Uttarakhand Glacier Burst: ଏବେ ମଧ୍ୟ ୧୨୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା
Advertisement
Article Detail0/zeeodisha/odisha844112

Uttarakhand Glacier Burst: ଏବେ ମଧ୍ୟ ୧୨୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪-୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରାୱତ। 

Uttarakhand Glacier Burst: ଏବେ ମଧ୍ୟ ୧୨୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ଡେରାଡୁନ୍: ରାଜ୍ୟରେ ପ୍ରଳୟ ସୃଷ୍ଟି କରିଥିବା ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୋଇଥିବା କ୍ଷୟକ୍ଷତିର ଭରଣା ସରିବାକୁ ସହାୟତା ଘୋଷଣା କରିଛନ୍ତି। ଏ ଘଟଣାରେ ୧୨୫ ଲୋକ ନିଖୋଜ ରହିଥିବା କହିଛନ୍ତି ସେ।    

କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ବାହିନୀର ଯବାନ ନିୟୋଜିତ ହୋଇଛନ୍ତି। ରାଜ୍ୟର ଋଷି ଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ (Rishi Ganga Tapovan Hydro Power Project) ଠାରେ ଅବସ୍ଥିତ ଯେଉଁ ୨ଟି ଟନେଲରେ ଶ୍ରମିକ ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।  

ଆଇଟିବିପି ଯବାନ ୨୫୦ ମିଟର ଲମ୍ବ ବିଶିଷ୍ଟ ଏହି ଟନେଲର ୧୫୦ ମିଟର ଭିତରକୁ ପଶିବାରେ ସକ୍ଷମ ହୋଇଛନ୍ତି। ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪-୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରାୱତ (CM Rawat)। 

Also Read: ଟଳିନି Uttarakhand ବିପଦ; ଆଗୁଆ ସତର୍କ ହୋଇଉଠିଲା Uttar Pradesh

ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ହଠାତ ଏପରି ଅଚାନକ ବନ୍ୟା ଆସିବା ପଛରେ ରହିଥିବା  କାରଣ ତୁରନ୍ତ ଜଣା ପଡିନାହିଁ। ହେଲେ ହିମଖଣ୍ଡ ଭାଙ୍ଗିବା କାରଣରୁ ନଦୀରେ ବନ୍ୟା ଆସିଥାଇପାରେ ବୋଲି କୁହାଯାଉଛି। ବନ୍ୟା ସମୟରେ ପ୍ରାୟ ୧୭୬ ଶ୍ରମିକ ୧୩.୨ ମେଗାୱାଟ ଋଷିଗଙ୍ଗା ପ୍ରକଳ୍ପ ଏବଂ ଏନଟିପିସିର ୪୫୦ ମେଗାୱାଟ ତାପବନ-ବିଷ୍ଣୁଗଡ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବ୍ୟତୀତ ଋଷିଗଙ୍ଗା ପ୍ରକଳ୍ପ ଡ୍ୟୁଟିରେ ଥିବା ରାଜ୍ୟର ୨ ପୋଲିସ କର୍ମଚାରୀ ମଧ୍ୟ ଏ ଘଟଣାରେ ନିଖୋଜ ଅଛନ୍ତି। ବନ୍ୟା ଯୋଗୁଁ ଉଭୟ ଉଚ୍ଚ ଜଳ ବିଦ୍ୟୁତ୍ ପ୍ରକଳ୍ପ ବହୁ କ୍ଷତି ସହିଛି। ଏନେଇ ହୋଇଥିବା କ୍ଷୟକ୍ଷତି ବାବଦରେ ଆକଳନ ଚାଲିଛି।

Also Read: Uttarakhand Glacier Blast: ୧୦ ଶବ ଉଦ୍ଧାର, ୧୫୦ ନିଖୋଜ

ହଠାତ ଆସିଥିବା ବନ୍ୟା ପରେ ସମଗ୍ର ଗଡୱାଲ ଅଞ୍ଚଳରେ ଅବସ୍ଥିତ ଅଲକାନନ୍ଦା ଏବଂ ଗଙ୍ଗା ନଦୀର ଆଖପାଖ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଫେବୃଆରୀ ୬ ତାରିଖ ରବିବାର ସନ୍ଧ୍ୟା ସୁଦ୍ଧା ଋଷିଗଙ୍ଗା ଠାରେ ନଦୀର ଜଳସ୍ତର ହ୍ରାସ ପାଇବା ପରେ ଜାରି ହୋଇଥିବା ସତର୍କତାକୁ କୋହଳ କରାଯାଇଥିଲା। ଏନେଇ ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର କହିଛନ୍ତି ବର୍ତ୍ତମାନ କୌଣସି ବିପଦ ନାହିଁ। ଆଳକାନନ୍ଦା ନଦୀରେ ଜଳସ୍ତର ସ୍ୱାଭାବିକ ରହିଛି।

Also Read: ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା

ନନ୍ଦାଦେବୀ ଜାତୀୟ ଉଦ୍ୟାନରୁ ଉତ୍ପନ୍ନ ଋଷିଗଙ୍ଗା ଉପରେ ଅବସ୍ଥିତ ଜଳଗ୍ରହଣ କ୍ଷେତ୍ର ଠାରେ ବନ୍ୟା ପରିସ୍ଥିତି କାରଣରୁ ଋଷିଗଙ୍ଗା ଏବଂ ଧୌଲିଗଙ୍ଗା ନଦୀ ବିକଟାଳ ରୂପ ଧାରଣ କରିଥିଲା। ରାଜ୍ୟର ଗଡୱାଲ ଅଞ୍ଚଳ ପ୍ରତି ଏହା ବିପଦ ସୃଷ୍ଟି କରିଥିଲା। ରବିବାର ସକାଳେ ଧୌଲିଗଙ୍ଗାର ନଦୀରେ ଜଳ ସ୍ତର ବଢିବାରେ ଲାଗିଲା। ପାଣି ଝଡ ଆକାରରେ ଗତି କରୁଥିଲା। ଏହି ବନ୍ୟାରେ ରାସ୍ତା ଏବଂ ୪ଟି ଝୁଲା ପୋଲ ଧୋଇ ହୋଇଯାଇଛି। ଏପରିକି ୭ଟି ଗାଁରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ବିତରଣ କରାଯାଉଛି।