କାହିଁକି ଅଯୋଧ୍ୟା ଗସ୍ତ ବାତିଲ କଲେ ରାଜ ଠାକରେ? ସାମ୍ନାକୁ ଆସିଲା କାରଣ
Advertisement
Article Detail0/zeeodisha/odisha1193200

କାହିଁକି ଅଯୋଧ୍ୟା ଗସ୍ତ ବାତିଲ କଲେ ରାଜ ଠାକରେ? ସାମ୍ନାକୁ ଆସିଲା କାରଣ

ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। 

କାହିଁକି ଅଯୋଧ୍ୟା ଗସ୍ତ ବାତିଲ କଲେ ରାଜ ଠାକରେ? ସାମ୍ନାକୁ ଆସିଲା କାରଣ

MNS Chief Raj Thackeray: ଆସନ୍ତା ଜୁନ ୫ ତାରିଖରେ ହେବାକୁ ଥିବା ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ଏନେଇ ସେ କହିଛନ୍ତି ତାଙ୍କର ପ୍ରସ୍ତାବିତ ଅଯୋଧ୍ୟା ଗସ୍ତକୁ ନେଇ ହୋଇଥିବା ରାଜନୈତିକ ଘଟଣାକ୍ରମ ଦଳୀୟ କର୍ମକର୍ତ୍ତାଙ୍କୁ ଆଇନ ଜାଲରେ ଫସାଇବା ପାଇଁ ଏକ ଷଡଯନ୍ତ୍ର। ଏହି କାରଣରୁ ସେ ତାଙ୍କ ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି 

ପୁଣେ ଠାରେ ଆୟୋଜିତ ହୋଇଥିବାକୁ ସମ୍ବୋଧିତ କରିବା ଅବସରରେ ମହାରାଷ୍ଟ୍ର ନବନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief) ରାଜ ଠାକରେ (Raj Thackeray) କହିଛନ୍ତି ଆସନ୍ତା ଜୁନ ୧ ତାରିଖରେ ତାଙ୍କର ସର୍ଜରୀ ହେବାକୁ ଯାଉଛି। ଏହା ପରେ ସେ ଅନ୍ୟ ଏକ ଜନସଭାକୁ ସମ୍ବୋଧିତ କରିବେ।

ଯଦି ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାନଯାଏ ତାହେଲେ ଏମଏନଏସ କର୍ମକର୍ତ୍ତା ପୁଣି ଥରେ ବିରୋଧ ପ୍ରଦର୍ଶନ କରିବେ। ଲାଉଡ ସ୍ପୀକର ଯୋଗେ ହେଉଥିବା ଆଜାନ ଜବାବରେ ହନୁମାନ ଚାଳିଶା ପାଠ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ। ରାଜ୍ୟର ଔରଙ୍ଗାବାଦ ନାମ ପରିବର୍ତ୍ତନ କରି ଏହାକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ ଏବଂ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ମୋଦି ସରକାରଙ୍କ ନିକଟରେ ଦାବି କରିଛନ୍ତି ଏମଏନଏସ ମୁଖ୍ୟ।  

Also Read: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ

ଏନସିପି ମୁଖ୍ୟ ଶରଦ ପାୱରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ରାଜ ଠାକରେ କହିଛନ୍ତି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚରେ ବର୍ଷାରେ ଭିଜି ଭାଷଣ ଦିଆଯାଉଥିଲା। ଆମେ ଏକ ଖୋଲାସ୍ଥାନରେ ଜନସଭା ଆୟୋଜନ କରିବାକୁ ଯୋଜନା କରୁଥିଲୁ ହେଲେ ବର୍ଷାକୁ ନଜରରେ ଏହାକୁ ଏକ ହଲ ମଧ୍ୟରେ ଆୟୋଜନ କରିବାକୁ ସ୍ଥିର କଲୁ। ନିକଟରେ କୌଣସି ନିର୍ବାଚନ ହୋଇନାହିଁ। ଯେଉଁଥିପାଇଁ ବର୍ଷାରେ ଛିଡ଼ା ହୋଇ ଭାଷଣ ଦିଆଯିବ। ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ବିରୋଧରେ ଶିବସେନା ପକ୍ଷରୁ ରଖାଯାଇଥିବା ମତ ଉପରେ ରଖି ସେ କହିଛନ୍ତି ସେମାନେ କେଉଁ ୱାଶିଂ ପାଉଡର କଥା କହିଛନ୍ତି ଯାହାର ଡିଟରଜେଣ୍ଟ ଅନ୍ୟ ଠାରୁ ଭିନ୍ନ। 

