'ମହା' ବିଧାନସଭାର ବାଚସ୍ପତି ହେବେ ନାନା ପଟୋଲେ !
ଠାକରେ ସରକାରରେ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ନେଇ ସମ୍ମତି ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ନାଁ ସୁପାରିଶ କରାଯାଇଛି । ବରିଷ୍ଠ ନେତା ନାନା ପଟୋଲେ କଂଗ୍ରେସ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହେବେ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ବାଲାସାହେବ ଥୋରାଟ । ପୂର୍ବରୁ ଦୀର୍ଘ ବର୍ଷ ଧରି ବିଜେପିରେ ଥିବା ପଟୋଲେ ୨୦୧୭ରେ କଂଗ୍ରେସରେ ସାମିଲ ହୋଇଥିଲେ ।
Trending Photos
)
ନୂଆଦିଲ୍ଲୀ: ଠାକରେ ସରକାରରେ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ନେଇ ସମ୍ମତି ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ନାଁ ସୁପାରିଶ କରାଯାଇଛି । ବରିଷ୍ଠ ନେତା ନାନା ପଟୋଲେ କଂଗ୍ରେସ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହେବେ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ବାଲାସାହେବ ଥୋରାଟ । ପୂର୍ବରୁ ଦୀର୍ଘ ବର୍ଷ ଧରି ବିଜେପିରେ ଥିବା ପଟୋଲେ ୨୦୧୭ରେ କଂଗ୍ରେସରେ ସାମିଲ ହୋଇଥିଲେ ।
Balasaheb Thorat,Congress: Nana Patole will be the Congress candidate for Speaker elections. #Maharashtra pic.twitter.com/oqaH1VjZVW
— ANI (@ANI) November 30, 2019
ଆଜି ଉଦ୍ଧବ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେଉଥିବା ବେଳେ ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଯିବ । ବିଜେପି କିଶାନ କଥୋରଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି । ତେବେ ମହାରାଷ୍ଟ୍ରରେ ନବ ଗଠିତ ମେଣ୍ଟ ମହା ବିକାଶ ଅଘାଡି ପାଖରେ ବହୁମତ ଥିବାରୁ ପଟୋଲେ ବାଚସ୍ପତି ହେବା ଏକପ୍ରକାର ସ୍ପଷ୍ଟ ହେଉଛି ।
Chandrakant Patil,BJP: Kisan Kathore will be BJP candidate for assembly speaker https://t.co/bpKKLoFBZa pic.twitter.com/zzNumIH0od
— ANI (@ANI) November 30, 2019
କିଏ ସେହି ପଟୋଲେ, କାହିଁକି ତାଙ୍କୁ ଏତେ ବଡ ଦାୟିତ୍ୱ ଦେଲା କଂଗ୍ରେସ ?
୨୦୧୭ ପର୍ଯ୍ୟନ୍ତ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ନାନା ପଟୋଲେ(୫୬) । ୨୦୧୪ରେ ସେ ବିଜେପି ଟିକେଟରେ ଲୋକସଭା ଯାଇଥିଲେ । ଏହି ସମୟରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଥିଲେ । ସେହିପରି ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ୩ଥର ବିଧାୟକ ମଧ୍ୟ ଥିଲେ । ୧୯୯୦ରେ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ତେବେ ୨୦୧୭ରେ ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେପି ଛାଡିଥିଲେ । ପରେ ୨୦୧୮ ଜାନୁଆରୀ ୧୧ରେ କଂଗ୍ରେସରେ ମିଶିଥିଲେ । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ନିକଟରୁ ବିଧାୟକ ହୋଇଛନ୍ତି । ଅର୍ଥାତ ଏଥରକୁ ଧରି ୪ଥର ବିଧାୟକ ହେଲେଣି ପଟୋଲେ । ତେଣୁ ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କୁ ବାଚସ୍ପତି ପରି ଏକ ସାମ୍ବିଧାନିକ ପଦରେ ବସାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।
ଆଜି ୧୨ଟା ମଧ୍ୟରେ ନାମାଙ୍କନ
ଉଦ୍ଧବ ସରକାର ବହୁମତ ପ୍ରମାଣ ଦେବା ପୂର୍ବରୁ ପ୍ରଥମେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଗ୍ରହଣ କରାଯିବ । ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ ।
ସେପଟେ ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅପରାହ୍ନ ୨ଟାରେ ହେବ ଫ୍ଲୋର ଟେଷ୍ଟ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଠାକରେ । ଡିସେମ୍ବର ୩ ତାରିଖ ମଧ୍ୟରେ ବହୁମତ ପ୍ରମାଣ ଦେବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି ।
'ମହା' ପରୀକ୍ଷା ଦେବେ 'ମହା ବିକାଶ ଅଘାଡି'ର ନେତା ଉଦ୍ଧବ ଠାକରେ । ଗୁରୁବାର ଶପଥ ନେଇଥିଲେ, ଆଜି ପରୀକ୍ଷା ଦେବେ । ଉଦ୍ଧବଙ୍କ ପାଖରେ ବହୁମତ ଅଛି ନାଁ ନାହିଁ, ତାହା ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ହେବ । ଏନସିପି, ଶିବସେନା ଓ କଂଗ୍ରେସ ମିଶି ମହା ବିକାଶ ଅଘାଡି ଗଠନ କରିଛନ୍ତି । ଏହି ମେଣ୍ଟ ପାଖରେ ୧୬୫ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି ।
ଆହୁରି ପଢନ୍ତୁ; ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର
More Stories