Corona Third Wave ନିଶ୍ଚିତ ! ଅସ୍ତ୍ର ପାଲଟିବ ଡବଲ ଡୋଜ୍
Advertisement

Corona Third Wave ନିଶ୍ଚିତ ! ଅସ୍ତ୍ର ପାଲଟିବ ଡବଲ ଡୋଜ୍

ଏହାର ପ୍ରତିକାର ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ମାତ୍ର ଅସ୍ତ୍ର ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରକୁ ପରାସ୍ତ କରିବାକୁ ଡବଲ ଡୋଜ ଟିକା ନିହାତି ଆବଶ୍ୟକ । 

Corona Third Wave ନିଶ୍ଚିତ ! ଅସ୍ତ୍ର ପାଲଟିବ ଡବଲ ଡୋଜ୍

ଭୁବନେଶ୍ୱର: ଭାରତକୁ ତୃତୀୟ ଲହର ଆସିବା ଏକ ପ୍ରକାର ନିଶ୍ଚିତ । ସବୁ କଳ୍ପନା ଜଳ୍ପନାରେ ପ୍ରାୟ ପୂର୍ଣ୍ଣଛେଦ ପଡିଲାଣି । R Value ବା ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ସୁଚାଉଛି ମୁଣ୍ଡ ଉପରେ ତୃତୀୟ ଲହର । କେରଳରେ  R value ପ୍ରତିଶତ  ୧ ପ୍ରତିଶତରୁ ଉପରକୁ ଗଲାଣି । ସେହିପରି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ R value ବଢୁଥିବାରୁ ଆଗକୁ ସଂକଟ ଜଣାପଡ଼ୁଛି । ତେବେ ଏହାର ପ୍ରତିକାର ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ମାତ୍ର ଅସ୍ତ୍ର ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରକୁ ପରାସ୍ତ କରିବାକୁ ଡବଲ ଡୋଜ ଟିକା ନିହାତି ଆବଶ୍ୟକ । 

କୋରୋନାର ତୃତୀୟ ଲହର ଓଡିଶାର କବାଟ ଠକ୍ ଠକ୍ କଲାଣି । ଦିନକୁ ଦିନ ରାଜ୍ୟରେ R VALUE ( Reproductivity rate) ବା ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ବଢିବାରେ ଲାଗିଛି । ଆଉ ଏହା ସୁନ୍ଦରଗଡରୁ ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି । କାରଣ ଯେଉଁ ସୁନ୍ଦରଗଡରେ ଗତ ୧୫ ଦିନ ହେବ ସଂକ୍ରମଣ ସଂଖ୍ୟା କମ ଥିଲା । ସେଠାରେ ଏବେ  R VALUE ୧ ପ୍ରତିଶତ ଅତିକ୍ରମ କରି  ୧.୧୩  ପ୍ରତିଶତରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଯଦି ଆର ଭ୍ୟାଲୁ ଏକ ପ୍ରତିଶତ ଉପରକୁ ରହେ, ତାହେଲେ ସେଠାରେ ସଂକ୍ରମଣ ବଢିବା ଆରମ୍ଭ କରିଛି । 

Also Read: Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆର ଭ୍ୟାଲୁ ୧ ପ୍ରତିଶତ ପାଖାପାଖି ରହିଛି । ପୁରୀ ଓ ବାଲେଶ୍ବର ଜିଲ୍ଲାରେ ଦଶମିକ ୮୧, କଟକ ଜିଲ୍ଲାରେ ଦଶମିକ ୭୮  ରହିଛି । ସ୍ବାସ୍ଥ୍ୟ ବିଭାଗ କହିଛି ତୃତୀୟ ଲହର ଆସୁଛି, ଆଉ ଏପରି ସ୍ଥଳରେ ହିଡିନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ହିଁ ଏଥିରୁ ରକ୍ଷା କରିପାରିବ । ସେପଟେ  ରାଜ୍ୟ ସରକାର କରୁଥିବା ସର୍ଭିଲାନ୍ସ ଅଗଷ୍ଟ ୨୪ ପରେ ମଧ୍ୟ ଜାରି ରହିବ । ଇଣ୍ଟିଗ୍ରେଟେଡ଼ ଡିଜିଜ ସର୍ଭିଲାନ୍ସରେ ସାପ୍ତାହିକ ସର୍ଭିଲାନ୍ସ ହୁଏ । ପ୍ରତିଟି ଘରକୁ ଟଚ୍ କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ଯାହାଦ୍ୱାରା  ହିଡେନ କେସ (Hidden Case) ସାମ୍ନାକୁ ଆସିପାରିବ ।

Also Read: ଓୱେସିଙ୍କ ପାର୍ଟିର ଟ୍ୱିଟର ଆକାଉଣ୍ଟ ହେଲା ହ୍ୟାକ୍, ଏଲୋନ୍ ମସ୍କ ନାମରେ ବଦଳିଲା ପ୍ରୋଫାଇଲ୍

ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏବେ ସାରା ବିଶ୍ବର ପ୍ରମୁଖ ରାଷ୍ଟ୍ର ମାନଙ୍କରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ଦେଶରେ କେରଳ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଛି ତୃତୀୟ ଲହର (Corona Third Wave) । ଏଭଳି ପରିସ୍ଥିତିରେ ସରକାର କଟକଣା କଡାକଡି କରିଦେବା ଦରକାର । ତୃତୀୟ ଲହର ସହ ଲଢିବାକୁ ହେଲେ ଡବଲ ଡୋଜ ଟିକା ନିହାତି ଦରକାର । ଟିକା ନେବା ପରେ ବି କୋରୋନା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତି କମରେ ଡିସେମ୍ବର ମାସ ଶେଷ ଯାଏଁ କଟକଣା କଡାକଡି ସହ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ମାନିବା ବାଧ୍ୟତା ମୂଳକ ହେବା ଦରକାର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

Also Read: South ଅଭିନେତା Siddharth କୁ ମୃତ ଘୋଷିତ କରି ନିନ୍ଦାର ଶୀକାର ହେଲା Youtube !

ଏହା ପୂର୍ବରୁ ସ୍ପାନିଶ୍ ଫ୍ଳୁ ମହାମାରୀରେ ତୃତୀୟ ଲହର ଆସିଥିଲା । ଆଉ ଏବେ କୋରୋନା ତାର ତୃତୀୟ ଲହର ଆଣି ସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ୨୦୨୨ ମଧ୍ୟ ଭାଗ ବେଳକୁ ସାରା ବିଶ୍ବରେ ୭୦ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ଆସି ଯାଇଥିବ। ସେ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ପଡି଼ବ ବୋଲି ହୁ (World Health Organization) କହିଛି ।