ଚୀନକୁ ଡରୁଛି ଆମେରିକା! ଆମେରିକୀୟ ସଂସଦର ବାଚସ୍ପତିଙ୍କ ବିମାନ ଉପରେ ଆକ୍ରମଣ କରିପାରେ ଡ୍ରାଗନ୍
Advertisement

ଚୀନକୁ ଡରୁଛି ଆମେରିକା! ଆମେରିକୀୟ ସଂସଦର ବାଚସ୍ପତିଙ୍କ ବିମାନ ଉପରେ ଆକ୍ରମଣ କରିପାରେ ଡ୍ରାଗନ୍

Nancy Pelosi Taiwan Visit: କୌଣସି ଆମେରିକୀୟ ନେତାଙ୍କ ବିଦେଶ ଗସ୍ତ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିନ୍ତୁ ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ (Nancy Pelosi Taiwan Visit) ମାମଲା ସମ୍ପୂର୍ଣ୍ଣ ଭିନ୍ନ । ୧୯୯୭ ପରଠାରୁ ପ୍ରଥମ ଥର ପାଇଁ ଆମେରିକାର ଜଣେ ନିର୍ବାଚିତ ପ୍ରତିନିଧୀ ତାଇୱାନ ଗସ୍ତ କରୁଛନ୍ତି ।

ଚୀନକୁ ଡରୁଛି ଆମେରିକା! ଆମେରିକୀୟ ସଂସଦର ବାଚସ୍ପତିଙ୍କ ବିମାନ ଉପରେ ଆକ୍ରମଣ କରିପାରେ ଡ୍ରାଗନ୍

ନୂଆଦିଲ୍ଲୀ: Nancy Pelosi Taiwan Visit: ଗତ କିଛି ବର୍ଷ ଧରି ଆମେରିକା (US) ଓ ଚୀନ (China) ମଧ୍ୟରେ ତିକ୍ତତା ବଢ଼ି ଚାଲିଛି । ଆଗାମୀ ଦିନରେ ଏଥିରେ ଆହୁରି ବୃଦ୍ଧି ଦେଖାଦେଇପାରେ । ଆମେରିକାର ସଂସଦର ବାଚସ୍ପତି (US House Speaker) ନାନସୀ ପେଲୋସି (Nancy Pelosi) ଆସନ୍ତା ମାସରେ ତାଇୱାନ ଗସ୍ତ କରିବେ । ଏ ସମ୍ପର୍କରେ ଆମେରିକାର ସେନା ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ନାନସୀ ପେଲୋସିଙ୍କ ବିମାନ ଉପରେ ଚୀନ ଆକ୍ରମଣ କରିପାରେ । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଆମେରିକା ସେନା (US Army) ପ୍ରସ୍ତୁତି ଆରମ୍ଭ କରିଛି । ଆମେରିକାର ସାମରିକ ଜାହାଜ ଓ ଯୁଦ୍ଧ ବିମାନ ଭାରତ-ପ୍ରଶାନ୍ତ ମହାସାଗରରେ ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ସମୟରେ ଆଲର୍ଟରେ ରହିବେ । ଆମେରିକାର ଅଧିକାରୀମାନେ ଏହା ଉପରେ ବିସ୍ତୃତ ଭାବେ କହି ନାହାଁନ୍ତି, କିନ୍ତୁ ଯୁଦ୍ଧ ବିମାନ, ଜାହାଜ, ସିସିଟିଭି ସିଷ୍ଟମ ଏବଂ ଅନ୍ୟାନ୍ୟ ସାମରିକ ପ୍ରଣାଳୀକୁ ଆଲର୍ଟ ରଖାଯିବ ବୋଲି କହିଛନ୍ତି ।

କୌଣସି ଆମେରିକୀୟ ନେତାଙ୍କ ବିଦେଶ ଗସ୍ତ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିନ୍ତୁ ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ (Nancy Pelosi Taiwan Visit) ମାମଲା ସମ୍ପୂର୍ଣ୍ଣ ଭିନ୍ନ । ୧୯୯୭ ପରଠାରୁ ପ୍ରଥମ ଥର ପାଇଁ ଆମେରିକାର ଜଣେ ନିର୍ବାଚିତ ପ୍ରତିନିଧୀ ତାଇୱାନ ଗସ୍ତ କରୁଛନ୍ତି । ଚୀନ (China) ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓ ଆମେରିକା (America) କୁ ଭୟଙ୍କର ପରିଣାମ ଭୋଗିବାର ଚେତାବନୀ ଦେଇଥିଲା । ଆମେରିକାର ଜେନେରାଲ ମାର୍କ ମିଲି କହିଛନ୍ତି ଯେ, ନାନସୀ ପେଲୋସିଙ୍କ ଗସ୍ତ ବିଷୟରେ କିଛି କହିବା ଶୀଘ୍ରତା ହେବ । କିନ୍ତୁ ଯଦି ସେ ଯାଆନ୍ତି, ତେବେ ସେନା ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯିବ ଓ ଆବଶ୍ୟକ ସୁରକ୍ଷା ଦିଆଯିବ ।

ସ୍ୱାଧୀନ ତାଇୱାନକୁ ଚୀନ ନିଜର ଏକ ଅଂଶ ବୋଲି ଦାବି କରିଆସୁଛି । ଅନେକ ଥର ଚୀନ ସୈନ୍ୟବଳରେ ତାଇୱାନକୁ ତା ସହ ମିଶାଇକୁ ଧମକ ମଧ୍ୟ ଦେଇସାରିଛି । ଏଥି ସହିତ ଚୀନର ଆପତ୍ତି ପରେ ମଧ୍ୟ ଆମେରିକା ତାଇୱାନକୁ ସ୍ୱତନ୍ତ୍ର ଭାବରେ ସ୍ୱୀକୃତି ଦେଇଛି । କେବଳ ଏତିକି ନୁହେଁ ତାଇୱାନ ସହ କୂଟନୈତିକ ଓ ସାମରିକ ସମ୍ପର୍କ ମଧ୍ୟ ବଜାୟ ରଖିଛି । ଆମେରିକା କହିଛି ଯେ ସେ ତାଇୱାନକୁ ସେହିପରି ମାନ୍ୟତା ପ୍ରଦାନ କରିଛି, ଯେମିତି ଚୀନ ସରକାରଙ୍କୁ ଦେଇଛି । ବିଗତ କିଛି ସମୟ ଧରି ପ୍ରଶାନ୍ତ ମହାସାଗରରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭଳି ସହଯୋଗୀ ଦେଶ ସହିତ ଚୀନର ଉତ୍ତେଜନା ବୃଦ୍ଧି ପାଇଛି । ଏହିପରି ଏକ ସମୟରେ ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ଡ୍ରାଗନର ଅସନ୍ତୋଷର ନିଆକୁ ଆହୁରି ବଢାଇବାକୁ ଯାଉଛି ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରନ୍ତି କେବଳ ଏହି ୩ ଜାତିର ଯବାନ, ଯୋଗ୍ୟତା ସତ୍ତ୍ୱେ ମଧ୍ୟ ସାମିଲ ହୋଇପାରି ନଥାଏ ଅନ୍ୟ କେହିଁ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?

ଏହା ବି ପଢ଼ନ୍ତୁ:-ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା

 

ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ସେ ତାଇୱାନ ଯିବାବେଳେ ନାନସୀ ପେଲୋସିଙ୍କ ବିମାନ ଚାରିପାଖରେ ଏକ ବଫର ଜୋନ୍ ସୃଷ୍ଟି କରିବାର ଆବଶ୍ୟକତା ରହିବ । ପ୍ରଶାନ୍ତ ମହାସାଗରରେ ପୂର୍ବରୁ ଆମେରିକାର ସୁରକ୍ଷା ବାହିନୀର ଉପସ୍ଥିତି ରହିଛି । ଏପରି ପରିସ୍ଥିତିରେ ଯଦି କୌଣସି ଆବଶ୍ୟକତା ଥାଏ ତେବେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ସମୟରେ ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ଗତ ଚାରି ମାସ ମଧ୍ୟରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ଏହି ଆଲୋଚନା ଏପରି ସମୟରେ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ ଉଭୟ ଦେଶ ମଧ୍ୟରେ ତାଇୱାନକୁ ନେଇ ବିବାଦ ଲାଗି ରହିଛି ।