କାବୁଲରେ ବିସ୍ଫୋରଣ, ୭ ମୃତ
Advertisement

କାବୁଲରେ ବିସ୍ଫୋରଣ, ୭ ମୃତ

ଆଫଗାନିସ୍ତାନ କାବୁଲରେ ବିସ୍ଫୋରଣ । ଘଟଣାରେ ଅନ୍ତତଃ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଆହତ ମଧ୍ୟ ହୋଇଛନ୍ତି । ଏନେଇ ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ପ୍ରବକ୍ତା ନସରତ ରହୀମି ସୂଚନା ଦେଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଫଗାନିସ୍ତାନ କାବୁଲରେ ବିସ୍ଫୋରଣ । ଘଟଣାରେ ଅନ୍ତତଃ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଆହତ ମଧ୍ୟ ହୋଇଛନ୍ତି । ଏନେଇ ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ପ୍ରବକ୍ତା ନସରତ ରହୀମି ସୂଚନା ଦେଇଛନ୍ତି । 

ତାଙ୍କ ସୂଚନା ଅନାସାରେ, କାବୁଲର PD15ରେ ଏହି ବିସ୍ଫୋରଣ ହୋଇଥିଲା । ବୋମା ଭର୍ତ୍ତି କାର ବିସ୍ଫୋରଣ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଏପର୍ଯ୍ୟନ୍ତ ଦାୟୀ କରିନାହାଁନ୍ତି । ଏବେ ଘଟଣାର ତଦନ୍ତ ଜାରି ରହିଛି । ଘଟଣାରେ ତାଲିବାନ ଏବଂ ଆଇଏସଆଇଏସ ସଙ୍ଗଠନର ହାତ ଥିବା ଅନୁମାନ କରାଯାଉଛି ।