ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି
Advertisement
Article Detail0/zeeodisha/odisha1026856

ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି

ତ୍ରିପୁରା ଠାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୁଦ୍ଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। 

ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି

ମୁମ୍ବାଇ: ତ୍ରିପୁରା ଠାରେ ମୁସଲମାନଙ୍କ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା ବିରୁଦ୍ଧରେ ମହାରାଷ୍ଟ୍ରରେ ଆୟୋଜିତ ହୋଇଥିବା ବିରୋଧ ପ୍ରଦର୍ଶନ ରାଲି ସମୟରେ ପଥର ଫିଙ୍ଗାଯିବା ଘଟଣାରେ ପୋଲିସ ୨୦ ମାମଲା ରୁଜୁ କରିବା ସହ ୨୦ ଜଣଙ୍କୁ ଅଟକ ରଖିଛି। ଏହି ଘଟଣାରେ ୧୦ ପୋଲିସ ସମେତ ୧୦ ଜଣରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। 

ତ୍ରିପୁରା ଠାରେ ମୁସଲମାନଙ୍କ ଉପରେ ହୋଇଥିବା ଏହି ହିଂସାର (Tripura Anti Muslin Violence) ପ୍ରତିବାଦରେ ମହାରାଷ୍ଟ୍ରର (Maharashtra) ନାସିକ (Nashik), ଅମରାବତୀ (Amaravati), ନାନ୍ଦେଡ (Nanded), ମାଲେଗାଓଁ (Malegaon) ପ୍ରଭୃତି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ରାଲି ବେଳେ ପ୍ରଦର୍ଶନକାରୀଙ୍କ ପକ୍ଷରୁ ପୋଲିସ ଉପରକୁ ପଥର ଫିଙ୍ଗାଯାଇଥିଲା। ଏହାକୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ସ୍ଥିତ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା। ହିଂସାକାଣ୍ଡରେ ଦୋକାନ, ଗାଡି ପ୍ରଭୃତି କ୍ଷତିଗ୍ରସ୍ତ ହୋଇଛି।  

ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସା କାରଣରୁ ନାନ୍ଦେଡ଼ ଠାରେ ୮ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିରୋଧ ପ୍ରଦର୍ଶନ ବେଳେ ପଥର ଫିଙ୍ଗା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି। 

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଗତ ଶୁକ୍ରବାର ମୁସଲମାନ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଥିବା ବିରୋଧି ପ୍ରଦର୍ଶନ ରାଲିରେ ହୋଇଥିବା ପଥର ଫିଙ୍ଗା ଘଟଣା ମୁଖ୍ୟତଃ ଅମରାବତୀ, ନାନ୍ଦେଡ, ମାଲେଗାଓଁ ପ୍ରଭୃତି ସ୍ଥାନରେ ହୋଇଛି। ଅମରାବତୀ ସହର ଠାରେ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ବାହାରେ ପ୍ରାୟ ୮ ହଜାର ଲୋକ ଏକାଠି ହୋଇଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ଏହି ସ୍ମାରକପତ୍ର ଜରିଆରେ  ଦାବି କରାଯାଇଥିଲା। 

ଯେତେବେଳେ ପ୍ରଦର୍ଶନକାରୀ  ସ୍ମାରକପତ୍ର ପ୍ରଦାନ କରିବା ପରେ ବାହାରକୁ ଯାଉଥିଲେ ସେତେବେଳେ ଚିତ୍ରା ଚୌକ୍ ଏବଂ କପଡା ମାର୍କେଟ ମଧ୍ୟରେ ତିନୋଟି ସ୍ଥାନରେ ପଥର ଫିଙ୍ଗିବା ଘଟଣା ଘଟିଥିଲା। ଏନେଇ କୁହାଯାଇଛି ତ୍ରିପୁରା ଠାରେ ମୁସଲମାନଙ୍କ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସା ବିରୁଦ୍ଧରେ ମାଲେଗାଓଁ ଠାରେ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ବିବାଦ ଉପୁଜିଥିଲା। 

Also Read: Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର

ପୋଲିସ କହିବା ଅନୁସାରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ସ୍ଥାନୀୟ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରି ଫେରୁଥିଲେ। ଯେତେବେଳେ ସେମାନେ କପଡା ନଗର ନୂତନ ବସ୍ ଷ୍ଟାଣ୍ଡ ଠାରେ ପହଞ୍ଚିବା ପରେ ପଥର ଫିଙ୍ଗା ଘଟଣା ଘଟିଥିଲା। ମାଲେଗାଓଁ ଠାରେ ଶୁକ୍ରବାର ଦ୍ୱିପ୍ରହର ସମୟରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ଼ ହୋଇଥିଲା। 

ଏହି ଘଟଣାରେ ପୋଲିସ ଦଙ୍ଗା ସମେତ ବିଭିନ୍ନ ଅଭିଯୋଗରେ ୧୧ ମାମଲା ଦାଏର କରିବା ସହ ୧୦ ଲୋକଙ୍କୁ ଗିରଫ କରିଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅମରବତୀ ଠାରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି।  

ଅନ୍ୟପଟେ ମାଲେଗାଓଁ ଠାରେ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ ପ୍ରାଥମିକ ମାମଲା ରୁଜୁ କରାଯାଇଛି ଏବଂ ୧୦ ଲୋକଙ୍କୁ ଗିରଫ କରାଯାଇଛି। ସେହିପରି ନାନ୍ଦେଡ ଠାରେ ୮ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ କୁହାଯାଇଛି  

Also Read: ପିଏଫଆଇ ଉପରେ ସରକାର ଲଗାଇବେ ପ୍ରତିବନ୍ଧକ: କେଶବ ପ୍ରସାଦ

ତ୍ରିପୁରା ଠାରେ ମୁସଲମାନ ସମ୍ପ୍ରଦାୟ (Muslim Community) ବିରୋଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା (Tripura Communal Violence) ବିରୁଦ୍ଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଅନ୍ୟପକ୍ଷେ ମୁସଲିମ ସଙ୍ଗଠନ ରାଜା ଏକାଡେମୀ (Raza Academy) ତ୍ରିପୁରା ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଏବଂ କ୍ଷତିଗ୍ରସ୍ତ ମସଜିଦ ପୁନଃନିର୍ମାଣ ଦାବିରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାୟାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି।