କୋରୋନା ସଂକ୍ରମଣକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ
Advertisement

କୋରୋନା ସଂକ୍ରମଣକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ଆରଟି ପିସିଆର ପରୀକ୍ଷା କରିବା ପରେ ମଧ୍ୟ ଆପଣ କୋରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

କୋରୋନା ସଂକ୍ରମଣକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ଭଦୋଦରା: ବିଶ୍ୱ ମହାମାରୀ କୋରୋନାର ମୁକାବିଲା ଲାଗି ଭିନ୍ନ ଭିନ୍ନ ସ୍ତରରେ ପ୍ରୟାସ ରଖିଛନ୍ତି ବିଭିନ୍ନ ଦେଶ। ଟିକାକରଣ ସହିତ କୋଭିଡ୧୯ ପରୀକ୍ଷା ମାଧ୍ୟମରେ କୋରୋନା ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦେଶ। ହେଲେ ସଦ୍ୟ କୋରୋନା ଉପରେ ହୋଇଥିବା ଗବେଷଣାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।   

ଏନେଇ ହୋଇଥିବା ପରୀକ୍ଷାରୁ ଜଣାପଡିଛି ଯଦି ଆପଣ ରାପିଡ ଆଣ୍ଟିଜେନ ଟେଷ୍ଟିଂ-ଆରଏଟି (Rapid Antigen Testing-RAT) କିମ୍ବା ଆରଟି ପିସିଆର (RT PCR) ପଲିମରସ ଚେନ ରିଆକସନ-ପିସିଆର (Polymerase Chain Reaction-PCR) ପରୀକ୍ଷା କରିବା ପରେ ଆପଣଙ୍କ ରିପୋର୍ଟ କୋଭିଡ୧୯ ନେଗେଟିଭ (Covid19 Negetive) ଆସିଛି ତାହେଲେ ଆପଣ କୋରୋନା ଦ୍ୱାରା ଆକ୍ରାନ୍ତ (Corona Positive) ହେବାର ସମ୍ଭାବନା ରହିଛି।

ଗୁଜୁରାଟସ୍ଥିତ (Gujrat) ଭଦୋଦର ମହାନଗର ନିଗମ-ଭିଏମସି (Vadodara Municpal Corporation-VMC) ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଅନେକ ଲୋକ ଆରଟି ପିସିଆର ପରୀକ୍ଷା କରିବା ପରେ କୋଭିଡ୧୯ ନେଗେଟିଭ ବାହାରିଛନ୍ତି ହେଲେ ପରେ ହୋଇଥିବା ସିଟି ଏଚଆରସିଟି (CT HRCT) ପରୀକ୍ଷାରୁ ସେମାନଙ୍କ ପୁସଫୁସ ସଂକ୍ରମିତ ହୋଇଥିବା ଜଣାପଡିଛି। 

Also Read: କୋରୋନା ଟିକା ନେଲେ ମିଳୁଛି ସୁନା ଉପହାର

 

ନୂଆ କୋରୋନା ଷ୍ଚ୍ରେନ (Corona Strain) ପ୍ରକୋପକୁ ନଜରରେ ରଖି ଭିଏମସି ପକ୍ଷରୁ ନୋଟିସ ଜାରି ହୋଇଛି। ଏନେଇ କୁହାଯାଇଛି କୋରୋନା ଚିକିତ୍ସା ପାଇଁ ଆରଟି ପିସିଆର ପରୀକ୍ଷା ମାଧ୍ୟମରେ କୋଭିଡ୧୯  ରିପୋର୍ଟ ପଜିଟିଭ ଆସିବା ବାଧ୍ୟତାମୂଳକ ନୁହେଁ ହେଲେ ନୂଆ ଷ୍ଟ୍ରେନ ଆସିବା ପରେ ଅନେକ ସମୟରେ ଆବଶ୍ୟକତା ଥାଉ କିମ୍ବା ନଥାଉ ସେମାନଙ୍କୁ କୋରୋନା ଆକ୍ରାନ୍ତ ଭାବେ ଚିକିତ୍ସିତ କରାଯାଉଛି। ଯଦିଓ ଲୋକେ ଆରଟି ପିସିଆର ପରୀକ୍ଷାରୁ କୋରୋନାରେ ଆକ୍ରାନ୍ତ ହୋଇନଥିବା ନେଇ ଜଣାପଡୁଛି ହେଲେ ସିଟି ଏଚଆରସିଟି ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କୁ କୋରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିବା ଚିକିତ୍ସା ପ୍ରଦାନ  କରାଯାଉଛି।  

