'ମୁଁ ଇନ୍ଦିରା ଜୀଙ୍କ ବୋହୂ ଓ କାହାକୁ ଭୟ କରେ ନାହିଁ' ସୋନିଆଙ୍କ ପୁରୁଣା ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1267422

'ମୁଁ ଇନ୍ଦିରା ଜୀଙ୍କ ବୋହୂ ଓ କାହାକୁ ଭୟ କରେ ନାହିଁ' ସୋନିଆଙ୍କ ପୁରୁଣା ଭିଡିଓ ଭାଇରାଲ

Money Laundering Case: ଭାଇରାଲ ଭିଡିଓରେ ସୋନିଆ କହୁଛନ୍ତି, ମୁଁ ଇନ୍ଦିରା ଜୀଙ୍କ ବୋହୂ ଓ କାହାକୁ ଭୟ କରେ ନାହିଁ । ତାମିଲନାଡୁ କଂଗ୍ରେସ କମିଟି ସେୟାର କରିଥିବା ଏହି ଭିଡିଓରେ କଂଗ୍ରେସ ନେତା କେ.ସି ଭେନୁଗୋପାଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସାଙ୍କେତିକ ଫଟୋ

Money Laundering Case: ନ୍ୟାସନାଲ ହେରାଲ୍ଡ ମାମଲାର (National Herald Case) ପଚରାଉଚରାରେ ସାମିଲ ପାଇଁ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ଗୁରୁବାର ଦିନ ED କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ପ୍ରସଙ୍ଗକୁ ନେଇ ମଧ୍ୟ କଂଗ୍ରେସ (Congress) ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଛି । ଏହି ସମୟରେ ସୋନିଆଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ମଧ୍ୟ ହେଉଛି, ଯେଉଁଥିରେ ସେ କାହାକୁ ଭୟ କରିନ୍ତି ନାହିଁ ବୋଲି କହୁଛନ୍ତି । ଏଠାରେ କଂଗ୍ରେସ ସଭାପତିଙ୍କୁ ପଚରାଉଚରା ନେଇ ଦିଲ୍ଲୀ ପୋଲିସ ମଧ୍ୟ ଆଲର୍ଟ ମୋଡରେ ଅଛି ।

ଭାଇରାଲ ଭିଡିଓରେ ସୋନିଆ କହୁଛନ୍ତି, ମୁଁ ଇନ୍ଦିରା ଜୀଙ୍କର ବୋହୂ ଓ କାହାକୁ ଭୟ କରେ ନାହିଁ । ତାମିଲନାଡୁ କଂଗ୍ରେସ କମିଟି ସେୟାର କରିଥିବା ଏହି ଭିଡିଓରେ କଂଗ୍ରେସ ନେତା କେ.ସି ଭେନୁଗୋପାଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗୁରୁବାର ଦିନ ପଚରାଉଚରା ପାଇଁ ବାହାରିଥିବା ସୋନିଆ ଗାନ୍ଧୀଙ୍କ ସହ ପୁଅ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଅଛନ୍ତି ।

ଏକାଠି ହୋଇଛନ୍ତି ବିରୋଧୀ
ଗୁରୁବାର ଦିନ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି । ଗୁରୁବାର ଦିନ ଶିବସେନା ସମେତ ପ୍ରାୟ ୧୦ ଟି ଦଳ ପକ୍ଷରୁ ଏକ ବୟାନ ଜାରି କରାଯାଇଛି, ଯେଉଁଥିରେ ସରକାରଙ୍କ ବିରୋଧରେ ସାମୂହିକ ଲଢେଇକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି । ଏଥିରେ CPI (M), VCK, TRS, NCP, ଶିବସେନା, RJD, CPI, IUML, RSP, DMK ଭଳି ଦଳର ନେତାମାନେ ଦସ୍ତଖତ କରିଛନ୍ତି ।

ସୋନିଆ ଗାନ୍ଧୀଙ୍କୁ ପୂର୍ବରୁ ଜୁନ୍ ୨୩ ରେ ED ଦ୍ୱିତୀୟ ସମନ ଦେଇଥିଲେ, କିନ୍ତୁ COVID-19 ଓ ଫୁସଫୁସ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ସେହି ଦିନ ED ପାଖରେ ଉପସ୍ଥିତ ହୋଇପାରିନଥିଲେ । ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା । କଂଗ୍ରେସ ସଭାପତିଙ୍କୁ ପ୍ରଥମେ ଜୁନ୍ ୮ ରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ କୋରୋନା ଭାଇରସରେ ସଂକ୍ରମିତ ହେବା ପରେ ଜୁନ୍ ୨୩ ରେ ହାଜର ହେବାକୁ ପୁଣି ଥରେ ତାଙ୍କୁ ଡକାଯାଇଥିଲା ।

ଇଡି ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାନ ମାମଲାରେ ଲଗାତାର ପାଞ୍ଚ ଦିନ ଧରି ପଚରାଉଚରା କରିଥିଲା । ଏହି ଅନୁସନ୍ଧାନ ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକ ଥିବା କଂଗ୍ରେସ-ପ୍ରୋତ୍ସାହିତ ୟଙ୍ଗ ଇଣ୍ଡିଆନ୍ ପିଭି ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତା ସମ୍ବନ୍ଧୀୟ ଅଟେ ।

ଏହା ବି ପଢ଼ନ୍ତୁ: କିଏ ଦେବ କ୍ଷତିପୂରଣ? ଅଗ୍ନିପଥ ଆନ୍ଦୋଳନ ଯୋଗୁଁ ଜାଳିଗଲା ରେଲୱେର ୨୫୯ କୋଟି ଟଙ୍କାର ସମ୍ପତ୍ତି