ମଦ ପାଇଁ କଲବଲ ଆମେରିକୀୟ ସୈନ୍ୟ
Advertisement

ମଦ ପାଇଁ କଲବଲ ଆମେରିକୀୟ ସୈନ୍ୟ

ଟ୍ରେନିଂ ସମୟରେ ଆମେରିକୀୟ ସୈନ୍ୟ ଭୁଲ ବସତଃ ଆଣ୍ଟିଫ୍ରିଜ୍ ରାସାୟନିକ ପଦାର୍ଥ ସେବନ କରିଥିଲେ। 

 

ମଦ ପାଇଁ କଲବଲ ଆମେରିକୀୟ ସୈନ୍ୟ

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ପ୍ରଦେଶସ୍ଥିତ ସୈନ୍ୟ କ୍ୟାମ୍ପର ୧୧ ସୈନିକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି। ଆମେରିକୀୟ ସୈନ୍ୟଙ୍କୁ ଚିକିତ୍ସାଳୟ ପଠାଯିବା ପଛରେ ରହିଥିବା କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।          

ଏନେଇ ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ୧୧ ସୈନିକ ମଦ (Wine) ଭାବି ଆଣ୍ଟିଫ୍ରିଜ (Antifreeze) ପିଇଛନ୍ତି। ଆଣ୍ଟିଫ୍ରିଜ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା କାରରେ ରେଡିଏଟରରେ ପାଣି ଜମା ହେବାକୁ ରୋକିବା ପାଇଁ ବ୍ୟବହାର କରାଯାଏ।

Also Read: ଆଫଗାନ ମାଟିରୁ ହଟିବେ ଆମେରିକୀୟ ସୈନ୍ୟ, ପୁଣି ଥରେ ଶାସନ କରିପାରେ ତାଲିବାନ

 

ଜାନୁୟାରୀ ୨୯ ତାରିଖ ଗୁରୁବାର ଆମେରିକାର ସେନା ଜନସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଦେଶର ଫୋର୍ଟ ବ୍ଲିସ ସ୍ଥିତ ସୈନ୍ୟ କ୍ୟାମ୍ପର ଏହି ସୈନିକ ଟେକ୍ସାସ ପ୍ରଦେଶସ୍ଥିତ ଏଲ ପାସୋ ଠାରେ ୧୦ ଦିନର ଫିଲ୍ଡ ଟ୍ରେନିଂ ସମାପ୍ତ କରିଛନ୍ତି। ଏହି ସମୟରେ ସେମାନେ ଭୁଲ ବସତଃ ଆଣ୍ଟିଫ୍ରିଜ୍ ରାସାୟନିକ ପଦାର୍ଥ ସେବନ କରିଥିଲେ। 

ଯାହା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣ ଅସୁସ୍ଥ ହୋଇପଡିବା ପରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୈନିକଙ୍କ ମଧ୍ୟରେ ଜଣେ ୱାରେଣ୍ଟ ଅଫିସର, ୨ ନନ କମିଶନ ଅଫିସର ଏବଂ ୮ ଏନଲିଷ୍ଟେଡ ସର୍ଭିସ ମେମ୍ବର ସାମିଲ ଅଛନ୍ତି।

Also Read: ଆସୁ ଆସୁ ଆରମ୍ଭ: ଚୀନକୁ ଚେତାବନୀ ଦେଲେ ବାଇଡେନଙ୍କ ଭାବି ପ୍ରତିରକ୍ଷା ମନ୍ତ୍ରୀ

ଆଣ୍ଟିଫ୍ରିଜ୍ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ଦ୍ୱାରା କିଡନୀ ନଷ୍ଟ ହେବା ସହ ମୃତ୍ୟୁ ମଧ୍ୟ ହୋଇପାରେ। ଏହାକୁ ଆକସ୍ମିକ ମୃତ୍ୟୁର କାରଣ ଭାବେ ଗ୍ରହଣ କରାଯାଏ। ଏହି ରାସାୟନିକ ପଦାର୍ଥକୁ ବ୍ୟବହାର କରି ଅନେକ ହତ୍ୟାକାଣ୍ଡ ଘଟାଯାଇଛି। 

Also Read: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଆମେରିକା କରିବ ପରମାଣୁ ହମଲା! ଟାର୍ଗେଟରେ ଇରାନ

 

ଆମେରିକା ସେନା ପକ୍ଷରୁ ଆହୁରି କୁହାଯାଇଛି ଏନେଇ ହୋଇଥିବା ମେଡିକାଲ ଟେଷ୍ଟରୁ ଜଣାପଡିଛି ସୈନିକଙ୍କ ଶରୀରରେ ଇଥାଲିନ ଗ୍ଲାଇକଲ (Ethylene Glycol) ରହିଥିବା ଜଣାପଡିଛି। ଯାହାକୁ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡିବା ସହ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଇଥାଲିନ ଗ୍ଲାଇକଲ ଆଣ୍ଟିଫ୍ରିଜ ନାମକ ରାସାୟନିକ ପଦାର୍ଥ ଭାବରେ ଜଣାଶୁଣା। ସେନା ଅସୁସ୍ଥ କର୍ମଚାରୀଙ୍କ ନାମ ପ୍ରକାଶ କରି ନାହିଁ।