'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'
Advertisement

'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'

ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ଉଠିଥିବା ବିବାଦ ମାମଲାରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ।

'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'

ନୂଆଦିଲ୍ଲୀ: କୋଲକାତା ସ୍ଥିତ ଭିକ୍ଟୋରିଆ ମେମୋରିଆଲ ଠାରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ବେଳେ ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ। ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ଏହାର ମୁହଁତୋଡ ଜବାବ ଦେବାକୁ ପଛାଇନାହିଁ ବିଜେପି। 

ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ଉଠିଥିବା ବିବାଦ ମାମଲାରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ମମତା ବାନାର୍ଜୀଙ୍କ ଆଗରେ ଜୟ ଶ୍ରୀରାମ କହିବା ଅର୍ଥ ଷଣ୍ଢକୁ ଲାଲ କପଡା ଦେଖାଇବା ସହ ସମାନ। " 

 

ଏହି କାରଣରୁ ସେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ଠାରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ଲାଗି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭାଷଣ ଦେଇନଥିଲେ। ଏହି ସମାରୋହରେ ଜୟ ଶ୍ରୀରାମ ନାରା ବାଜି ହେବାକୁ ନେଇ ସହଜେ ଗ୍ରହଣ କରିପାରି ନାହାଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

Also Read: ଦିଦିଙ୍କ ଗଡରେ ମୋଦିଙ୍କ ଭାଷଣ, ମୁଖ୍ୟମନ୍ତ୍ରୀଙ୍କୁ ଜନତାଙ୍କ ବିରୋଧ

କେବଳ ଅନିଲ ଭିଜ ନୁହଁନ୍ତି ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ଏକ ମାତ୍ର ମୁସଲିମ ମନ୍ତ୍ରୀ ଥିବା ମହସିନ ରାଜା ମଧ୍ୟ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ରାମ ନାମ ଶୁଣିବା ପରେ ଏବେ ସେ ଅପମାନିତ ବୋଧ କରୁଛନ୍ତି। ରାମ ଆମ ସଂସ୍କୃତିର ଆତ୍ମା। ଜୟ ଶ୍ରୀରମ, ଭାରତ ମାତା କି ଜୟ, ବନ୍ଦେ ମାତରମଂ ଶୁଣି ଯଦି ତାଙ୍କୁ ଅପମାନ ଲାଗୁଛି ତାହେଲେ ଲୋକ ତାଙ୍କର ଏପରି ମାନସିକତା ବାବଦରେ ଜାଣିବା ପରେ ଲୋକ ଏହାକୁ କିପରି ଗ୍ରହଣ କରୁଥିବେ।

ଜୟ ଶ୍ରୀରାମ ନାରା ଲଗାଇବାକୁ ନେଇ ଉଠିଥିବା ବିବାଦରେ ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସାଂସଦ ନୁସରତ ଜହାଁନ। ଏନେଇ ସେ କହିଛନ୍ତି ରାମ ନାମ ପରସ୍ପରକୁ ଆଲିଙ୍ଗନ କରିବା ବେଳେ କୁହାଯାଏ ନାଁ କି କାହାର ଗଳା ଦବାଇବାକୁ କୁହାଯାଏ। ସ୍ୱାଧିନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ ଧାର୍ମିକ ନାରାବାଜି କରିବାକୁ ମୁଁ ଗ୍ରହଣ କରୁନାହିଁ।  

ଗତକାଲି କୋଲକାତା ସ୍ଥିତ ଭିକ୍ଟୋରିଆ ମେମୋରିଆଲ ଠାରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମମତା ବାନାର୍ଜୀ। ଏହି ସମାରୋହରେ ଯୋଗ ଦେବା ଅବସରରେ ସେ ଭାଷଣ ଦେବାକୁ ଯାଉଥିବା ବେଳେ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ।

Also Read: 'ନେତାଜୀ ଜଣେ ସଚ୍ଚା ହିନ୍ଦୁ ଥିଲେ; ହେଲେ ସେ ସବୁ ଧର୍ମକୁ ସମ୍ମାନ କରୁଥଲେ'

ଏହା ଶୁଣିବା ପରେ ସେ ଭାଷଣ ଦେବାକୁ ମନା କରିଥିଲେ। ଏନେଇ ଟିଏମସି ମୁଖିଆ କହିଥିଲେ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ଅପମାନିତ କରିବା ଠିକ ନୁହେଁ। ଏହା ଏକ ସରକାରୀ କାର୍ଯ୍ୟକ୍ରମ। ଏହାର ସ୍ୱତନ୍ତ୍ର ଗରିମା ରହିଛି। ନେତାତୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିବା ସମାରୋହ ଏକ ସର୍ବଦଳୀୟ ଓ ସର୍ବସାଧାରଣ କାର୍ଯ୍ୟକ୍ରମ।        

ମୁଁ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି ସେମାନେ କୋଲକାତାରେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ହେଲେ କାହାକୁ ନିମନ୍ତ୍ରଣ କିମ୍ବା ଆମନ୍ତ୍ରଣ କରି ଏପରି ଅପମାନିତ ଅଥବା ବେଇଜ୍ଜତ କରିବା ଠିକ ନୁହେଁ। ଜୟ ହିନ୍ଦ, ଜୟ ବାଙ୍ଗଲା। 

Also Read: ନେତାଜୀ କାହାର?

କୋଲକାତାରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ  ଦେଶ ଏହାକୁ ପରାକ୍ରମ ଦିବସ ଭାବେ ପାଳୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିଥିଲେ।