Helicopter ରେ କନ୍ୟାକୁ ଆଣି ଏକ ଟଙ୍କା ଯୌତୁକ ନେଲା ବର
Advertisement
Article Detail0/zeeodisha/odisha948202

Helicopter ରେ କନ୍ୟାକୁ ଆଣି ଏକ ଟଙ୍କା ଯୌତୁକ ନେଲା ବର

ବୋହୁକୁ ଆଣିବା ମୋ ମାଆଙ୍କର ସ୍ୱପ୍ନ ଥିଲା ଏବଂ ଆଜି ସେ ସେହି ସ୍ୱପ୍ନକୁ ମୁଁ ପୂରଣ କରିଛି। ସେ କହିଛନ୍ତି ଯେ ପିତାଙ୍କର ମଧ୍ୟ ଏକ ସ୍ୱପ୍ନ ଥିଲା ଯେ ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହେଉ ଆଉ ତାହା ଆଜି ସମ୍ପନ୍ନ ହୋଇଛି ।

Helicopter ରେ କନ୍ୟାକୁ ଆଣି ଏକ ଟଙ୍କା ଯୌତୁକ ନେଲା ବର

ପାନିପତ: ୱାର୍ଡ ୧୧ ରେ ଏକ ବିବାହ ସମାଜକୁ ଏକ ଶିକ୍ଷା ଦେଇଛି । ଯେଉଁଠାରେ ସଇନି ପରିବାରର ଜଣେ ଯୁବକ କେବଳ ଏକ ଟଙ୍କାକୁ ଆଶୀର୍ବାଦ ଭାବରେ ଗ୍ରହଣ କରି ବିନା ଯୌତୁକରେ ବିବାହ କରି ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାଫଳରେ କେହି ତାଙ୍କ ଝିଅଙ୍କୁ ନିଜ ମୁଣ୍ଡ ଉପରେ ବୋଝ ବୋଲି ନ ଭାବନ୍ତୁ। କେବଳ ଏତିକି ନୁହେଁ, ମା’ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଯୁବକ ଜଣକ ହେଲିକପ୍ଟରରେ ନିଜ ଜୀବନ ସାଥୀ କୁ ନେଇ ଘରକୁ ଫେରିଥିଲେ।

ପୂର୍ବତନ କାଉନସିଲ (Former Councilor)ର ରାମକୁମାର ସଇନିଙ୍କ ସାନପୁଅ ତଥା କାଉନସିଲର କୋମଲ ସଇନିଙ୍କ ଦିଅର ମୁନିଶ ସଇନିଙ୍କ ବିବାହ ନରୱାଣାର ମୋନିକା ସଇନିଙ୍କୁ ବିବାହ କରିଥିଲେ। ମୁନିଶଙ୍କ ମା ରାମକଲି ସଇନି ଚାହୁଁଥିଲେ ଯେ ତାଙ୍କ ସାନପୁଅ ମୁନିଶ ହେଲିକପ୍ଟରରେ କନ୍ୟାକୁ ଆଣନ୍ତୁ। ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ମୁନିଶ ଦିଲ୍ଲୀର ଏକ କମ୍ପାନୀ ସହ ଯୋଗାଯୋଗ କରି ହେଲିକପ୍ଟର ବୁକ୍ କରି ନିଜ ଜୀବନସାଥୀକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ଆଜି ଯେତେବେଳେ ସେକ୍ଟର ୨୪ ରେ ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କଲା, ସେତେବେଳେ ଏହାକୁ ଦେଖିବା ପାଇଁ ଶହ ଶହ ଲୋକ ଏକତ୍ରିତ ସେହି ସ୍ଥାନରେ ହୋଇଥିଲେ । ମୁନିଶ କହିଛନ୍ତି ଯେ ହେଲିକପ୍ଟର (Helicopter) ରେ ତାଙ୍କ ବୋହୁକୁ ଆଣିବା ମୋ ମାଆଙ୍କର ସ୍ୱପ୍ନ ଥିଲା ଏବଂ ଆଜି ସେ ସେହି ସ୍ୱପ୍ନକୁ ମୁଁ ପୂରଣ କରିଛି। ସେ କହିଛନ୍ତି ଯେ ପିତାଙ୍କର ମଧ୍ୟ ଏକ ସ୍ୱପ୍ନ ଥିଲା ଯେ ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହେଉ ଆଉ ତାହା ଆଜି ସମ୍ପନ୍ନ ହୋଇଛି ।

Also Read: କୋରୋନା ଦ୍ୱିତୀୟ ଲହରରେ ଦେଶର ଅନାଥ ହେଲେ ଏତିକି ପିଲା, ସରକାର ଦେଲେ ରିପୋର୍ଟ

ମୁନିଶଙ୍କ କହିବା କଥା, ଏହାପୂର୍ବରୁ ମୋର ଦୁଇ ବଡ ଭାଇ ମଧ୍ୟ ଯୌତୁକ ନନେଇ ବିବାହ(Marriage) କରିଥିଲେ। ସେ କହିଥିଲେ ଯେ ପିତା ସର୍ବଦା କୁହନ୍ତି ଯୌତୁକକୁ ନେଇ ସମାଜରେ ଏକ ନକରାତ୍ମକ ଚିନ୍ତାଧାରା ଚାଲିଥାଏ । ଏହି କାରଣରୁ ଝିଅ ଓ ତାଙ୍କ ପରିବାର ଉପରେ ଆର୍ଥିକ ବୋଝ ପଡ଼ିଥାଏ । ତେବେ ଏହାକୁ ଆମ ପରିବାର ଦୃଢ ଭାବେ ନିନ୍ଦା କରନ୍ତି । ଯାହା ଫଳରେ ଆମେ ମାନେ ବିନା ଯୌତୁକ (Dowry) ରେ ବିବାହ କରି ସମାଜ ପାଇଁ ଏକ ଭଲ ବାର୍ତ୍ତା ବାଣ୍ଟିଛୁ ।