ବିବାଦ ମଧ୍ୟରେ ଉତ୍ତେଜନା ଜାରି, ୪ ଦିନ ପାଇଁ ଲାଗିଲା କର୍ଫ୍ୟୁ; ବନ୍ଦ ହେଲା ଇଣ୍ଟରନେଟ ସେବା
Advertisement

ବିବାଦ ମଧ୍ୟରେ ଉତ୍ତେଜନା ଜାରି, ୪ ଦିନ ପାଇଁ ଲାଗିଲା କର୍ଫ୍ୟୁ; ବନ୍ଦ ହେଲା ଇଣ୍ଟରନେଟ ସେବା

ହିଂସାତ୍ମକ ଘଟଣା ଘଟିବା ପରେ ୧୪୪ ଧାରା ଲାଗୁ କରାଯିବା ସହ ୪ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆବଶ୍ୟକ ହେଲେ ଅଧିକ ବଳ ପ୍ରୟୋଗ କରାଯିବ ବୋଲି ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି।

ବିବାଦ ମଧ୍ୟରେ ଉତ୍ତେଜନା ଜାରି, ୪ ଦିନ ପାଇଁ ଲାଗିଲା କର୍ଫ୍ୟୁ; ବନ୍ଦ ହେଲା ଇଣ୍ଟରନେଟ ସେବା

ଅମରବତୀ: ତ୍ରିପୁରା ଠାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ, ମାଲେଗାଓଁ, ନାନ୍ଦେଡ଼ ଠାରେ ଆୟୋଜିତ ହୋଇଥିବା ବିରୋଧ ପ୍ରଦର୍ଶନ ରାଲି ସମୟରେ ହିଂସାତ୍ମକ ଘଟଣା ଘଟିଛି। ଏହାର ପ୍ରତିବାଦରେ ଗତକାଲି ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।  

ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଅମରାବତୀରେ ୪ ଦିନ ପାଇଁ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଅନ୍ୟପଟେ ମାଲେଗାଓଁ ଏବଂ ନାନ୍ଦେଡ଼ ଠାରେ ଯଦିଓ ଉତ୍ତେଜନା ଲାଗି ରହିଛି ହେଲେ ସେଠାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି।

କ୍ରମାଗତ ଦ୍ୱିତୀୟ ଦିନରେ ଅମରାବତୀ ଠାରେ ଉତ୍ତେଜନା ଜାରି ରହିଛି। ରବିବାର ବିଜେପି ପକ୍ଷରୁ ଜିଲ୍ଲାର ଗ୍ରାମାଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ବିରୋଧ ପ୍ରଦର୍ଶନ ବେଳେ ଭଙ୍ଗାରୁଜା କରାଯିବା ସହ ଦୋକାନରେ ନିଆଁ ଲଗାଇ ଦିଆଯାଇଛି। ପ୍ରଶ୍ନ ଉଠୁଛି ତ୍ରିପୁରା ନାମରେ ଅମରାବତୀ ଜାଳିବାକୁ କିଏ ଷଡଯନ୍ତ୍ର କରୁଛି। ହିଂସାତ୍ମକ ଘଟଣା ଘଟିବା ପରେ ୧୪୪ ଧାରା ଲାଗୁ କରାଯିବା ସହ ୪ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମହାରାଷ୍ଟ୍ର ପୋଲିସ ଡିଜି ସଞ୍ଜୟ ପାଣ୍ଡେ କହିଛନ୍ତି ଆବଶ୍ୟକ ହେଲେ ଅଧିକ ବଳ ପ୍ରୟୋଗ କରାଯିବ।

Also Read: ହିଂସାକାଣ୍ଡରେ ଥରହର ଅମରାବତୀ, BJP କର୍ମକର୍ତ୍ତାଙ୍କ ଉପରେ ଲାଠିଚାର୍ଜ, ସରଗରମ ରାଜନୀତି

ତ୍ରିପୁରା ହିଂସା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ବେଳେ ଦଙ୍ଗା ଭିଆଇବା ପାଇଁ ଇସଲାମୀୟ ସଙ୍ଗଠନ ରାଜା ଏକାଡେମୀ ପକ୍ଷରୁ ଦଙ୍ଗା ଭିଆଇବା ପାଇଁ ଷଡଯନ୍ତ୍ର କରାଯାଉଥିବା ମହାରାଷ୍ଟ୍ର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି ଏହି ସଂସ୍ଥା ବିରୁଦ୍ଧରେ ଏଫଆଇଆର ଦାଏର କରାଯାଇଛି। ଏନେଇ ପ୍ରତିକ୍ରିୟା ରଖି ନାସିକ୍ ଏସପି ସଚିନ ପାଟିଲ କହିଛନ୍ତି ରାଜା ଏକାଡେମୀ ତଥା ଅନ୍ୟାନ୍ୟ ସଙ୍ଗଠନ ବିରୁଦ୍ଧରେ ଭଙ୍ଗାରୁଜା କରିବା ଘଟଣାରେ ଏପର୍ଯ୍ୟନ୍ତ ୫ଟି ମାମଲା ଦାଏର କରାଯିବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି।

