Nanmadol In Japan: ଜାପାନକୁ ଆସୁଛି ଆଉ ଏକ ବଡ ବିପଦ, ଭାରତ ସତର୍କ
Advertisement
Article Detail0/zeeodisha/odisha1357139

Nanmadol In Japan: ଜାପାନକୁ ଆସୁଛି ଆଉ ଏକ ବଡ ବିପଦ, ଭାରତ ସତର୍କ

Typhoon Nanmadol: ଦକ୍ଷିଣ-ପଶ୍ଚିମ ଜାପାନରେ ପରିବହନ ସେବାରେ ବାଧା ସୃଷ୍ଟି କରୁଛି ଶକ୍ତିଶାଳୀ ତୋଫାନ୍ 'ନାନମାଡୋଲ'। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଜାପାନର କାଗୋସିମା ପ୍ରଦେଶ ପାଇଁ ଜୋରରେ ପବନ, ଉଚ୍ଚ ଏବଂ ବଡବଡ ଲହଡି ପାଇଁ ପାଣିପାଗ ଅଧିକାରୀମାନେ ଜରୁରୀକାଳୀନ ଚେତାବନୀ ଦେଇଛନ୍ତି। 

Nanmadol In Japan: ଜାପାନକୁ ଆସୁଛି ଆଉ ଏକ ବଡ ବିପଦ, ଭାରତ ସତର୍କ

Typhoon Nanmadol: ଦକ୍ଷିଣ-ପଶ୍ଚିମ ଜାପାନ (Japan)ରେ ପରିବହନ ସେବାରେ ବାଧା ସୃଷ୍ଟି କରୁଛି ଶକ୍ତିଶାଳୀ ତୋଫାନ୍ 'ନାନମାଡୋଲ' (Typhoon Nanmadol)। ଗଣମାଧ୍ୟମର ରିପୋର୍ଟ (Media Report) ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଜାପାନର କାଗୋସିମା ପ୍ରଦେଶ (Kagoshima District) ପାଇଁ ଜୋରରେ ପବନ, ଉଚ୍ଚ ଏବଂ ବଡବଡ ଲହଡି ପାଇଁ ପାଣିପାଗ ଅଧିକାରୀମାନେ ଜରୁରୀକାଳୀନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ଶକ୍ତିଶାଳୀ ତେଫାନ୍ ଏପରି ବିପର୍ଯ୍ୟୟର କାରଣ ମଧ୍ୟ ହୋଇପାରେ ଯାହା କିଛି ଦଶନ୍ଧିରେ ଥରେ ଦେଖାଯାଏ। ଅଧିକାରୀ କହିଛନ୍ତି ଯେ, ଘଣ୍ଟା ପ୍ରତି ସର୍ବାଧିକ ୧୮୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋହିବାକୁ ଥିବା ପବନ ଉତ୍ତର ଏବଂ ଦକ୍ଷିଣ କ୍ୟୁଶୁ ସମେତ ଆମାମି ଦ୍ୱୀପପୁଞ୍ଜରେ ଧକ୍କା ହେବ। ଉପକୂଳକୁ ଧକ୍କା ଦେବାବେଳେ ଏହି ବେଗ ଘଣ୍ଟା ପ୍ରତି ୨୫୨ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ସୋମବାର ସକାଳ ସୁଦ୍ଧା ଦକ୍ଷିଣ କ୍ୟୁଶୁରେ ୬୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ଏହି ଘୂର୍ଣ୍ଣିବଳୟ ବଡ ହୋଇଥିବାରୁ, ବର୍ଷା ଓ ପବନ ଅନ୍ୟ ଅଞ୍ଚଳ ମାନଙ୍କରେ ମଧ୍ୟ ତୀବ୍ର ହେବାର ସମ୍ଭାବନା ଥିବାରୁ ଅଧିକାରୀ ମାନେ ଚେତାବନୀ ଦେଇଛନ୍ତି। ସୋମବାର ଠାରୁ ପଶ୍ଚିମ ଏବଂ ପୂର୍ବ ଜାପାନର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସାର୍ବଜନୀନ ପ୍ରସାରକ NHK-World Japan ଅନୁଯାୟୀ, ଝଡ଼ ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ମଙ୍ଗଳବାର ସୁଦ୍ଧା ଜାପାନର ମୁଖ୍ୟ ଦ୍ୱୀପ ହଁସୁ ଦେଇ ଗତି କରିବ।

