Accident: ସ୍କୁଲ ଛୁଆଙ୍କୁ ଦଳିଦେଲା ଅବୋଲକରା ଗାଡ଼ି !, ଛେଚା ଖାଇଲେ ଚାଳକ
Advertisement
Article Detail0/zeeodisha/odisha1491385

Accident: ସ୍କୁଲ ଛୁଆଙ୍କୁ ଦଳିଦେଲା ଅବୋଲକରା ଗାଡ଼ି !, ଛେଚା ଖାଇଲେ ଚାଳକ

ପୋଲିସ ଆହୁରି ମଧ୍ୟ କହିଛି କି ପ୍ରତାପ ନଗରର ଅଞ୍ଚଳର ୩୦ ବର୍ଷୀୟ ଗଜେନ୍ଦ୍ର ଲୀଳାବତୀ ସ୍କୁଲ ନିକଟରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ସେ ନିୟନ୍ତ୍ରଣ ହରାଇବା ଫଳରେ ଫୁଟପାଥ ଉପରକୁ ଗାଡ଼ିଟିକୁ ଚଢାଇ ଦେଇଥିଲେ। ସେଠାରେ ଛିଡ଼ା ହୋଇଥିବା ୩ ଜଣ ଛୁଆଙ୍କୁ ଧକ୍କା ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ବେଶ ସଂକଟାପନ୍ନ ରହିଛି। 

Accident: ସ୍କୁଲ ଛୁଆଙ୍କୁ ଦଳିଦେଲା ଅବୋଲକରା ଗାଡ଼ି !, ଛେଚା ଖାଇଲେ ଚାଳକ

Accident: ନୂଆଦିଲ୍ଲୀ: ରବିବାରର ଶୀତୁଆ ସକାଳରେ ଉତ୍ତର ଦିଲ୍ଲୀରେ (North Delhi) ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) ସମଗ୍ର ଦିଲ୍ଲୀବାସୀଙ୍କ ମଧ୍ୟରେ ବେଶ ଆଲୋଡ଼ନ ସୃଷ୍ଟି କରିଛି।  ଉତ୍ତର ଦିଲ୍ଲୀର ଗୁଲାବୀ ବାଗ ଅଞ୍ଚଳରେ ରବିବାର ଏକ ସ୍କୁଲ ନିକଟରେ ଏକ ଅନିୟନ୍ତ୍ରିତ କାର ୩ ଜଣ ଛୁଆଙ୍କୁ ଧକ୍କା ଦେବା ଫଳରେ ସେମାନେ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇଛି କି ଏହି ଘଟଣା ରବିବାର ସକାଳ ପ୍ରାୟ ୯ଟା ସମୟରେ ଘଟିଛି। 

ପୋଲିସ ଆହୁରି ମଧ୍ୟ କହିଛି କି ପ୍ରତାପ ନଗରର ଅଞ୍ଚଳର ୩୦ ବର୍ଷୀୟ ଗଜେନ୍ଦ୍ର ଲୀଳାବତୀ ସ୍କୁଲ ନିକଟରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ସେ ନିୟନ୍ତ୍ରଣ ହରାଇବା ଫଳରେ ଫୁଟପାଥ ଉପରକୁ ଗାଡ଼ିଟିକୁ ଚଢାଇ ଦେଇଥିଲେ। ସେଠାରେ ଛିଡ଼ା ହୋଇଥିବା ୩ ଜଣ ଛୁଆଙ୍କୁ ଧକ୍କା ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ବେଶ ସଂକଟାପନ୍ନ ରହିଛି। 

 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଉତ୍ତର ଦିଲ୍ଲୀ ପୋଲିସ ଉପାୟୁକ୍ତ ସାଗର ସିଂହ କଲସି କହିଛନ୍ତି କି ଯେତେବେଳେ କାର ଚାଳକ ନିକଟସ୍ଥ ଲୀଳାବତି ସ୍କୁଲ ନିକଟରେ ପହଞ୍ଚିଥିଲେ ସେତେବେଳେ ତାଙ୍କର ଗାଡ଼ି ଉପରୁ ନିୟନ୍ତ୍ରଣ ଚାଲିଯାଇଥିଲା। ଫଳରେ ସେ ଗାଡ଼ିକୁ ଫୁଟପାଥ ଉପରକୁ ଚଢାଇଦେଇଥିଲେ। ଏଥିରେ ୩ ଜଣ ଗୁରୁତର ହୋଇପଡ଼ିଥିଲେ। ତେବେ ଏଥିରେ ୧୦ ବର୍ଷିୟ ଓ ୪ ବର୍ଷିୟ ଶିଶୁ ବିପଦମୁକ୍ତ ରହିଛନ୍ତି। କିନ୍ତୁ ଜଣେ ୬ ବର୍ଷୀୟ ଶିଶୁ ଗୁରୁତର ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆଇପିସିର ଧାରା ୨୭୯ ଓ ୩୩୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। କାର ଚାଳକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ସେପଟେ ଏହି ଘଟଣାର ଭିଡ଼ିଓ ସିସିଟିଭିରେ ରେକର୍ଡ ହୋଇଛି। ଗାଡ଼ି ଟି କିପରି ଦ୍ରୁତ ବେଗରେ ଆସି ଫୁଟପାଥ ଉପରକୁ ଅନିୟନ୍ତ୍ରିତ ହୋଇ ମାଡି ଯାଉଛି ଏବଂ ନିକଟରେ ଛିଡ଼ା ହୋଇଥିବା ୩ ଛୁଆଙ୍କୁ ଧକ୍କା ଦେବା ସମୟର ଭିଡିଓ ଉକ୍ତ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ତେବେ କିଛି ସମୟ ଆଗେଇ ଯାଇ କିଛି ଦୁରରେ ଗାଡ଼ିଟି ରହୁଛି। ଦୁର୍ଘଟଣା ପରେ ନିକଟରେ ଛିଡା ହୋଇଥିବା ଲୋକମାନେ ଆହତମାନଙ୍କୁ ଉଦ୍ଧାର କରିବା ସମୟର ଭିଡିଓ ଉକ୍ତ ସିସିଟିଭିରେ ସମ୍ପୂର୍ଣ୍ଣ ରେକର୍ଡ ହୋଇଛି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।