ଯୁବତୀକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଲେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର
Advertisement

ଯୁବତୀକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଲେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର

ଗୋମତିନଗର ଲକ୍ଷ୍ନୌର ଏପରି ଏକ ଅଞ୍ଚଳ, ଯାହା ଭ୍ରମଣ ପାଇଁ ସର୍ବଦା ଲୋକଙ୍କ ପ୍ରଥମ ପସନ୍ଦ ରହିଆସିଛି । ଏଥିପାଇଁ ଏହି କ୍ଷେତ୍ରରେ ୟୁଥ୍ ଓ ଦମ୍ପତି ଭରି ରହିଥାଏ । 

ଯୁବତୀକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଲେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ସପ୍ତାହ (Valentine Week) ର ରୋମାଣ୍ଟିକ୍ ପରିବେଶରେ ସମସ୍ତ ପ୍ରେମୀ ଯୁଗଳ ବିଭିନ୍ନ ଉପାୟରେ ନିଜ ପ୍ରେମକୁ ପ୍ରକାଶ କରନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ (Lucknow) ର ଗୋମତିନଗର ଛକରେ ଏଭଳି ପୋଷ୍ଟର ଲଗାଯାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରାସ୍ତାରେ ଲାଗିଥିବା ଏହି 'Siddhi Hates Shiva' ପୋଷ୍ଟର ଦେଖି ଲାଗୁଛି ଯେ କୌଣସି ଝିଅଙ୍କୁ ନିଶ୍ଚିତ ଭାବରେ ପ୍ରେମରେ ଧୋକା ମିଳିଛି । ପୋଷ୍ଟର ଦେଖି ଏହା ଅନୁମାନ କରାଯାଇପାରେ ଯେ ଝିଅ ସହିତ କେହି ପ୍ରତାରଣା କରିଛନ୍ତି । ଠିକ୍ ସେତିକିବେଳେ 'ଶିବା' କୁ ଘୃଣା କରୁଥିବା 'ସିଦ୍ଧି' ନିଜର କ୍ରୋଧକୁ ଏହି ଉପାୟରେ ବାହାର କରିଛନ୍ତି । ଝିଅଟି ନିଜ ପ୍ରେମିକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବାର ଏକ ନୂଆ ଉପାୟ ବାହାର କରିଛି ।

ଅଧିକ ପଢ଼ନ୍ତୁ:-ବୈଜ୍ଞାନିକଙ୍କ ଚେତାବନୀ, ଖୁବ୍ ଶୀଘ୍ର ସାରା ଦୁନିଆରେ ତାଣ୍ଡବ କରିବ କୋରୋନାର ନୂଆ ମାରାତ୍ମକ ରୂପ!

ଗୋମତିନଗର ଲକ୍ଷ୍ନୌର ଏପରି ଏକ ଅଞ୍ଚଳ, ଯାହା ଭ୍ରମଣ ପାଇଁ ସର୍ବଦା ଲୋକଙ୍କ ପ୍ରଥମ ପସନ୍ଦ ରହିଆସିଛି । ଏଥିପାଇଁ ଏହି କ୍ଷେତ୍ରରେ ୟୁଥ୍ ଓ ଦମ୍ପତି ଭରି ରହିଥାଏ । ଏପରି ଏକ ସ୍ଥାନରେ ଲୋକମାନେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଏହି ପୋଷ୍ଟର ପଛରେ ଲୁଚି ରହିଥିବା କାହାଣୀ ଓ ଏହାର କାରଣ ଜାଣିବାକୁ ଉତ୍ସାହିତ ମଧ୍ୟ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ଏହି ପୋଷ୍ଟର କିଏ ଲଗାଇଛନ୍ତି ଏବଂ ସେ ଏହା କାହିଁକି କରୁଛନ୍ତି, ଏହା ପଛର କାରଣ କ’ଣ? ସହରରେ ଲଗାଯାଇଥିବା ଏହି ପୋଷ୍ଟରଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା

ଲୋକମାନେ ଏହି ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ମଜା ନେଉଛନ୍ତି । ଶିବା ଏପରି କ'ଣ କରିଦେଇଛନ୍ତି ଯେ ସିଦ୍ଧି ତାଙ୍କୁ ଘୃଣା କରୁଛନ୍ତି ଓ ଆଉ ଏତେଗୁଡ଼ିଏ ପୋଷ୍ଟର ମଧ୍ୟ ଛକ ଉପରେ ଲଗାଯାଇଛି, ଯାହା ବର୍ତ୍ତମାନ ହେଡଲାଇନ ସୃଷ୍ଟି କରୁଛି । ପୋଷ୍ଟର ଉପରେ ଲେଖା ଅଛି, 'ସିଦ୍ଧି ହେଟ୍ସ ଶିବା' ଅର୍ଥାତ୍ ସିଦ୍ଧି ଶିବଙ୍କୁ ଘୃଣା କରେ । ଲୋକମାନେ ଏହିପରି ପୋଷ୍ଟର ଦେଖି ଚକିତ ହେବା ସହିତ ମଜା ମଧ୍ୟ ନେଉଛନ୍ତି ।