ପୃଥିବୀରେ ଅଛି ଏପରି ୫ଟି ସ୍ଥାନ ଯେଉଁଠି ମାଧ୍ୟାକର୍ଷଣ ବଳ କାମ କରେ ନାହିଁ, ଆଉ ଘଟେ ଅନେକ ଅସାଧାରଣ ଜିନିଷ
Advertisement

ପୃଥିବୀରେ ଅଛି ଏପରି ୫ଟି ସ୍ଥାନ ଯେଉଁଠି ମାଧ୍ୟାକର୍ଷଣ ବଳ କାମ କରେ ନାହିଁ, ଆଉ ଘଟେ ଅନେକ ଅସାଧାରଣ ଜିନିଷ

ମାଧ୍ୟାକର୍ଷଣ ବଳ କାମ କରୁ ନଥିବାରୁ ଏଠାରେ ଘଟେ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ...

ମାଧ୍ୟାକର୍ଷଣ ଶକ୍ତି କାମ କରୁ ନଥିବାରୁ ଘଟୁଛି ଏପରି ଘଟଣା

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ପୃଥିବୀରେ ଏପରି ଅନେକ ଜାଗା ଅଛି ଯେଉଁଠି ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ । ସେହିପରି ପୃଥିବୀରେ ଏପରି ୫ଟି ସ୍ଥାନ ଅଛି ଯେଉଁଠି ମାଧ୍ୟାକର୍ଷଣ ବଳ କାମ କରେ ନାହିଁ । ମାଧ୍ୟାକର୍ଷଣ ବଳ ବିଷୟରେ ସମସ୍ତଙ୍କୁ ଊଣା ଅଧିକ ଜଣା ଥିବ । ଅତି ସରଳ ଭାଷାରେ କହିବାକୁ ଗଲେ ମାଧ୍ୟାକର୍ଷଣ ବଳ ସମସ୍ତ ବସ୍ତୁ ବା ପଦାର୍ଥକୁ ପୃଥିବୀପୃଷ୍ଠକୁ ଆକୃଷ୍ଟ କରିଥାଏ । ଉଦାହରଣ ମାଧ୍ୟାକର୍ଷଣ ବଳ ଯୋଗୁଁ ଗଛରେ ଆମ୍ବଟିଏ ତଳ ଆଡ଼କୁ ଝୁଲିକି ଥାଏ । ଝରଣାର ପାଣି ତଳକୁ ଖସିଥାଏ । ପୃଥିବୀପୃଷ୍ଠରେ ମାଧ୍ୟାକର୍ଷଣ ବଳ ଥିବାରୁ ପ୍ରାଣୀଜଗତ ଚଲାବୁଲା କରିବା ପାଇଁ ସକ୍ଷମ ହେଉଛନ୍ତି । କିନ୍ତୁ ମହାକାଶରେ ମାଧ୍ୟାକର୍ଷଣ ବଳ ନଥିବାରୁ ସମସ୍ତ ପଦାର୍ଥ ଭାସମାନ ଅବସ୍ଥାରେ ଥାଏ । 
ତେବେ ପୃଥିବୀରେ ଏପରି କିଛି ସ୍ଥାନ ଅଛି ଯେଉଁଠି ମାଧ୍ୟାକର୍ଷମ ବଳ ବା ଗ୍ରାଭିଟେସନାଲ ଫୋର୍ସ କାମ କରେ ନାହିଁ । ଜାଣନ୍ତୁ ସେହି ୫ଟି ସ୍ଥାନ ବିଷୟରେ... 

ସ୍ୱର୍ଣ୍ଣିମ ଚଟାଣ, ମିୟାଁମାର

fallback

ଏହି ସ୍ୱର୍ଣ୍ଣିମ ଚଟାଣକୁ କିୟତିଆୟ ପଗଡ଼ା ବୋଲି କୁହାଯାଇଥାଏ । ଏହି ଚଟାଣକୁ ଦେଖିଲେ ଏପରି ଲାଗେ ଯେ ଚଟାଣଟି ଯେକୈଣସି ମୁହୂର୍ତ୍ତରେ ତଳକୁ ଖସି ପଡ଼ିବ । ମାତ୍ର ଆଶ୍ଚର୍ଯ୍ୟର କଥା ଯେ ଆଜିକୁ ପ୍ରାୟ ୨୫୦୦ ବର୍ଷ ହେବ ଚଟାଣଟି ଏହି ସ୍ଥାନରେ ଏହିପରି ଭାବରେ ହିଁ ରହିଛି । ଆଉ ସେଠାରେ ବସବାସ କରୁଥିବା ଲୋକଙ୍କ ବିଶ୍ୱାସ ଅନୁସାରେ ଚଟାଣ ଭିତରେ ବୌଦ୍ଧଙ୍କ ଚୁଟି ଥିବାରୁ ପଥରଟି ଏପରି ଅବସ୍ଥାରେ ରହିଛି । ମାତ୍ର ମହିଳାମାନେ ଚଟାଣର ପାଖ ମାଡ଼ିଲେ ଚଟାଣଟି ତଳକୁ ଖସି ପଡ଼ିବ ବି ଲୋକଙ୍କ ବିଶ୍ୱାସ । ଆଉ ସେଥିପାଇଁ ୨୪ ଘଣ୍ଟା ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥାଏ ମହିଳାଙ୍କ ପ୍ରବେଶ ନିଶେଷଦ୍ଧ ପାଇଁ । ମାତ୍ର ବିଜ୍ଞାନ ଅନୁସାରେ ଏହା ପଛରେ ଲୁଚି ରହିଥିବା ପ୍ରକୃତ କଥା ହେଉଛି ଯେ ଏହି ସ୍ଥାନରେ ପୃଥିବୀର ମାଧ୍ୟାକର୍ଷଣ ବଳ କାମ କରେ ନାହିଁ । ଆଉ ସେଥିପାଇଁ ପଥରଟି ତଳକୁ ନ ଖସି ସେହି ସ୍ଥାନରେ ହିଁ ଲାଗି ରହିଛି ।

ରିଭର୍ସ ଝରଣା, ଇଂଲଣ୍ଡ

fallback

ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏଠି ଝରଣାର ପାଣି ଉପର ଦିଗକୁ ଉଠିଥାଏ । ମାତ୍ର ଏହି କଥାଟି ସମ୍ପୂର୍ଣ୍ଣ ସତ । ଇଂଲଣ୍ଡର ଦରବାଏସିରେ ଜିଲ୍ଲାର ହାଏଫିଲ୍ଡ ନିକଟରେ ରହିଛି ଏପରି ଏକ ଝରଣା ଯାହାର ପାଣି ତଳଆଡ଼କୁ ନଖସି ଉପର ଆଡ଼କୁ ବୋହିଥାଏ । ଏହି ସ୍ଥାନରେ ଏହା ଦେଖିବାକୁ ମିଳେ ଯେ କିନ୍ଦର ନଦୀର ପାଣି କିଛି ସ୍ଥାନ ଯାଏ ତଳକୁ ଖସିବା ପରେ ପରବର୍ତ୍ତି ସ୍ଥାନରେ ତାହା ଓଲଟା ଦିଗକୁ ଅର୍ଥାତ ତଳୁ ଉପର ଆଡ଼କୁ ବୋହିଥାଏ । ଆଉ ଏହି ସମସ୍ତ ପ୍ରକ୍ରିୟା ହେବା ପଛର କାରଣ ମାଧ୍ୟାକର୍ଷଣ ଶକ୍ତିର ଅନୁପସ୍ଥିତି । ଏହି ସ୍ଥାନରେ ମାଧ୍ୟାକର୍ଷଣ ବଳ କାମ କରୁନଥିବାରୁ ଏବଂ ପବନର ଚାପ ଅଧିକ ଥିବାରୁ ପାଣି ଉପର ପଟକୁ ବା ଅଲଟା ଭାବେ ବୋହିଥାଏ । ଏହି ସ୍ଥାନ ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀଭାବେ ମାନ୍ୟତା ପାଇଛି ।

