଧ୍ୟରେ ୟୁକ୍ରେନ ସୈନ୍ୟମାନଙ୍କୁ ପୂର୍ବ ଡୋନେଟସ୍କ ଅଞ୍ଚଳରୁ ନିଜ ଅଧୀନ ନେବାକୁ ଚାହୁଁଛି ।

ଏହା ବି ପଢ଼ନ୍ତୁ: Cabinet decision: ଆଜି ଏହି ୩ଟି ବଡ ନିଷ୍ପତ୍ତି ନେଲେ ମୋଦି ସରକାର, ଯାହା ଆପଣ ଜାଣି ଖୁସି ହୋଇଯିବେ!

ଏହା ବି ପଢ଼ନ୍ତୁ: ଏହା ବି ପଢ଼ନ୍ତୁ: ଦେଶର ୨୬ କୋଟି ମୋବାଇଲ୍ ୟୁଜର୍ସ ଧ୍ୟାନ ଦିଅନ୍ତୁ! ଶୀଘ୍ର ବନ୍ଦ ହୋଇପାରେ ଆପଣଙ୍କର ନେଟୱାର୍କ!

ଏହା ବି ପଢ଼ନ୍ତୁ: VIDEO: ମେସିନ୍ ଠାରୁ ଅଧିକ ବେଗରେ କାମ କରନ୍ତି ଏହି ବ୍ୟକ୍ତି, ଯଦି ବିଶ୍ୱାସ ହେଉନାହିଁ ତେବେ ନିଜେ ଦେଖନ୍ତୁ