ରବିବାର ଦିନ ଏହି ଅଞ୍ଚଳରେ ହେବାକୁ ଥିବା ଶକ୍ତିଶାଳୀ ଝଡ଼ର ପୂର୍ବାନୁମାନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ଜାପାନରେ ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୧୧ଟା ସୁଦ୍ଧା ଜାପାନ ଏୟାରଲାଇନ୍ସ ଏବଂ ଅଲ୍ ନିପନ୍ ଏୟାରୱେଜ୍ ଦିନବେଳା ପାଇଁ ୫୦୦ରୁ ଅଧିକ ବିମାନର ଉଡାଣ ବାତିଲ କରିଦେଇଛି। ଜାପାନ ଏୟାରଲାଇନ୍ସ ୩୭୬ ବିମାନକୁ ବାତିଲ କରିବାକୁ ଯୋଜନା କରିଛି ଏବଂ ଅଲ ନିପନ୍ ଏୟାରୱେଜ୍ ୧୯କୁ ହ୍ରାସ କରିବ। ଅନ୍ୟ ବିମାନ ସେବା ମଧ୍ୟ ସୋମବାର ଠାରୁ ସେବା ବାତିଲ କରିବେ।

ବୁଲେଟ୍ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହେବ। ଜାପାନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ବିପହର ୧:୩୦ ଠାରୁ, କ୍ୟୁସୁ ସିଙ୍କାନସେନର ସଂଚାଳକ ରବିବାର ଏବଂ ସୋମବାର ପାଇଁ ସମସ୍ତ ସେବାକୁ ବାତିଲ କରିଦେଇଛନ୍ତି। ତୋଫାନ୍ ଦକ୍ଷିଣ କ୍ୟୁସୁ (Kyushu)କୁ ହିଟ୍ କରିବାର ସମ୍ଭାବନା ରହିଛି, ଯାହା ଜାପାନର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜ ମଧ୍ୟରୁ ଗୋଟିଏ। ବିଶେଷ କରି କାଗୋସିମା ପ୍ରଦେଶ ଭିତରେ ପ୍ରଭାବ ପଡିବାର ସମ୍ଭାବନା କହିଛି।

ଜାପାନର ପାଣିପାଗ ବିଭାଗ (ଜେଏମଏ) କହିଛି, ସମ୍ଭବତଃ ପ୍ରବଳ ବର୍ଷା ରେକର୍ଡ କରାଯିବ ଏବଂ ଏକ ଜରୁରୀକାଳୀନ ବର୍ଷାର ସତର୍କ ସୂଚନା ଘୋଷଣା କରାଯିବ। ଜେଏମଏର ଜଣେ ଅଧିକାରୀ ରୟୁତା କୁରୋରା ଶନିବାର ଚେତାବନୀ ଦେଇଛନ୍ତି ଯେ, ଜୋର୍ ପବନ ଦ୍ୱାରା ଘର ଭୁଶୁଡିବାର ସମ୍ଭାବନା ରହିଛି । ଭୂସ୍ଖଳନ ଏବଂ ବନ୍ୟା ବିପଦକୁ ଏଡାଇବା ପାଇଁ ବାତ୍ୟା ଆସିବା ପୂର୍ବରୁ କୁରୋରା ବାସିନ୍ଦାଙ୍କୁ ଘର ଖାଲି କରିବାକୁ ଅନୁରୋଧ କରିଛନ୍ତି।

ପ୍ରତି ବର୍ଷ ଜାପାନ ପ୍ରାକୃତିକ ଦୁର୍ବିପାକ ଦ୍ବାରା ପ୍ରଭାବିତ ହେଉଛି। ବିଶେଷ କରି ସୁନାମୀ ଏହି ଦେଶର ଅଧିକ କ୍ଷତି ରକାଇଥାଏ। ହେଲେ ଜାପାନରେ ଯେତେବେଳେ କୌଣସି ଆପଦ ଦେଖାଦେଇଥାଏ ସେତେବେଳେ ଏସିଆ ମହାଦେଶର ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସତର୍କ ହୋଇଯାଆନ୍ତି। ଭାରତ ଏସିଆ ମହାଦେଶର ଏର ପ୍ରମୁଖ ଦେଶ ହୋଇଥିବାରୁ, ଭାରତୀୟ ପାଣପାଗ ବିଭାଗ ଏହା ଉପରେ ନଜକ ରଖିଛି। ତେବେ ଭାରତରେ ଏହାର ପ୍ରଭାବ ପଡିବା ନେଇ କୌଣସି ସୂତନା ମିଳିନାହିଁ।