ଜେଡ ପ୍ଲସ ସୁରକ୍ଷାରେ ରହିବେ ଜଷ୍ଟିସ ରଞ୍ଜନ ଗୋଗୋଇ
Advertisement

ଜେଡ ପ୍ଲସ ସୁରକ୍ଷାରେ ରହିବେ ଜଷ୍ଟିସ ରଞ୍ଜନ ଗୋଗୋଇ

ଆସନ୍ତାକାଲି ଅବସର ନେବେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ତେବେ ଅବସର ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ରାୟ ପ୍ରକାଶ କରିଥିଲେ ଡଷ୍ଟିସ ଗୋଗୋଇ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତାକାଲି ଅବସର ନେବେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ତେବେ ଅବସର ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ରାୟ ପ୍ରକାଶ କରିଥିଲେ ଡଷ୍ଟିସ ଗୋଗୋଇ । 

ଅବସର ପରେ ଜଷ୍ଟିସ ଗୋଗୋଇ ଆସାମରେ ରହିବେ । ଦିବୃଗଡ ସ୍ଥିତ ପୈତୃକ ଘର ଏବଂ ଗୌହାଟୀରେ ଥିବା ଘରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି । ବିଗତ ଗୋଟିଏ ସପ୍ତାହ ଭିତରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ । ଏହାରି ଭିତରେ ଅଯୋଧ୍ୟା ଜମି ବିବାଦ ମାମଲା ରହିଥିଲା । ବର୍ଷ ବର୍ଷ ଧରି ଯେଉଁ ମାମଲା ଅଦାଲତରେ ପଡି ରହିଥିଲା, ତାର ଐତିହାସିକ ସମାଧାନ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । 

fallback

ସାବଳିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ପାଇଁ ୭ ଜଣିଆ ଖଣ୍ଡପୀଠକୁ ପଠାଯାଇଛି । ସେହିପରି ରାଫେଲ ମାମଲାରେ ରିଭ୍ୟୁ ପିଟିସନ ଖାରଜ କରିଥିଲେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।  ଆହୁରି ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନୀ ମାମଲାରେ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । 

୧୯୭୮ରେ ଆସାମର ଗୌହାଟୀରେ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ୨୦୦୧, ପେବୃୟାରୀ ୨୮ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୧ ଫେବୃୟାରୀ ୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଏହା ପରେ ଗତବର୍ଷ ତାଙ୍କୁ ବିଚାରପତି ପଦବୀ ମିଳିଥିଲା ।

fallback

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତାକାଲି ଅବସର ନେବାକୁ ଥିବା ବେଳେ, ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କର ଥିଲା ଶେଷ କାର୍ଯ୍ୟ ଦିବସ । ତେବେ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ବିଚାରପତି ଏସ ଏ ବୋବଡ଼େଙ୍କ ସହ କୋର୍ଟ ରୁମରେ ବସିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ଏହା ସହ ୩ ମିନିଟ ମଧ୍ୟରେ ପ୍ରାୟ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ । 

ସାବରୀମାଳା ମନ୍ଦିର ବିବାଦ କ'ଣ ?

କେରଳରେ ଥିବା ଭଗବାନ ଆୟପ୍ପାଙ୍କ ସାବରୀମାଳା ମନ୍ଦିରକୁ ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ହେଲେ ଗତବର୍ଷ ସେପ୍ଟେମ୍ବର ୨୮ରେ ଏହି କଟକଣାକୁ ହଟାଇ ଦେଇଥିଲେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର । ଏହା ବିପକ୍ଷରେ ବହୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଗତ ଫେବୃଆରୀ ମାସରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

ଗତ ଗୁରୁବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ, ମହିଳାଙ୍କୁ ମଧ୍ୟ ସମସ୍ତ ଧର୍ମ କାର୍ଯ୍ୟ କରିବାର ଅଧିକାର ରହିଛି । ଏହା କେବଳ ମନ୍ଦିର କାହିଁକି, ମସଜିଦ ଏବଂ ଗ୍ୟାରୀରେ ପାର୍ସୀ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରଭାବ ପକାଇବ । ତେବେ ଏହି ମାମଲା ୭ ଜଣିଆ ଖଣ୍ଡପୀଠଙ୍କ ପାଖକୁ ସ୍ଥାନାନ୍ତର କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ  ୩:୨ ମତରେ ଏହି ନିଷ୍ପତ୍ତି ନିଆଯାଇଛି । 

ଆହୁରି ବି ପଢନ୍ତୁ; ଆସନ୍ତା ୫ରୁ ମିଳିବ ବାରବାଟୀ ଟିକେଟ