Trending Photos
ନୂଆଦିଲ୍ଲୀ: ୨୦୧୯କୁ ବିଦାୟ ଦେଇ ୨୦୨୦ କୁ ସ୍ୱାଗତଃ କରିଛନ୍ତି ସମସ୍ତେ । ଖଟା ମିଠା ସ୍ମୃତି ଭିତରେ ୨୦୧୯ ଥିଲା ଅନେକ ଦୃଷ୍ଟିରୁ ବିରଳ । କିନ୍ତୁ ଏହି ବର୍ଷ ରାଜନୀତି ପାଇଁ ଥିଲା ଖୁବ୍ ସ୍ୱତନ୍ତ୍ର । ବର୍ଷର ଶେଷ ଭାଗରେ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତିକୁ ନେଇ ଲାଗିଥିଲା ରାଜନୈତିକ ନିଆଁ ।
ଛାତ୍ର ଆନ୍ଦୋଳନରୁ ବ୍ୟାପିଥିବା ନିଆଁରେ କିଛି ଲୋକଙ୍କ ଜୀବନ ଯାଇଥିବା ବେଳେ ସ୍ଥିତି ସମ୍ଭାଳିବା ପୋଲିସ ପାଇଁ ପାଲଟିଥିଲା ଚ୍ୟାଲେଞ୍ଜ । ଯାହା ନୂତନ ବର୍ଷର ଆରମ୍ଭରେ ବି ଜାରି ରହିଛି । ସିଏଏ, ଏନଆରସି ଓ ଏନପିଆରକୁ ନେଇ ବିରୋଧୀଙ୍କ ବିରୋଧ ଥମିବାର ନାଁ ଧରୁନି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଗୋଟିଏ ପଟେ, ଆର୍ଥିକ ମାନ୍ଦାବସ୍ଥା ସହ ଦରଦାମ ବୃଦ୍ଧି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ହାତରୁ ଖସିବାରେ ଲାଗିଛି । ଯାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ବିଜେପିର କହିବା କଥା, ଧିରେ ଧିରେ ଲୋକ ସବୁ ବୁଝିଲେଣି । ଶତ୍ରୁର ଶତ୍ରୁ ମିତ୍ର, ନ୍ୟାୟରେ ବିରୋଧି ମାନେ ଏକାଠି ହେଉଥିବା ବେଳେ ଆଗାମୀ ଦିନରେ ଏହା ବିଜେପି ପାଇଁ କେତେ ମହଙ୍ଗା ପଡିବ ତାହା ସମୟ ହିଁ କହିବ ।
ଆହୁରି ପଢ଼ନ୍ତୁ; କରି କରାଉ ଥାଉ ମୁହିଁ...