ମହାରାଷ୍ଟ୍ର ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗରେ କୁହାଯାଇଛି ରାଜ୍ୟରେ ରହୁଥିବା ହିନ୍ଦୁଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ଏ କ୍ଷେତ୍ରରେ ରାଜ୍ୟ ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଛନ୍ତି। ତ୍ରିପୁରା ଠାରେ ହୋଇଥିବା କଥିତ ହିଂସା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରାଯିବା ସମୟରେ କେବଳ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯାଉଛି। ଏହା ସହିତ କୁହାଯାଇଛି ଯଦି ସେମାନେ ମହାରାଷ୍ଟ୍ରରେ ରହିବାକୁ ଚାହାଁନ୍ତି ତାହେଲେ ସେମାନଙ୍କୁ ଭୟରେ ବଞ୍ଚିବାକୁ ହେବ।

ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସାତ୍ମକ ଘଟଣାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ଗତ ଶୁକ୍ରବାର ମୌଳିବାଦୀ ଧର୍ମ ଦେଖି ବିରୋଧ ପ୍ରଦର୍ଶନ ନାଁରେ ଦୋକାନ ଭଙ୍ଗାରୁଜା କରିଥିଲେ। ଅନ୍ୟପଟେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କହିଛନ୍ତି ଯେ ତ୍ରିପୁରା ହିଂସା ​ଏବଂ ସିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭିଙ୍କ ପୁସ୍ତକକୁ ନେଇ ଦେଶ ସମେତ ରାଜ୍ୟ ବନ୍ଦ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା।  ବିରୋଧ ପ୍ରଦର୍ଶନ ସମୟରେ ରାଜ୍ୟର ତିନୋଟି ସ୍ଥାନରେ ହିଂସାକାଣ୍ଡ ହୋଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଯାଇଛି। 

Also Read: ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି

ତ୍ରିପୁରା ଠାରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏନେଇ କୁହାଯାଇଛି ଏଠାକାର ଗୋମତି ଜିଲ୍ଲାରେ ଏକ ମସଜିଦକୁ ଧ୍ୱଂସ କରାଯିବା ସହ ଭଙ୍ଗାରୁଜା କରାଯାଇଥିବା ନେଇ ସୋସିଆଲ ମିଡି଼ଆ ଜରିଆରେ ମିଥ୍ୟା ଖବର ପ୍ରଚାର କରାଯାଉଛି। ଏ ଘଟଣାରେ ତଥ୍ୟକୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଉଛି। ନିକଟ ଅତୀତରେ ଏହି ରାଜ୍ୟରେ କୌଣସି ମସଜିଦ ଭଙ୍ଗାଯାଇନାହିଁ। 

ରାଜ୍ୟରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା (Tripura Anti Muslin Violence) ଘଟଣାରେ ଅଭିଯୋଗ ଆଣି ତ୍ରିପୁରା ସରକାରଙ୍କ (Tripura Govt) ପକ୍ଷରୁ କୁହାଯାଇଥିଲା କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଲୋକ ଗତ ଅକ୍ଟୋବର ୨୬ ତାରିଖରେ ଘଟିଥିବା ଘଟଣା ପରେ ସାମାଜିକ ଗଣମାଧ୍ୟମରେ ଜଳୁଥିବା ମସଜିଦର ନକଲି ଚିତ୍ର ଅପଲୋଡ୍ କରି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରଶାସନ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଥିଲେ। ଚଳିତ ବର୍ଷ ବାଂଲାଦେଶ ଠାର ଦୁର୍ଗା ପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁ (Violence Against Bangladeshi Hindu) ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ହିଂସା ଘଟଣା ଖବର ସାମ୍ନାକୁ ଆସିବା ପରେ ଏହି ପୂର୍ବୋତ୍ତର ରାଜ୍ୟରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ହିଂସାତ୍ମକ ଘଟଣା ଘଟିଥିଲା।