ଓରିଗନ ଭୋରଟେକ୍ସ, ରହସ୍ୟମୟ ଘର

fallback

ଏହି ସ୍ଥାନଟି ବର୍ତ୍ତମାନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ ହେଉଛି । ଏହି ସ୍ଥାନକୁ ବିଭିନ୍ନ ଦେଶର ଲୋକେ ଅସାଧାରଣ ଜିନିଷର ଅନୁଭବ କରିବା ପାଇଁ ଆସିଥାଏ । ଫଟୋରେ ଥନି ଘରଟି ଓରିଗନର ଗୋଲ୍ଡ ହିଲ ପାଖରେ ଅବସ୍ଥିତ । ଏହି ଘରେ ଏପରି ଏକ ଝାଡ଼ୁ ରହିଛି ଯେଉଁ ଝାଡ଼ୁ କେବେ ତଳେ ପଡ଼େ ନାହିଁ । ତାକୁ ଲମ୍ୱା ଭାବେ ତଳେ ଶୁଆଇବାକୁ ଚୋଷ୍ଟା କଲେ ମଧ୍ୟ ତାହା ତଳେ ପଡ଼ିନଥାଏ । ଏବଂ ସେଠାକୁ ଯାଉଥିବା କୈଣସି ଲୋକ ତଳେ ପଡ଼ନ୍ତି ନାହିଁ । 

ହୁବର ଡ୍ୟାମ, ନେବଦା

fallback

୧୯୪୭ ମସିହା ପର୍ଯ୍ୟନ୍ତ ଏହି ଡ୍ୟାମକୁ ବୁଲଡର ଡ୍ୟାମ ବୋଲି କୁହାଯାଉଥିଲା । ଡ୍ୟାମର  ଲମ୍ୱ ୭୨୬.୪ ଫୁଟ । ଏହି ସ୍ଥାନରେ ଗ୍ରାଭିଟି କାମ କରୁଛି କି ନାହିଁ ତାହା ଜାଣିବା ପାଇଁ ଏକ ସରଳ ପରୀକ୍ଷା କରିବା ପାଇଁ ପଡ଼ିବ । ଡ୍ୟାମରେ ବୋତଲେ ପାଣିକୁ ତଳକୁ ପକାଇଲେ ତାହା ତଳେ ନପଡ଼ି ଉପର ଆଡ଼କୁ ଉଠିଥାଏ । ଏହି ଡ୍ୟାମଟି ଆମେରିକାର ଦୁଇଟି ରାଜ୍ୟ ନିର୍ମାଣ କରିଥିଲେ ।

ରିଭର୍ସ ଝରଣା, ଭାରତ

fallback

ଇଂଲଣ୍ଡ ପରି ଭାରତରେ ମଧ୍ୟ ଏପରି ଏକ ଓଲଟା ଝରଣା ରହିଛି ଯେଉଁଠି ପାଣି ତଳକୁ ଝରିବା ବଦଳରେ ଉପରକୁ ଉଠିଥାଏ । ଏହି ଝରଣା ଥିବା ସ୍ଥାନ ନିକଟକୁ ଯିବା ପାଇଁ  ମୁମ୍ୱାଇରୁ ୩ ଘଣ୍ଟାର ସମୟ ଲାଗିଥାଏ । ଏହି ଝରଣାଟି ନୈନିଘାଟରେ ଅଛି । 

ଯଦି ଆପଣ ବି କିଛି ଏହିପରି ସ୍ଥାନକୁ ବୁଲି ଯାଇଛନ୍ତି ଯେଉଁଠି ମାଧ୍ୟାକର୍ଷମ ଶକ୍ତି କାମ କରେ ନାହିଁ ତେବେ ତାହା ସମସ୍ତଙ୍କୁ ଜଣାନ୍ତୁ ।