CAA protest: କେବେ ସୁଧୁରିବ ସ୍ଥିତି ?
Advertisement
Article Detail0/zeeodisha/odisha612658

CAA protest: କେବେ ସୁଧୁରିବ ସ୍ଥିତି ?

ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ଧରୁନି ।  ପ୍ରଥମେ ନର୍ଥ ଇଷ୍ଟ ତା ପରେ ଭାରତର ରାଜଧାନୀ ଦିଲ୍ଲୀ ଆଉ ଏବେ  ଦକ୍ଷିଣ ଭାରତର କିଛି ସ୍ଥାନରେ ଆନ୍ଦୋଳନ ହୋଇଛି ।   ଏଥିପାଇଁ ଦେଶର ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଥିବା ବେଳେ କିଛି ସ୍ଥାନରେ ଇଣ୍ଟରନେଟ୍‌ ଓ ମେଟ୍ରୋ ସେବାକୁ ବନ୍ଦ୍ କରିଦିଆଯାଇଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ଧରୁନି ।  ପ୍ରଥମେ ନର୍ଥ ଇଷ୍ଟ ତା ପରେ ଭାରତର ରାଜଧାନୀ ଦିଲ୍ଲୀ ଆଉ ଏବେ  ଦକ୍ଷିଣ ଭାରତର କିଛି ସ୍ଥାନରେ ଆନ୍ଦୋଳନ ହୋଇଛି ।   ଏଥିପାଇଁ ଦେଶର ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଥିବା ବେଳେ କିଛି ସ୍ଥାନରେ ଇଣ୍ଟରନେଟ୍‌ ଓ ମେଟ୍ରୋ ସେବାକୁ ବନ୍ଦ୍ କରିଦିଆଯାଇଛି । 

କର୍ଣ୍ଣାଟକର ମାଙ୍ଗାଲୋରରେ ଆନ୍ଦୋଳନ ସମୟରେ ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କିଛି ସ୍ଥାନରେ ଆସନ୍ତାକାଲି ମଧ୍ୟ ରାତ୍ରି ଯାଏ କର୍ଫ୍ୟୁ ଜାରି କରାଯାଇଛି । ସହରର ସ୍କୁଲ କଲେଜଗୁଡିକୁ ଆସନ୍ତାକାଲି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକାଧିକ ଗାଡି ସହ ବ୍ୟାପକ ପରିମାଣର ଭଙ୍ଗାରୁଜା ହୋଇଛି।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦଙ୍ଗାକାରୀଙ୍କୁ ଛଡାଯିବ ନାହିଁ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ସମ୍ପତ୍ତି ଜବତ କରି କ୍ଷତି ଭରଣା କରାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏଏକୁ ଏକ ହଜାର ପ୍ରତିଶତ ଠିକ କହୁଥିବା ବେଳେ ବିରୋଧିଙ୍କ ବିରୋଧ କିନ୍ତୁ ଜାରି ରହିଛି । ଯାହା  ଆନ୍ଦୋଳନକୁ ଆହୁରି ଖୋରାକ ଯୋଗାଉଛି । ଏପଟେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏଏକୁ ସମର୍ଥନ କରିଥିବା ବେଳେ ଏନଆରସିକୁ କିନ୍ତୁ ବିରୋଧ କରିଛନ୍ତି । ଏ ନେଇ କଂଗ୍ରେସ, ନବୀନଙ୍କ ଦୋମୁହାଁ ନୀତି କହିଥିବା ବେଳେ ବିଜେପି, ରାଜ୍ୟ ସରକାର ସିଏଏ ଓ ଏନଆରସିକୁ ବୁଝିନ ଥିବା କହିଛି । 

ସେପଟେ ବିଜେଡି ଉଭୟ ବିରୋଧିଙ୍କୁ ଏ ନେଇ ପଢିବାକୁ ପରାମର୍ଶ ଦେଇଛି । ନବୀନଙ୍କ କହିବାନୁଯାୟୀ ସିଏଏ ବିଦେଶୀଙ୍କ ପାଇଁ ହୋଇଥିବା ବେଳେ ଆମେ ସମର୍ଥନ କରୁଛୁ ଏବଂ ଏନଆରସି ଦେଶ ଭିତରର ମାମଲା ହୋଇଥିବାରୁ ଆମେ ବିରୋଧ କରୁଛୁ । ଏବେ ଦେଖିବାକୁ ବାକି ରହିଲା ବିରୋଧ ଓ ହିଂସାକାଣ୍ଡ ହେଉଥିବା ରାଜ୍ୟ ଗୁଡିକରେ କେବେ ସ୍ୱାଭାବିକ ସ୍ଥିତି ଫେରୁଛି । 

ଆହୁରି ପଢନ୍ତୁ; CAAକୁ ନେଇ ଜ୍ଞାନ କମ୍, ଗୁଜବ ବେଶି