Sonali Phogat murder case: ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ
Advertisement
Article Detail0/zeeodisha/odisha1348217

Sonali Phogat murder case: ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ସୋନାଲିଙ୍କ ମୃତ୍ୟୁ ପରଠାରୁ ଦାବି କରାଯାଉଥିଲା କି ସୋନାଲିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଯାହା ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଦୃଢିଭୂତ ହୋଇଥିଲା। 

Sonali Phogat murder case:  ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

Sonali Phogat murder case:  ନୂଆଦିଲ୍ଲୀ: ସୋନାଲି ଫୋଗାଟଙ୍କ (Sonali Phogat) ହତ୍ୟା ଘଟଣାର ତଦନ୍ତକୁ ସିବିଆଇକୁ (CBI) ହସ୍ତାନ୍ତର କରିବାକୁ ଗୋଆ ସରକାର (Goa Government) ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ (Chief Minister) ପ୍ରମୋଦ ସାୱନ୍ତ (Pramod Sawant) ସୋମବାର କହିଛନ୍ତି ଗୋଆ ପୋଲିସ (Goa Police) ଏହି ହତ୍ୟା ମାମଲାର ସଠିକ୍ ଦିଗରେ ଯାଞ୍ଚ କରିଛି। କିନ୍ତୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଦାବି ଜୋର ଧରିଛି। ସୋନାଲି ଫୋଗାଟଙ୍କ ଝିଅ ମଧ୍ୟ ସମାନ ଦାବି କରି ଆସୁଛନ୍ତି। ତେଣୁ ଆଜି ଆମେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବୁ। ମୁଁ ନିଜେ ଆଜି ଗୃହମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବି ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଥିଲେ। 

ତେବେ ସୋନାଲିଙ୍କ ମୃତ୍ୟୁ ପରଠାରୁ ଦାବି କରାଯାଉଥିଲା କି ସୋନାଲିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଯାହା ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଦୃଢିଭୂତ ହୋଇଥିଲା। ଶରୀର ଅନ୍ତରୀଣ ଅଙ୍ଗରେ ଆଘାତ ଲାଗିଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୂଚନା ରହିଥିଲା। ଏପରିକି ରକ୍ତରେ ଡ୍ରଗ୍ସ ମାତ୍ରା ରହିଥିବା ସମ୍ପର୍କରେ ସୂଚନା ରହିଥିଲା। ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ଡ୍ରଗ୍ସର ଓଭର ଡୋଜ ହେବା କାରଣରୁ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ।

ସେପଟେ ଗୋଆ ପୋଲିସକୁ ତଦନ୍ତ ଆରମ୍ଭରୁ ହୋଟେଲର ଏକ ସିସିଟିଭି ଭିଡ଼ିଓ ହସ୍ତଗତ ହୋଇଥିଲା। ଯାହା ତାଙ୍କୁ ହତ୍ୟା ହୋଇଥିବା ସନ୍ଦେହକୁ ଆହୁରି ଘନିଭୂତ କରିଦେଇଥିଲା। ଉକ୍ତ ଭିଡ଼ିଓରେ ସୋନାଲିଙ୍କୁ ତାଙ୍କର ଦୁଇ ସହଯୋଗୀ କିଛି ପିଆଉଥିବାର ନଜର ଆସିଥିଲା। ଅନ୍ୟ ଏକ ସିସିଟିଭି ଫୁଟେଜରେ ସୋନାଲି ଫୋଗାଟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସୋନାଲି ଚାଲିବାକୁ ଅସମର୍ଥ ହୋଇଥିଲେ ଏବଂ ଦୁଇଜଣ ବ୍ୟକ୍ତି ତାଙ୍କୁ କୋଠରୀ ମଧ୍ୟକୁ ନେଇ ଯାଇଥିବାର ଦେଖାଯାଇଥିଲା। ସିସିଟିଭି ଫୁଟେଜରେ ଦେଖାଯାଇଥିବା ଉଭୟ ବ୍ୟକ୍ତି ସୋନାଲିଙ୍କ ପରିଚିତ ଥିଲେ ବୋଲି ଜଣାପଡ଼଼ିଥିଲା। 

ତେବେ ସିସିଟିଭିରେ ନଜର ଆସିଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗଓ୍ୱାନ ରହିଥିବା ବେଳେ ଅନ୍ୟ ଜଣେ ତାଙ୍କର ବନ୍ଧୁ ସୁଖବିନ୍ଦର ସିଂ ରହିଥିବା ଦେଖାଯାଇଥିଲା। ଉଭୟଙ୍କୁ ଜେରା ସମୟରେ ସୋନାଲିଙ୍କ ଡ୍ରିଙ୍କରେ କିଛି ମିଶାଇଥିବା ନେଇ ଉଭୟେ ମାନିଥିଲେ। ତେବେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଏହି ପରିପ୍ରେକ୍ଷୀରେ, ସେପ୍ଟେମ୍ବର ୧୧ରେ ହିସାରର ଜାଟ ଧର୍ମଶାଳାଠାରେ ଏକ ସର୍ଭ ଜାତିୟ ଖାପ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସୋନାଲିଙ୍କ ଝିଅ ଯଶୋଧରା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମହାପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ ଯଦି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ନହୁଏ, ତେବେ ୨୪ ସେପ୍ଟେମ୍ବରରେ ଆଉ ଏକ ସମାନ ମହାପଞ୍ଚାୟତ ଆୟୋଜନ କରାଯିବ। ଯେଉଁଥିରେ ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟର ଖାପ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ଏବଂ କଠୋର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜଣାପଡ଼ିଛି। 

ଅଧିକ ପଢନ୍ତୁ: ୨୧ ବର୍ଷ ପରେ NASA ଜାରି କଲା ସାଟେଲାଇଟ୍ ଫଟୋ, କହିଲା...