ଅଯୋଧ୍ୟା ଗସ୍ତକୁ ନେଇ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂହଙ୍କ ଧମକ ଉପରେ ଜବାବ ରଖି  ଏମଏନଏସ ମୁଖ୍ୟ କହିଛନ୍ତି ମୋର ଅଯୋଧ୍ୟା ଗସ୍ତ ବାତିଲ ହୋଇଯିବା ପରେ କିଛି ଲୋକ ଖୁସି ହେଉଛନ୍ତି। ଅଯୋଧ୍ୟା ଯାତ୍ରା ବାତିଲ ନେଇ ଘୋଷଣା କରିବା ପରେ ଏନେଇ ହେଉଥିବା ଆଲୋଚନା ଉପରେ ମୁଁ ନଜର ରଖିଥିଲି। ପରେ ମୁଁ ଜାଣିବାକୁ ପାଇଲି ଯେ ଏହା ଏକ ଜାଲ। ଏହା ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିଲା। ରାଜ ଠାକରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ଅଯୋଧ୍ୟା ଗସ୍ତକୁ ନେଇ ଯାହାର ଆପତ୍ତି ରହିଛି ତାଙ୍କର ଏହି ଗସ୍ତକୁ ଏକ ପ୍ରସଙ୍ଗ କରିବା ଆରମ୍ଭ କରିଛନ୍ତି। ମୁଁ କେବଳ ରାମ ଜନ୍ମାଭୂମି ପରିଦର୍ଶନ କରିବାକୁ ଚାହୁଁନାହିଁ ବରଂ ଯେଉଁଠାରେ କର ସେବକଙ୍କୁ ହତ୍ୟା କରାଯାଇଥିଲା ସେଠାକୁ ଯିବା ପାଇଁ ମଧ୍ୟ ଚାହୁଁଛି।

ମୁଁ ଅଯୋଧ୍ୟା ଯିବା ପରେ ଯଦି କିଛି ହୋଇଥାନ୍ତା ତାହାଲେ ଏହାର ମୁକାବିଲା କରିଥାନ୍ତେ ଏମଏନଏସ କର୍ମକର୍ତ୍ତା। ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରା ଯାଇଥାନ୍ତା। ଯାହା ନିର୍ବାଚନ ସମୟରେ ଦଳ ଲାଗି ସମସ୍ୟା ସୃଷ୍ଟି କରିଥାନ୍ତା। ଅଯୋଧ୍ୟା ଗସ୍ତ ବାତିଲ କରିବାକୁ ନେଇ ଯଦି ମୋତେ ସମାଲୋଚନା କରାଯାଏ ତାହେଲେ ଏହାକୁ ମଁ ସହିନେବି ହେଲେ ଦଳୀୟ କର୍ମକର୍ତ୍ତାଙ୍କୁ ଆଇନ ଜାଲରେ ଫସିବାର ଦେଖିପାରିବି ନାହିଁ।  

ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଲିଶା ପାଠ କରିବାକୁ ଆହ୍ୱାନ ଦେଇ ଗିରଫ କରିଥିବା ଅଭିଯୋଗ କରିଛନ୍ତି। ରାଜ ଠାକରେ ପଚାରିଥିଲେ 'ମାତୋଶ୍ରୀ' କ'ଣ ମସଜିଦ? 

Also Read: ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗନ୍ତୁ ରାଜ ଠାକରେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

ଏଆଇଏମଆଇଏମ ନେତା ଆକବରୁଦ୍ଦିନ ଓୱେସିଙ୍କ ଔରଙ୍ଗବାଦସ୍ଥିତ ଔରଙ୍ଗଜେବଙ୍କ କବର ସ୍ଥାନକୁ  ଗସ୍ତକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଏମଏନଏସ ମୁଖ୍ୟ ଏବଂ ଏହି ପ୍ରସଙ୍ଗରେ ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି। ଶରଦ ପାୱାର ଭାବନ୍ତି କି ଔରଙ୍ଗଜେବ ଜଣେ ସାଧୁ ଥିଲେ? ସେ କହୂଛନ୍ତି ଔରଙ୍ଗଜେବ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିବାକୁ ଆସିଥିଲେ। ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ହତ୍ୟା କରିବାକୁ ଆସି ନାହାଁନ୍ତି କି? ଏହାକୁ ବର୍ତ୍ତମାନ ଭୁଲିଯାଉଛନ୍ତି। ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ଔରଙ୍ଗାବାଦରେ ଔରଙ୍ଗଜେବଙ୍କ ସମାଧି ବିକାଶ ପାଇଁ ପାଣ୍ଠି କିଏ ଦେଇଛି?