Shani Chandra Grahan Today 24 July 2024: ଆଜି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ
Advertisement
Article Detail0/zeeodisha/odisha2350521

Shani Chandra Grahan Today 24 July 2024: ଆଜି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ

How to watch this rare celestial event of Shani Chandra Grahan : ୧୮ ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ ଶନିଙ୍କ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି। ଯାହା ଆପଣ ଖାଲି ଆଖିରେ ଦେଖିପାରିବେ।ସମୟ ଜାଣିବା ପାଇଁ ପୁରା ଖବର ପଢନ୍ତୁ..

Shani Chandra Grahan

Shani Chandra Grahan: ୧୮ ବର୍ଷ ପରେ ଶନିଙ୍କ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି। ଯାହା ଆପଣ ଖାଲି ଆଖିରେ ଦେଖିପାରିବେ।ମହାକାଶରେ ହଜି ଯିବ ଶନି ଗ୍ରହ । ଏଭଳି ଏକ ବିରଳ ମହାଜାଗତିକ ଘଟଣା ଆଜି ଜୁଲାଇ ୨୪ ତାରିଖ ମଧ୍ଯରାତ୍ର ପରେ ସୃଷ୍ଟି ହେବାକୁ ଯାଉଛି । ବନାରସର ବେଦାନ୍ତ ପାଣ୍ଡେ କହିଛନ୍ତି ଯେ ୨୪ ଜୁଲାଇ ରାତି ୧.୩୦ ପରେ ଏହି ଦୃଶ୍ୟ ଆକାଶରେ ଦେଖାଯିବ।ଅପରାହ୍ନ ୧.୪୪ ରେ ଚନ୍ଦ୍ର ଶନି ଗ୍ରହକୁ ନିଜ ପଛରେ ସମ୍ପୂର୍ଣ୍ଣ ଲୁଚାଇବ। ଅପରାହ୍ନ ୨.୨୫ ରେ ଶନି ଚନ୍ଦ୍ର ପଛରୁ ବାହାରୁଥିବା ଦେଖାଯିବ। 

 ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଲୁଚିରହିବ ବୋଲି ବୈଜ୍ଞାନିକ କହିଛନ୍ତି।ଏହି ସମୟକୁ ଏକ ପ୍ରକାର ପରାଗ କୁହାଯିବ । ସୂର୍ଯ୍ୟ ପରାଗ 
ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼ାଇ ରଖିଥାଏ । ଏଠି ଚନ୍ଦ୍ର ଶନି ଗ୍ରହକୁ ଘୋଡ଼ାଇ ଦେବ । ଯାହା ମଣିଷ ଖାଲି ଆଖିରେ ଦେଖିପାରିବ।ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଭଳି ୫ଟି ଗ୍ରହ ମଧ୍ଯ ସୂର୍ଯ୍ୟ ଚାରିପଟେ ବୁଲୁଥାନ୍ତି । ଯାହା ତାରା ଭଳି ଦେଖାଯାଆନ୍ତି । ପୃଥ‌ିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ ପୃଥ‌ିବୀ ସହ ଅନ୍ୟଦୁଇଟି ପିଣ୍ଡ ସମୟ ସମୟ ମୟରେ ଏକ ସରଳରେଖାରେ ଚାଲିଆସନ୍ତି ।

ସେଗୁଡିକ ଚନ୍ଦ୍ର-ସୂର୍ଯ୍ୟ ଅଥବା ଚନ୍ଦ୍ର ସହ ତାରା ବା ଗ୍ରହ ନ ହେଲେ ସୂର୍ଯ୍ୟ ସହ ଗ୍ରହର ଯୋଡ଼ି ହୋଇପାରେ ଯେତେବେଳେ ଲୁଚୁଥିବା ପିଣ୍ଡଟିର ଆକାର ଲୁଚାଉଥିବା ପିଣ୍ଡର ଆକାର ତୁଳନାରେ ଅନେକ ଗୁଣ ଛୋଟ ହୋଇଥାଏ, ସେତେବେଳେ ଏହାକୁ ସମାବରଣ କୁହାଯାଏ । ଚନ୍ଦ୍ର ପଛରେ ଲୁଚିଯାଉଥୁବା ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ ସମାବରଣ ଖାଲି ଆଖିରେ ଦେଖାଯାଇଥାଏ ।

ଭାରତ ବ୍ୟତୀତ ଏହି ଦୃଶ୍ୟ ଶ୍ରୀଲଙ୍କା, ମିଆଁମାର, ଚୀନ୍ ଏବଂ ଜାପାନରେ ମଧ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳେ।ଏହାକୁ ଦେଖିବାକୁ ଏକ ଛୋଟ ଟେଲିସ୍କୋପ ବ୍ୟବହାର କରିବାକୁ ପଡିବ। ମହାକାଶ ଉତ୍ସାହୀମାନଙ୍କ ପାଇଁ ଏକ ଖୁସି ଖବର ହେଉଛି ଏହି ଦୃଶ୍ୟ ତିନି ମାସ ପରେ ପୁଣି ଭାରତରେ ଦେଖାଯିବ। ବେଦାନ୍ତ ପାଣ୍ଡେ କହିଛନ୍ତି ଯେ ଯଦି ମେଘ ଯୋଗୁଁ ଜୁଲାଇରେ ଏହା ଦେଖାଯାଇ ନ ପାରେ, ତେବେ ଅକ୍ଟୋବର ୧୪ ରେ ଆଉଥରେ ଦେଖିପାରିବେ। ଶନିଙ୍କ ଚନ୍ଦ୍ରଗ୍ରହଣ ୧୪ ଅକ୍ଟୋବର ରାତିରେ ପୁଣି ଦେଖାଯିବ।