ବଜେଟ ପାଇଁ ଆପ: ଡାଉନଲୋଡ଼ କରନ୍ତୁ, ବଜେଟକୁ ବୁଝନ୍ତୁ
Advertisement
Article Detail0/zeeodisha/odisha839379

ବଜେଟ ପାଇଁ ଆପ: ଡାଉନଲୋଡ଼ କରନ୍ତୁ, ବଜେଟକୁ ବୁଝନ୍ତୁ

ଡାଉନଲୋଡ କରନ୍ତୁ, ବଜେଟକୁ ବୁଝନ୍ତୁ ।

ବଜେଟ ପାଇଁ ଆପ: ଡାଉନଲୋଡ଼ କରନ୍ତୁ, ବଜେଟକୁ ବୁଝନ୍ତୁ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ଚଳିତ ବର୍ଷର ପ୍ରଥମ ବଜେଟ (Budget 2021) । ତେବେ ଏହି ବଜେଟ ସମ୍ପୂର୍ଣ୍ଣ ଭାବେ ପେପରଲେସ ହେବାକୁ ଯାଉଛି । ଫଳରେ ସାଂସଦମାନେ ଏହି ବଜେଟର ପ୍ରତିଟି ପୃଷ୍ଠାକୁ ନିଜ ମୋବାଇଲେ ଦେଖିପାରିବେ ।ଏଥିପାଇଁ ଏକ ସ୍ୱତନ୍ତ୍ର ଆପର ବ୍ୟବସ୍ଥା ହୋଇଥିବା ନେଇ ଜଣାପଡ଼ିଛି । 

କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ବଜେଟ ଦସ୍ତାବିଜ ଗୁଡ଼ିକ ଛପା ଯାଇନାହିଁ । ଫଳରେ ସେଗୁଡ଼ିକ ସହଜରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଆପର ବ୍ୟବସ୍ଥା କରାଯାଇଛି । ସାଂସଦ ମାନେ ଦିଆଯାଇଥିବା ଲିଙ୍କରୁ ଏହି ଆପକୁ ଡାଉନଲୋଡ଼ କରିପାରିବେ । କେବଳ ସାଂସଦମାନେ ନୁହଁନ୍ତି, ସାଧାରଣ ଲୋକ ମଧ୍ୟ ଏହି ଆପକୁ ଡାଉନଲୋଡ଼ କରି ବଜେଟ ସମ୍ପର୍କିତ ତଥ୍ୟ ହାସଲ କରିପାରିବେ । 

ଅଧିକ ପଢନ୍ତୁ: Union Budget 2021: କୋରୋନା ଆକ୍ରାନ୍ତଙ୍କୁ ହୋଇପାରେ ଆୟକର ଛାଡ

କେଉଁଠାରୁ ଓ କିପରି ଡାଉନଲୋଡ଼ କରିବେ
ଏହି ଆପକୁ ଆପଣମାନେ ଅର୍ଥମନ୍ତ୍ରଣାଳୟ ଓ୍ୱେବସାଇଟକୁ ଯାଇ ଡାଉନଲୋଡ଼ କରିପାରିବେ । ଅର୍ଥ ମନ୍ତ୍ରଣାଳୟର ଓ୍ୱେବସାଇଟ https://www.indiabudget.gov.in/ରୁ ଏହି ଆପକୁ ଡାଉନଲୋଡ଼ କରିପାରିବେ । ସେହିପରି ଆଣ୍ଡ୍ରଏଡ଼ ଓ iOS ପ୍ଲାଟଫର୍ମ ପାଇଁ ମଧ୍ୟ ଏହା ଉପଲବ୍ଧ ହେଉଛି। ଗୁଗୁଲ ପ୍ଲେଷ୍ଟୋରରୁ https://play.google.com/store/apps/details?id=com.nic.unionbudget ଲିଙ୍କରେ କ୍ଲିକ କରି ଆପଣ ଏହି ଆପକୁ ଡାଉନଲୋଡ଼ କରିପାରିବେ । ସେହିପରି Apple Aap ଷ୍ଟୋରରୁ https://apps.apple.com/us/app/union-budget-app/id1548425364 ଲିଙ୍କରେ କ୍ଲିକ କରି ଡାଉନଲୋଡ଼ କରିପାରିବେ ।