Also Read: କୋରୋନାର ନୂଆ ଷ୍ଟ୍ରେନ, ଆତଙ୍କ ଖେଳାଉଛି ନୂଆ ଲକ୍ଷଣ

 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଭଦୋଦରାସ୍ଥିତ ଏକ ଘରୋଇ ଚିକିତ୍ସାଳୟର ଡାକ୍ତର ହିତେନ କାରେଲିୟା କହିଛନ୍ତି  ଆରଟିପିସିଆରଲ ପରୀକ୍ଷାରୁ ଅନେକ ଲୋକଙ୍କ ରିପୋର୍ଟ କୋରନା ନେଗେଟିଭ ଆସୁଛି ହେଲେ ରେଡିଓଲୋଜିକାଲ୍ ପରୀକ୍ଷାରେ (Radiological Test) ସେମାନଙ୍କୁ ଚିକିତ୍ସାଳୟରେ ରଖିବା ଆବଶ୍ୟକ ହୋଇପଡୁଛି।  ଯଦି କୌଣସି ଲୋକର ସିଟି ସ୍କାନ ରିପୋର୍ଟ (CT Scan Report) ୨୫ରୁ ୧୦ ଆସୁଛି ତାହେଲେ ଏହା ଧରିନେବାକୁ ହେବ ସେ ଲୋକର ଫୁସଫୁସ ସଂକ୍ରମିତ ହୋଇସାରିଛି। 

ଏବେ ଆମେ ଦେଖିବାକୁ ପାଉଛୁ ଅନେକ ଲୋକଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ କିମ୍ବା ସାଧାରଣ ଜ୍ୱର ରହିଛି  କିମ୍ବା ତାଙ୍କୁ ଦୁର୍ବଳ ଲାଗୁଛି ହେଲେ ତାଙ୍କର ଫୁସଫୁସ ଶୀଘ୍ର ସଂକ୍ରମିତ ହେବାରେ ଲାଗିଛି। ବର୍ତ୍ତମାନ  କୌଣସି କୋରୋନା ସଦିଗ୍ଧକୁ ଛାତିର ସିଟି ସ୍କାନ ପରୀକ୍ଷା କରିବା ପରିବର୍ତ୍ତେ ବର୍ତ୍ତମାନ ପ୍ରକୋପ ବଢାଇଥିବା କୋରୋନା ଷ୍ଟ୍ରେନକୁ ନଜରରେ ରଖି ଆରଟି ପିସିଆର କିମ୍ବା ଏଚଆରସିଟି ପରୀକ୍ଷା କରିବା ଲାଗି କହୁଥିବା କହିଛନ୍ତି ଡାକ୍ତର କାରେଲିୟା। 

Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ରାଜକୋଟ ଠାରେ ଏପରି ସମାନ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ପରୀକ୍ଷାରୁ କରାଯିବାରୁ ଲୋକେ କୋରୋନୋ ନେଗେଟିଭ ବୋଲି ଜଣାପଡୁଛି ହେଲେ ସିଟି ସ୍କାନା ପରୀକ୍ଷାରୁ ସେମାନେ ନିମୋନିଆ ଆକ୍ରାନ୍ତ ହୋଇଥିବା ଜଣାପଡୁଛି।