ଜାଣନ୍ତୁ, ଓଡ଼ିଶାର କେଉଁ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ୍‌ ବୋବ୍‌ଡ଼େ
Advertisement

ଜାଣନ୍ତୁ, ଓଡ଼ିଶାର କେଉଁ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ୍‌ ବୋବ୍‌ଡ଼େ

ଆଜି ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ । ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯: ୩୦ ମିନିଟ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି ।

ଜାଣନ୍ତୁ, ଓଡ଼ିଶାର କେଉଁ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ୍‌ ବୋବ୍‌ଡ଼େ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ଆଜି ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ । ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯: ୩୦ ମିନିଟ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ୧୮ ମାସ ପର୍ଯ୍ୟନ୍ତ ସେ ପ୍ରଧାନ ବିଚାରପତି ଭାବେ କାମ କରିବେ । ବିଦାୟୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୮ ତାରିଖ ଦିନ ତାଙ୍କର ଉତ୍ତରାଧିକାରୀ ଭାବେ ଶୀର୍ଷ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ନାମ ସୁପାରିସ କରିଥିଲେ ।

ଓଡ଼ିଶାର କେଉଁ ମମାଲର ଶୁଣାଣି କରିଥିଲେ ପ୍ରଧାନବିଚାରପତି ଏସ ବୋବ୍‌ଡ଼େ

ବିଚାରପତି ବୋବଡେଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ରାୟ ପ୍ରଦାନ କରିଛନ୍ତି । ଓଡିଶା ପରିପ୍ରେକ୍ଷୀରେ ତାଙ୍କ ଦ୍ୱାରା ମହାନଦୀ ଟ୍ରିବ୍ୟୁନାଲ ଗଠନ ନିର୍ଦ୍ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ଥିଲା । ରାଜ୍ୟର ଦୀର୍ଘ ଦିନର ଦାବିକୁ ବିଚାର କରିଥିଲେ । ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଜାନୁଆରୀ ୨୩, ୨୦୧୮ରେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଜଳବିବାଦର ସମାଧାନ ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । 
କେନ୍ଦ୍ର ଓ ଛତିଶଗଡ଼ ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ ବିରୋଧ କରିଥିଲେ। ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ନିର୍ଦ୍ଦେଶ ଦେବା ସହିତ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶକୁ ୪ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ । 
ସଂସଦରେ ଏହି ପ୍ରସଙ୍ଗ କୁ ସାଂସଦ ମାନେ ବାରମ୍ବାର ଉଠାଇବାରୁ କେନ୍ଦ୍ର କ୍ୟାବିନଟ ଫେବୃୟାରୀ ୨୨, ୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ଏବେ ଏହି ମାମଲାର ଶୁଣାଣି ଜାରି ରହିଛି ।

 ଆଗକୁ କେଉଁ ଗୁରୁତ୍ୱପୂର୍ଣ୍ଣ ମମାଲର ଶୁଣାଣି କରିବେ ପ୍ରଧାନ ବିଚରପତି ଏସ ବୋବ୍‌ଡ଼େ

- ରାମ ଜନ୍ମ ଭୂମି ଅଯୋଧ୍ୟା ମାମଲାରେ ଶୁଣାଣି ସରିଥିବା ବେଳେ ସର୍ବ ଭାରତୀୟ ମୁସଲିମ ପକ୍ଷ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ତେଣୁ ଏହାର ପୁଣିଥରେ ବିଚାର ମାମଲା ଦାୟର ହୋଇପାରେ।
ସାବରିମାଳା ମନ୍ଦିରରେ ମହିଳାଙ୍କ ଅନୁପ୍ରବେଶ ନେଇ ମମାଲର ଶୁଣାଣି ୭ ଜଣିଆ ବଡ଼ ବେଞ୍ଚ ରେ ହେବ । ଯେଉଁଥିରେ ଅଧକ୍ଷତା କରିବେ ପ୍ରଧାନବିଚରପତି । 
- ଜମ୍ମୁ କାଶ୍ମୀର ରେ ୩୭୦ ଧାରା ଉଚ୍ଛେଦ ନେଇ ଦାୟର ହୋଇଥିବା ମମାଲର ମଧ୍ୟ ଶୁଣାଣି କରିବେ।

କିପରି ଥିଲା ପ୍ରଧାନବିଚାରପତିଙ୍କ କ୍ୟାରିୟର 
୧୯୫୬ ମସିହା ଏପ୍ରିଲ ୨୪ ତାରିଖ ଦିନ ନାଗପୁରରେ ଜନ୍ମ ହୋଇଥିଲେ ଜଷ୍ଟିସ୍‌ ବୋବ୍‌ଡେ। ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରି ୧୯୭୮ ମସିହାରେ ସେ ମହାରାଷ୍ଟ୍ର ବାର୍‌ କାଉନ୍‌ସିଲ୍‌ର ରୋଲ୍‌ରେ ଏନ୍‌ରୋଲ୍‌ ହୋଇ ୧୯୯୮ରେ ବରିଷ୍ଠ ଆଡ୍‌ଭୋକେଟ୍‌ ମାନ୍ୟତା ପାଇଥିଲେ ।

୨୦୦୦ ମସିହା ମାର୍ଚ୍ଚ ୨୯ ତାରିଖଦରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ସେ ବିଚାରପତି ଭାବେ କାମ ଆରମ୍ଭ କରିଥିଲେ । ୨୦୧୨ ମସିହା ଅକ୍ଟୋବର ୧୬ ତାରିଖ ଦିନ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।

୨୦୧୩ ମସିହା ଏପ୍ରିଲ୍‌ ୧୨ ତାରିଖ ଦିନ ସେ ସୁପ୍ରିମ୍‌କୋର୍ଟର ବିଚାରପତି ପାହ୍ୟାକୁ ଉନ୍ନିତ ହୋଇ ନିଜର ଯାତ୍ରା ଆରମ୍ଭ କରି ଆଜି ପ୍ରଧାନ ବିଚାରପତି ଭଳି ଆସନ ଅଳଙ୍କୃତ କରିଛନ୍ତି ।